ଓଡିଶା

odisha

ଅଦିନିଆ ବର୍ଷାରେ ଚାଷ ନଷ୍ଟ, କ୍ଷତିପୂରଣ ଦେବାକୁ କୋଶଳ ସମାଜର ଦାବି

By ETV Bharat Odisha Team

Published : Dec 9, 2023, 2:26 PM IST

ଅଦିନିଆ ବର୍ଷାରେ ଚାଷ ନଷ୍ଟ

ରାଉରକେଲା:ତିନିଦିନ ଧରି ଲାଗି ରହିଥ‌ିବା ଅଦିନିଆ ବର୍ଷା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲାରେ ବ୍ୟାପକ ଫସଲହାନୀ ଘଟିଛି । ବର୍ତ୍ତମାନ ଫସଲ ଅମଳ ସମୟରେ ଅଦିନିଆ ବର୍ଷା ଚାଷୀକୂଳକୁ ହତାଶ କରିଛି । ଏକର ଏକର ଧାନ ଫସଲ ସହ ପନିପରିବା ଚାଷ ମଧ୍ୟ ନଷ୍ଟ ହୋଇଯାଇଛି । ଚଳିତ ବର୍ଷ ଧାନ ଚାଷ ବହୁତ୍ ଭଲ ହୋଇଥିବା ବେଳେ ଠିକ ଅମଳ ସମୟର ଦାଉ ସାଧିଛି ଅଦିନିଆ ଲଗାଣ ବର୍ଷା । ତେବେ ଚାଷୀଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ କୋଶଳ ସମାଜ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରାଯାଇଛି ।  ଏନେଇ ସୁନ୍ଦରଗଡ଼ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ଏହାମଧ୍ୟ ପଢନ୍ତୁ.. ବର୍ଷା ଯୋଗୁଁ ଅମଳ ଧାନ ନଷ୍ଟ, ଚାଷୀ ହତାଶ

ଖରିଫ ଧାନ ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଧାନ କାଟି ଯେଉଁମାନେ କ୍ଷେତରେ ରଖୁଛନ୍ତି ଗଜା ହୋଇଯାଇଛି । ଯେଉଁମାନେ ଧାନ କାଟିନାହାନ୍ତି ଧାନ ପାଣିରେ ପଡି ନଷ୍ଟ ହୋଇଯାଇଛି । ଧାର କରଜ ଓ ଋଣ କରି ଚାଷ କରିଥିବା ଚାଷୀ ମୁଣ୍ଡରେ ବୋଝ ଉପରେ ନଳିତା ବିଡା ଭଳି ଘଟଣା ଘଟିଛି । କୋଶଳ ସମାଜ ପକ୍ଷରୁ ଚାଷୀମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି । ଏଥିସହ ଧାନ ରଖିବା ପାଇଁ ଯେଉଁ ଚାଷୀ ମାନଙ୍କ ପାଖରେ ଜାଗା ନାହିଁ କ୍ଲବ୍ କିମ୍ବା ମଣ୍ଡପରେ ଧାନ ରଖିବା ବ୍ୟବସ୍ଥା କରିବାକୁ, ଯେଉଁ ଚାଷୀଙ୍କ ଧାନ ଗଜା ହୋଇଛି ହୋଇଛି ତାଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଏବଂ ପ୍ରତି ଗ୍ରାମରେ ଛାତଯୁକ୍ତ ଧାନଖଳା ନିର୍ମାଣ, ଚାଷୀଙ୍କୁ ଚାଷ ସମ୍ବନ୍ଧୀୟ ତାଲିମ ପ୍ରଦାନ କରିବାକୁ ଦାବି କରିଛି କୋଶଳ ସମାଜ । ଏହାସହ ଆସନ୍ତା ୧୫ ତାରିଖରୁ ଖୋଲିବାକୁ ଥିବା ଧାନମଣ୍ଡିରେ କଟନି ଛଟନି ବନ୍ଦ କରିବା ଏବଂ ମିଲର ମୁକ୍ତ ମଣ୍ଡି କରିବା ପାଇଁ ମଧ୍ୟ ଦାବି ଉଠିଛି । 

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details