ଓଡିଶା

odisha

Watch: ବନ୍ୟାପାଣିରେ ଫସିଲା ଥାର୍‌, ଉଦ୍ଧାର କଲେ ଲୋକେ

By

Published : Aug 3, 2023, 1:40 PM IST

car washed away flood water in cuttack

କଟକ:ଲଗାଣ ବର୍ଷା ପରେ ବନ୍ୟାଜଳରେ ଫୁଲୁଛି ମହାନଦୀ । ଯୋବ୍ରା ରେଳ ଧାରଣା ତଳେ ପାଣିରେ ଫସିଲା ଏସୟୁଭି ଥାର । ଅଳ୍ପକେ ବର୍ତ୍ତି ଗଲା 2 ଜଣଙ୍କ ଜୀବନ । ରେଳ ଧାରଣା ତଳେ 5 ଫୁଟରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଏସୟୁଭି ଥାର ଫସି ଯାଇଥିବା ଦେଖିବାକୁ ମିଳିଛି । ଗାଡିରେ ଦୁଇ ଜଣ ବ୍ୟକ୍ତି ଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଛନ୍ତି । ଉଭୟଙ୍କୁ ଉଦ୍ଧାର ପରେ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟବସ୍ଥା ଭଲ ରହିଥିବା ସୂଚନା ମିଳିଛି । ତେବେ ଆଉ କିଛି ସମୟ ମଧ୍ୟରେ ମୁଣ୍ଡୁଳିରେ 8 ଲକ୍ଷରୁ ଉର୍ଦ୍ଧ୍ବ କ୍ୟୁସେକ ଜଳ ପ୍ରବାହିତ ହେବ । ଏନେଇ ଏସଆରସିଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଛି । 

ତେବେ ହୀରାକୁଦ ଜଳ ଭଣ୍ଡାରରୁ ବନ୍ୟାଜଳ ଛଡା ଯିବା ପରେ ବର୍ତ୍ତମାନ ମହାନଦୀରେ ପ୍ରବଳ ମାତ୍ରାରେ ବନ୍ୟାଜଳ ପ୍ରବାହିତ ହେଉଛି । ତେଣୁ ନଦୀ କୁଳ ନିକଟରେ ଥିବା ଏହି ରାସ୍ତା ଉପରେ ଗତକାଲି ରାତିରୁ 5 ଫୁଟରୁ ଊର୍ଦ୍ଧ୍ବ ବନ୍ୟା ଜଳ ପ୍ରବାହିତ ହେଉଛି । ଏହି ରାସ୍ତାରେ ଯାତାୟାତ ବନ୍ଦ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ବନ୍ୟା ଜଳକୁ ନେଇ କଁହେଇପୁର, ନେହୁରୁ ପଲି, ଗାନ୍ଧୀ ପଲି ଆଦି ଅଞ୍ଚଳର ଲୋକ ମାନଙ୍କ ମନରେ ଭୟ ଦେଖା ଦେଇଛି।

ଏହା ମଧ୍ୟ ପଢନ୍ତୁ-Watch: ଫୁଲୁଛି ବୈତରଣୀ, ପାଣି ଘେରରେ 50ରୁ ଊର୍ଦ୍ଧ୍ବ ଗାଁ

ଇଟିଭି ଭାରତ, କଟକ

ABOUT THE AUTHOR

...view details