ଓଡିଶା

odisha

ବିକାଶରେ ବାଧକ ସାଜିଛନ୍ତି ବିଧାୟକ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଂଗ୍ରେସର ଦାବିପତ୍ର

By

Published : May 9, 2023, 1:13 PM IST

Congress demand

କେନ୍ଦ୍ରାପଡା: ଆଳି ନିର୍ବାଚନ ମଣ୍ଡଳୀର ହୋଇ ପାରୁନି ବିକାଶ । ବିକାଶରେ ବାଧକ ସାଜିଛନ୍ତି ବିଧାୟକ ତଥା ମନ୍ତ୍ରୀ ପ୍ରତାବ ଦେବ । ଫଳରେ ନିର୍ବାଚନ ମଣ୍ଡଳୀରେ ବିକାଶର ଗାଡ଼ି ଦୀର୍ଘ ବର୍ଷ ପଛକୁ ଚାଲିଯାଇଥିବା ଅଭିଯୋଗ ଆଣିଲେ ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥଶର୍ମା । ଏନେଇ ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ 10 ଦଫା ଦାବିପାତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କଲେ ଦେବେନ୍ଦ୍ର ନାଥଶର୍ମା । 

ମିଳିଥିବା ସୂଚନାନୁଯାୟୀ, ସୋମବାର ଅପରାହ୍ନରେ କେନ୍ଦ୍ରାପଡ଼ା ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥଶର୍ମା ନିଜର 30ରୁ ଉର୍ଦ୍ଧ୍ବ ସମର୍ଥକଙ୍କୁ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଆଳି ନିର୍ବାଚନ ମଣ୍ଡଳୀ ବିକାଶର ଦୀର୍ଘବର୍ଷ ପଛକୁ ଚାଲି ଯାଇଥିବା ନେଇ ଅଭିଯୋଗ କରିଥିଲେ । ଆଳି ଓ ରାଜକନିକା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଦିଆ ଯାଇଥିବା ଦାବିପତ୍ରରେ ନିର୍ବାଚନ ମଣ୍ଡଳୀରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ କୃଷି ସମ୍ପର୍କରେ ଉଲ୍ଲେଖ କରାଯାଇ ଶାସକ ଦଳର ନେତା ତଥା ମାନ୍ୟବର ମନ୍ତ୍ରୀ ହିଁ ଆଳି ନିର୍ବାଚନ ମଣ୍ଡଳୀର ବିକାଶ କାମରେ ବାଧକ ସାଜୁଥିବା ନେଇ ଅଭିଯୋଗ କରିଛନ୍ତି । ସେହିପରି ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେବଳ ଶାସକ ଦଳର କର୍ମୀ ପାଉଥିବା ନେଇ ଅଭିଯୋଗ ହୋଇଛି । 

ସମବାୟ ସମିତି ଦୁର୍ନୀତି ବହୁଗୁଣିତ ହୋଇଥିବା, ବିରୋଧୀ ଦଳର ଜନ ପ୍ରତିନିଧିଙ୍କୁ ବିକାଶମୂଳକ କାମରେ ଅଣଦେଖା କରାଯିବା, ପୋଲ ନିର୍ମାଣରେ ଟାଳଟୁଳ ନୀତି ଅବଲମ୍ବନ କରିବା, ଜଳସେଚନରେ ଫେଲ୍‌ ମାରିବା ଏପରିକି ଆଳି ଅଞ୍ଚଳରେ ବିଦ୍ୟୁତ ବିତରଣ କମ୍ପାନୀ ଶାଗୁଣା ହୋଇ ବୁଲୁଥିବା ନେଇ ଅଭିଯୋଗ ହୋଇଛି । ଏଥିପାଇଁ ଉଭୟ ବିଜେଡି-ବିଜେପି ଦଳ ଦାୟୀ ବୋଲି କହିଛନ୍ତି ପୂର୍ବତନ ବିଧାୟକ । ଯଦି ଆଗାମୀ ଦିନରେ ଦାବି ପୂରଣ ନହୁଏ ତେବେ ପୁଣି ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ,କେନ୍ଦ୍ରାପଡା 

ABOUT THE AUTHOR

...view details