ଓଡିଶା

odisha

ସରିଲା ଚୈତ୍ର ନବରାତ୍ରୀ ପୂଜା, ବଙ୍ଗୀୟ ସମ୍ପ୍ରଦାୟଙ୍କ ଚାଲିଛି ବାସନ୍ତୀ ଦୁର୍ଗା ପୂଜା

By

Published : Apr 1, 2023, 1:18 PM IST

Chaitra Navaratri puja

ମାଲକାନଗିରି: ଜିଲ୍ଲାର ବିଭିନ୍ନ ଦୈବୀଶକ୍ତି ପୀଠ ଏବଂ ପୋଡଶୀ ଜିଲ୍ଲା ଦନ୍ତବେଡାର ମାଆ ଦନ୍ତେଶ୍ବରି ପୀଠରେ ଧୁମ୍ ଧାମରେ ସରିଛି ଚୈତ୍ର ନବରାତ୍ର ପୂଜା । ସେହିଭଳି ମାଲକାନଗିରି ଜିଲ୍ଲାର ବଙ୍ଗୀୟ ସମ୍ପ୍ରଦାୟ ଲୋକମାନେ ପାଳିଛନ୍ତି ବାସନ୍ତୀ ଦୁର୍ଗାପୂଜା । ଶ୍ରଦ୍ଧାଳୁ ନିଜନିଜ ଘରେ ନବଦିନାତ୍ମକ ଅଖଣ୍ଡ ଦୀପ ଜଳାଇ ନବରାତ୍ର ପୂଜା ପାଳନ କରିଛନ୍ତି । ଚୈତ୍ର ମାସ ଶୁକ୍ଳପକ୍ଷ ପ୍ରତିପଦା ଠରୁ ନବମୀ ଦିନ ଯାଏଁ ଶୈଳପୁତ୍ରୀ , ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୌଶ୍ମାଣ୍ଡା, ସ୍କନ୍ଦମାତା, କାର୍ତ୍ତାୟନୀ, କାଳରାତ୍ରୀ, ମହାଗୌରୀ ଓ ଶିଦ୍ଧିଦାତ୍ରୀ ମାଆଙ୍କ ନବରାତ୍ରୀ ପୂଜା ଓ ଉପାସନା କରିଥାନ୍ତି । 

ଠିକ୍ ସେହିପରି ମାଲକାନଗିରି ଜିଲ୍ଲାରେ ବହୁ ସଂଖ୍ୟାରେ ବଙ୍ଗୀୟ ସମ୍ପ୍ରଦାୟର ଲୋକମାନେ ବସବାସ କରୁଥିବାରୁ ଏଠାରେ ବାସନ୍ତି ଦୁର୍ଗାପୂଜା ନିଆରା ଢଙ୍ଗରେ ପୂଜା କରାଯାଏ। ଚୈତ୍ର ମାସ ଶୁକ୍ଳପକ୍ଷ ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ମାଆ ଦୁର୍ଗାଙ୍କ ବାସନ୍ତୀ ଦୁର୍ଗାପୂଜା କରିଥାନ୍ତି ବଙ୍ଗୟ ସମ୍ପ୍ରଦାୟର ମହିଳା ଓ ପୁରୁଷ । ମଣ୍ଡପରେ ମାଆ ବାସନ୍ତୀ ଦୁର୍ଗାଙ୍କ ସହ ଶ୍ରୀଗଣେଶ, କାର୍ତ୍ତିକ, ମହାଲକ୍ଷ୍ମୀ ଓ ମହାସରସ୍ଵତୀ ନିଜନିଜ ବାହନଙ୍କ ସହ ପୂଜା ପାଇଥାନ୍ତି । ମହା ସପ୍ତମୀଦିନ ଠାରୁ ଦଶମୀ ଦିନ ଯାଏଁ ମାଆଙ୍କ ଖପର ଦ୍ବାରା ଧୂପଦେବା ଓ ଆଳତୀ ଦେଖିବା ପାଇଁ ବହୁ ଲୋକଙ୍କ ସମାଗମ ହୁଏ । ସେହିଭଳି ମାଆଙ୍କ ବିଦାୟ(ବିସର୍ଜନ)ଦିନ ବଙ୍ଗୀୟ ସମ୍ପ୍ରଦାୟର ମହିଳା ମାନେ ସିନ୍ଦୁର ଖେଳି ମାଆଙ୍କୁ ବିଦାୟ ଦେଇଥାନ୍ତି ।
 

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details