ଓଡିଶା

odisha

ହକି ବିଶ୍ୱକପ ଦଳରେ ନିଲମ ସଞ୍ଜୀପ ଖେସ, ପରିବାରରେ ଖୁସିର ମାହୋଲ

By

Published : Jan 11, 2023, 2:00 PM IST

Updated : Feb 3, 2023, 8:38 PM IST

ରାଉରକେଲା: ଭାରତୀୟ ହକି ଦଳରେ ସ୍ଥାନ ପାଇଛନ୍ତି ଆଦିବାସୀ ପୁଅ ନିଲମ ସଞ୍ଜୀପ ଖେସ। ପରିବାର ଲୋକଙ୍କ ଭିତରେ ଖୁସିର ଲହରୀ । ଭାରତୀୟ ଦଳ ପାଇଁ ଭଲ ପ୍ରଦର୍ଶନ କରିବା ପାଇଁ ଆଶୀର୍ବାଦ କରିଛନ୍ତି ପରିବାର ( hockey world cup )। ହକିର ଗଡ଼ ସୁନ୍ଦରଗଡ଼ । ଜିଲ୍ଲାରୁ ଭାରତୀୟ ହକି ଦଳର ସ୍ଥାନ ପାଇଛନ୍ତି କେତେ ଯେ ହକି ଖେଳାଳି । କେବଳ ଯେ ସୁନ୍ଦରଗଡ଼ ଜିଲ୍ଲାର ନୁହେଁ ବରଂ ସମ୍ପୂର୍ଣ୍ଣ ଭାରତ ଦେଶ ପାଇଁ ଗର୍ବ ଗୌରବ ଆଣିଛନ୍ତି ବହୁ ଖେଳାଳି । ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ସୁଖ୍ୟାତି ଅର୍ଜୁନ କରିଥିବା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ସୁଭଦ୍ରା ପ୍ରଧାନ, ଇଗ୍ନେସ ତିର୍କୀ, ବିରେନ୍ଦ୍ର ଲାକ୍ରା,ଅମିତ ରୋହିଦାସ, ଲିଲିମା ମିଞ୍ଜ, ଲଜରୁସ ବାର୍ଲା ସହ ବହୁ ଖେଳାଳି । ତେବେ ବର୍ତ୍ତମାନ ସାରା ବିଶ୍ବରେ ହକି ଫିଭର । ଜଣେ ଗରିବ ଆଦିବାସୀ ପ୍ରତିଭାବାନ ଖେଳାଳି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଦିନେ ଘର ବାରଣ୍ଡାରେ ଏବଂ ଘର ବାହାରେ ଗଳିରେ ଗୋଟିଏ ବାଡ଼ି ସହ ପେଣ୍ଡୁ ଧରି ଖେଳୁଥିଲା ସେ ଆଜି ନିଜ ଜିଲ୍ଲା ମାଟିରେ ହେବାକୁ ଥିବା ହକି ବିଶ୍ବକପରେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି କୁଆରମୁଣ୍ଡା ବ୍ଲକର କାଦବାହାଲ ପଞ୍ଚାୟତର ସରନାଟୋଲି ଗ୍ରାମର ପୁଅ ନିଲମ ସଞ୍ଜୀପ ଖେସ । ପରିବାର ଲୋକଙ୍କ ମଧ୍ୟରେ ନାହିଁ ନଥିବା ଖୁସି ଲହରୀ । ରାଉରକେଲାରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ବର୍ତ୍ତମାନ ଭାରତୀୟ ଦଳ କ୍ୟାମ୍ପରେ ଅଛନ୍ତି ନିଲମ ସଞ୍ଜୀପ ଖେସ । ନୀଲମ ସଞ୍ଜୀପ ଭଲ ପ୍ରଦର୍ଶନ କରନ୍ତୁ ବୋଲି ଆଶା ରଖିଛନ୍ତି ପରିବାର। ନିଲମ ସଞ୍ଜୀପ ଖେସଙ୍କ ସଫଳତା ପାଇଁ ଖୁସିର ସୁଅ ସୁଟୁଛି ସରନାଟୋଲି ଗ୍ରାମରେ । ଖୁସିରେ ଫାଟୁଛି ସମ୍ପୂର୍ଣ୍ଣ ଗାଁ ।
Last Updated :Feb 3, 2023, 8:38 PM IST

ABOUT THE AUTHOR

...view details