ଓଡିଶା

odisha

Navratri 2023: କ୍ୟାନ୍ସର ପୀଡିତାଙ୍କ ପାଇଁ ଏକାଠି ନେତା, ଅଭିନେତା ଓ ଜନତା

By ETV Bharat Odisha Team

Published : Oct 15, 2023, 6:04 PM IST

Dandiya night organized in Bhubaneswar

ଭୁବନେଶ୍ବର: କ୍ୟାନ୍ସର ପୀଡିତାଙ୍କ ପାଇଁ ଏକାଠି ହେଲେ ନେତା ଅଭିନେତା ଓ ଜନତା । କୁନି କୁନି ପିଲାଙ୍କ ମୁହଁରେ ହସ ଫୁଟାଇବା ଲାଗି ଗୀତର ତାଳେ ତାଳେ ନାଚିଲେ ଦାଣ୍ଡିଆ। 'ସ୍ଵାଭିମାନୀ ଓଡିଆ ୱିମେନ୍ସ ୱାର୍ଲ୍ଡ' ପକ୍ଷରୁ ଆୟୋଜିତ ଦାଣ୍ଡିଆ କାର୍ଯ୍ୟକ୍ରମରେ ଏଭଳି ସମସ୍ତେ ଏକାଠି ହୋଇ କ୍ୟାନ୍ସର ରୋଗୀଙ୍କ ଆରୋଗ୍ୟରେ ନିଜର ସହଭାଗିତା ପାଇଁ ଦାଣ୍ଡିଆ ନାଚିଥିବା ଦେଖିବାକୁ ମିଳିଛି । ସେ ସାଂସଦ ସୁଲତା ଦେଓ ହୁଅନ୍ତୁ ଅବା ଅଭିନେତା ଆକାଶ ଅବା କଣ୍ଠଶିଳ୍ପୀ ଅର୍ପିତା ପ୍ରିୟଦର୍ଶିନୀ ସମସ୍ତେ ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରି ଦାଣ୍ଡିଆ ନୃତ୍ୟ କରିଛନ୍ତି ।  

ଏହା ବି ପଢନ୍ତୁ- Navratri 2023: ଦାଣ୍ଡିଆ କରୁଛନ୍ତି କି ? ସ୍ବାସ୍ଥ୍ୟ ଉପରେ ପଡିବ ଏହି ପ୍ରଭାବ

ପରିବାର ପ୍ରିୟଜନଙ୍କ ସହ ଆସି ନିଜର ମନୋରଞ୍ଜନ କରିବା ସହ ଗୀତର ତାଳେ ତାଳେ ସମସ୍ତେ ଝୁମିଛନ୍ତି । ଦାଣ୍ଡିଆର ଟିକେଟର ଅର୍ଥ ଯିବ କ୍ୟାନ୍ସର ପୀଡ଼ିତଙ୍କ ପାଇଁ ଯାଉଥିବାରୁ ଏହା ସୌଭାଗ୍ୟର କଥା ବୋଲି ନେତା, ଅଭିନେତାମାନେ କହିଛନ୍ତି । ଅନ୍ୟପଟେ ଅଭିନେତ୍ରୀ ନୈନା ଦାସ ଓ ଅଭିନେତା ପୃଥ୍ବୀରାଜ ନିଜର ଆଗାମୀ ସିନେମାର ପ୍ରମୋସନ ପାଇଁ ଆସି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏପରି ସମାଜର ବିଭିନ୍ନ ବର୍ଗର ଲୋକେ ଏହି ନୃତ୍ୟ ଆସରରେ ଯୋଗ ଦେଇ ଖୁସି ହୋଇଛନ୍ତି । ଏହି ଅନୁଷ୍ଠାନରେ ୧୦୦୦ରୁ ଊର୍ଦ୍ଧ୍ବ ସଦସ୍ୟ ଥିବା ବେଳେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ସମସ୍ତ ସଦସ୍ୟ ମଧ୍ୟ ଏହି ନୃତ୍ୟ କରିଥିଲେ ।  

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details