ଓଡିଶା

odisha

ଫୁଲବାଣୀରେ ଜିଲ୍ଲାସ୍ତରୀୟ ମିଲେଟ୍ ରେସିପି ପ୍ରତିଯୋଗିତା

By ETV Bharat Odisha Team

Published : Oct 10, 2023, 8:10 AM IST

ଫୁଲବାଣୀରେ ଜିଲ୍ଲାସ୍ତରୀୟ ମିଲେଟ୍ ରେସିପି ପ୍ରତିଯୋଗୀତା

ଫୁଲବାଣୀ:ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ପାଳନ ଅବସରରେ ଫୁଲବାଣୀଠାରେ ଜିଲ୍ଲାସ୍ତରୀୟ ମିଲେଟ୍ ରେସିପି ପ୍ରତିଯୋଗିତା ଅନୁଷ୍ଠିତ ।  ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ପରିସରରେ ଏହି ମିଲେଟ ରେସିପି ଓ ଏହାର ରନ୍ଧନ ପ୍ରତିଯୋଗିତା ହୋଇଛି । କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଳକରୁ ଆସିଥିବା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଏବଂ ବ୍ୟକ୍ତିଗତ ଭାବରେ ମହିଳାମାନେ ଏଥିରେ ଭାଗ ନେଇଥିଲେ ।

ପ୍ରତିଯୋଗିତା ଯୋଗ ଦେଇଥିବା ୧୧ଜଣ ପ୍ରତିଯୋଗୀ ଗୋଷ୍ଠୀମାନଙ୍କର ଦୁଇଟି ପର୍ଯ୍ୟାୟରେ ପ୍ରତିଯୋଗିତା କରାଯାଇଥିଲା । ଏଥିରେ ଘୁ.ଉଦୟଗିରି ବ୍ଲକରୁ ଆସିଥିବା ଅଭିସିକ୍ତା ମହିଳା ଗୋଷ୍ଠୀ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଫୁଲବାଣୀ ମହିଳା ମହାବିଦ୍ୟାଳୟର ପ୍ରତିଯୋଗୀ ଅଞ୍ଜଳି ନାୟକ ଦ୍ବିତୀୟ ଏବଂ ବାଲିଗୁଡାର ସାଈ ମହିଳା ଗୋଷ୍ଠୀ ତୃତୀୟ ସ୍ଥାନ ଅଧିକାର କରିଥିଲେ ।  ଶେଷରେ ଅତିଥିମାନଙ୍କ ଦ୍ୱାରା ସେମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ପ୍ରହଲ୍ଲାଦ କୁମାର ସେନାପତ, ଜିଲ୍ଲା ମିଶନ ଶକ୍ତି ସଂଯୋଜକ ସୁନୀଲ କୁମାର ମଲ୍ଲିକ ଯୋଗ ଦେଇଥିଲେ  ।

ଏହା ମଧ୍ୟ ପଢନ୍ତୁ...ଫୁଲବାଣୀକୁ ରେଳ ସଂଯୋଗୀକରଣ ଦାବି, ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ

ଜିଲ୍ଲାରେ ମିଲେଟ ମିଶନ ଏହିଭଳି ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ଛୋଟ ଦାନା ଶସ୍ୟର ଚାଷ ବୃଦ୍ଧି କରାଇବା ଏବଂ ଏହାର ବଜାରରେ ଚାହିଦା ବୃଦ୍ଧି କରାଇବା ସହିତ ଲୋକଙ୍କୁ ଏହାର ଉପକାରିତା ବାବଦରେ ସଚେତନ କରାଯାଇଉଛି ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କହିଥିଲେ  ।

ଇଟିଭି ଭାରତ,କନ୍ଧମାଳ

ABOUT THE AUTHOR

...view details