ଓଡିଶା

odisha

ଆଇନ୍‌ର ଆଶ୍ରୟ ନେବି, ଅଭ୍ୟାସ ଜାରି ରଖିବି: ଦୂତି

By

Published : Aug 20, 2023, 9:35 PM IST

ବ୍ୟାନ୍‌ ଘୋଷଣା ନେଇ ଇଟିଭି ଭାରତକୁ ଦୂତି ଚାନ୍ଦଙ୍କ ପ୍ରତିକ୍ରିୟା

ଭୁବନେଶ୍ବର:ଡୋପ୍‌ ଟେଷ୍ଟରେ ବିଫଳ ହୋଇ କ୍ରୀଡ଼ା ଜଗତରୁ ୪ ବର୍ଷ ବ୍ୟାନ ହୋଇଛନ୍ତି ଅଲିମ୍ପିକ୍‌ ଧାବିକା ଦୂତୀ ଚାନ୍ଦ । ଚଳିତ ବର୍ଷ ଜାନୁଆରୀ ୩ରୁ ଏହି ବ୍ୟାନ୍‌ ପିଛିଲା ଭାବେ ଲାଗୁ କରିଛି ନାଡା (National Anti-Doping Agency) । ଫଳରେ ଜାତୀୟ ବା ଅନ୍ତର୍ଜାତୀୟ କୌଣସି କ୍ରୀଡାରେ ଭାଗ ନେଇ ପାରିବେ ନାହିଁ ଦୂତୀ । ତେବେ ନାଡା ଦ୍ବାରା ବାସନ୍ଦ ହେବା ପରେ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇଛନ୍ତି ଦୂତି ଚାନ୍ଦ । ଆମ ସହ ଆଲୋଚନା ବେଳେ ଏହି ବ୍ୟାନ୍‌ ନିର୍ଦ୍ଦେଶ ନିଶ୍ଚିତ ହୋଇନାହିଁ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, "ମୋତେ ଏହାକୁ ଚ୍ୟାଲେଞ୍ଜ୍‌ କରିବା ପାଇଁ ସମୟ ଦିଆଯାଇଛି । ତେଣୁ ମୋ ଓକିଲଙ୍କ ସହାୟତାରେ ଏହାକୁ ଚ୍ୟାଲେଞ୍ଜ କରିବି । ସେମିତି କୌଣସି ଔଷଧ ସେବନ କରିନାହିଁ ।" ତେଣୁ ଅଭ୍ୟାସ ମଧ୍ୟ ଜାରି ରଖିବେ ବୋଲି ସେ କହିଛନ୍ତି । ଶୁଣନ୍ତୁ ଆମ ସହ ଆଲୋଚନା ବେଳେ ଆଉ କଣ କହିଛନ୍ତି ଦୌଡ଼ରାଣୀ.. 

ଏହା ମଧ୍ୟ ପଢ଼ନ୍ତୁ...ଡୋପ ଟେଷ୍ଟରେ ବିଫଳ ପରେ ମୁହଁ ଖୋଲିଲେ ଦୂତୀ, କହିଲେ କ୍ୟାନସରରେ ପୀଡିତ ଥିବାରୁ ଔଷଧ ସେବନ କରୁଥିଲି

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details