ଓଡିଶା

odisha

ଷ୍ଟିଲସିଟିରେ ବୁଲିଲା ହକି ବିଶ୍ୱକପ ଟ୍ରଫି

By

Published : Jan 14, 2023, 10:27 PM IST

Updated : Feb 3, 2023, 8:38 PM IST

ରାଉରକେଲା: ରାଜ୍ୟର ବିଭିନ୍ନ ଜିଲ୍ଲା ପରିକ୍ରମା କରି ରାଉରକେଲାରେ ପହଞ୍ଚିଲା ହକି ବିଶ୍ୱକପ ୨୦୨୩ର ଟ୍ରଫି । ଆଜି ସମଗ୍ର ଷ୍ଟିଲ ସିଟିର ରିଙ୍ଗ ରୋଡ଼ରେ ପରିକ୍ରମା କରିଥିଲା ବିଶ୍ୱକପ ହକି ଟ୍ରଫି । ଏହି ଟ୍ରଫି ରାଉରକେଲାର ବେଦବ୍ୟାସ ଛକରେ ପହଞ୍ଚିବା ପରେ କ୍ରୀଡ଼ାପ୍ରେମୀ ଏବଂ ଜନସାଧାରଣଙ୍କ ପକ୍ଷରୁ ହକି ବିଶ୍ୱକପ ଟ୍ରଫିକୁ ସ୍ୱାଗତ କରାଯାଇଥିଲା । ବାଜା ବଜାଇ, ନାଚ କରି ଟ୍ରଫିକୁ ସ୍ୱାଗତ କରାଯାଇଥିଲା। ହକି ବିଶ୍ୱକପର ଓପନିଂ ମ୍ୟାଚରେ ଭାରତୀୟ ହକି ଦଳ ସ୍ପେନକୁ ହରାଇ ବିଜୟୀ ହେବାପରେ ରାଉରକେଲାବାସୀ ବେଶ ଉତ୍ସାହିତ ହୋଇପଡିଛନ୍ତି । ଶନିବାର ଦିନ ରାଉରକେଲା ଇସ୍ପାତକାରଖାନା ଆନୁକୂଲ୍ୟରେ ହକି ବିଶ୍ୱ କପ ଟ୍ରଫିର ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏନେଇ ବିଭିନ୍ନ ସ୍ଥାନରେ ସ୍କୁଲ ଛାତ୍ରଛାତ୍ରୀ, ଇସ୍ପାତ କାରଖାନାର କର୍ମଚାରୀ, ସେଲ୍ ହକି ଏକାଡେମୀ ସହ ଅନ୍ୟ ବହୁ ସଂସ୍ଥାର କର୍ମକର୍ତ୍ତାମାନେ ଟ୍ରଫିକୁ ସ୍ୱାଗତ କରିଥିଲେ। ପାରମ୍ପରିକ ଆଦିବାସୀ ନୃତ୍ୟ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଟ୍ରଫି ସହର ପରିକ୍ରମା କରିଥିଲା । ବିଭିନ୍ନ ସ୍ଥାନରେ କ୍ରୀଡ଼ା ପ୍ରେମୀମାନେ ହକି ବିଶ୍ୱକପ ଟ୍ରଫିକୁ ସ୍ୱାଗତ କରିଥିଲେ । ସହରରେ ହକି ବିଶ୍ୱକପ ଟ୍ରଫିକୁ ସ୍ୱାଗତ କରିବା ପାଇଁ ପ୍ରବଳ ଭିଡ ଜମିଥିଲା । ବିଭିନ୍ନ ଛକ ମାନଙ୍କରେ ଆଦିବାସୀ ନୃତ୍ୟ, ଓଡ଼ିଶୀ ନୃତ୍ୟ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ଟ୍ରଫିକୁ ସ୍ୱାଗତ କରାଯାଇଥିଲା । ବିରାଟ ଏକ ଶୋଭାଯାତ୍ରାରେ ଟ୍ରଫିକୁ ରାଉରକେଲା ସହର ମଧ୍ୟକୁ ଅଣାଯାଇଥିଲା। ପାନପୋଷ ଛକ ଏବଂ ହକି ଛକରେ ଟ୍ରଫିକୁ ସ୍ୱାଗତ ଜଣାଇବା ଲାଗି ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଆସନ୍ତାକାଲି ବିର୍ଷା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିଅମରେ ଭାରତ ଆଉ ଇଂଲଣ୍ଡର ହକି ବିଶ୍ୱକପର ୨ୟ ମ୍ୟାଚ ଅନୁଷ୍ଠିତ ହେବ । ଯାହାକୁ ନେଇ ଉତ୍ସାହିତ ହୋଇଛନ୍ତି ସହରବାସୀ । ତେବେ ଆଜି ଏହି ହକି ବିଶ୍ୱକପ ଟ୍ରଫି ସହରରେ ପହଞ୍ଚିଥିବା ବେଳେ ଖେଳ ପାଇଁ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି। ଇଟିଭି ଭାରତ, ରାଉରକେଲା

Last Updated : Feb 3, 2023, 8:38 PM IST

ABOUT THE AUTHOR

...view details