ଓଡିଶା

odisha

ଗୁଜୁରାଟ ରାଜଭବନରେ ହୋଲି ଖେଳିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ: ସାଙ୍ଗରେ ଥିଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

By

Published : Mar 8, 2023, 10:57 PM IST

ଗୁଜୁରାଟ ରାଜଭବନରେ ହୋଲି ଖେଳିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ: ସାଙ୍ଗରେ ଥିଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

ଗାନ୍ଧୀନଗର:ଆଜି ସାରା ଦେଶରେ ଜାରି ରହିଛି ରଙ୍ଗର ପର୍ବ ହୋଲି ପାଳନ । ଏଥିରୁ ମଧ୍ୟ ବାଦ ପଡିନାହାନ୍ତି ଭାରତ ଗସ୍ତରେ ଆସିଥିବା ଅତିଥି ପ୍ରଧାନମନ୍ତ୍ରୀ । ବର୍ଡର-ଗାଭାସ୍କର ଟ୍ରଫି ଦେଖିବା ପାଇଁ ଭାରତ ଗସ୍ତରେ ଆସିଥିବା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବନିସ ଗାନ୍ଧୀନଗରରେ ହୋଲି ଖେଳିଛନ୍ତି । ଗୁଜୁରାଟ ରାଜଭବନରେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏଥିରେ ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଓ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ । ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ ଅତିଥି ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଥିଲା । ସମସ୍ତେ ବେଶ କିଛି ସମୟ ଧରି ପରସ୍ପରକୁ ରଙ୍ଗ ଲଗାଇ ହୋଲି ଖେଳିଥିବା ଦେଖିବାକୁ ମିଳିଥିଲା । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବନିସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମ୍ୟାଚ ଦେଖିବେ । ଏହି ମ୍ୟାଚ ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଯାଉଛି । ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବନିସ ଗାନ୍ଧୀନଗରରେ ପହଞ୍ଚିିଥିଲେ ।

ABOUT THE AUTHOR

...view details