ଓଡିଶା

odisha

ଛାତ୍ରଛାତ୍ରୀଙ୍କ ସହ ମିଶି ରାତ୍ର ଭୋଜନ କଲେ ୫ଟି ସଚିବ

By

Published : Mar 29, 2023, 8:48 AM IST

5t secretary

ମାଲକାନଗିରି:ଛାତ୍ରଛାତ୍ରୀଙ୍କ ସହ ବସି ରାତ୍ର ଭୋଜନ କଲେ ୫ଟି ସଚିବ ଭିକେ ପାଣ୍ଡିଆନ୍ ଓ ମୁଖ୍ୟ ସଚିବ ସିଏମୋ ତଥା ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଆର୍ ଭିନିଲ୍ କ୍ରିଷ୍ଣା ଓ ଅନ୍ୟାନ୍ୟ ଅଧିକାରୀ । ମାଲକାନଗିରି ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ୫ଟି ସଚିବ ଆସିଥିବା ବେଳେ ପ୍ରଥମ ଦିନରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ବୁଲି ଦେଖିଥିଲେ । ଏଥିସହ ଶେଷରେ ସ୍ବାଭିମାନ ଅଞ୍ଚଳର ବଡପଡା ସ୍ଥିତ ଏଜୁକେସନାଲ କମ୍ପ୍ଲେକ୍ସ ବୁଲି ଦେଖିବା ସହ ଏସ୍ ଏସ୍ ଡି ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ପରେ ହଷ୍ଟେଲ ଛାତ୍ରୀଙ୍କ ମିଶି ରାତ୍ର ଭୋଜନ କରିଥିଲେ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସହ ବଡପଡା ସ୍କୁଲକୁ ପୋଷ୍ୟ ରୂପେ ଗ୍ରହଣ କରିଥିବା ମୁଖ୍ୟ ସଚିବ ସିଏମୋ (ପୂର୍ବତନ ଜିଲ୍ଲାପାଳ) ଆର୍ ଭିନିଲ କ୍ରିଷ୍ଣା, ଉନ୍ନୟନ ସଚିବ ଅନୁ ଗର୍ଗ, ମାଲକାନଗିରି ଜିଲ୍ଲାପାଳ ଭିଶାଲ୍ ସିଂହ, ଏସପି ନିତିଶ ୱାଧାନି ଓ ଅନ୍ୟାନ୍ୟ ଅଧିକାରୀମାନେ ଛାତ୍ରଛାତ୍ରୀଙ୍କ ସହ ମିଶି ଭୋଜନ କରିଥିଲେ । ଯାହା ଫଳରେ ସ୍କୁଲ ଛାତ୍ରୀମାନେ ଖୁସି ପ୍ରକଟ କରିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details