ଓଡିଶା

odisha

ଭଦ୍ରକ ଘଣ୍ଟେଶ୍ବରରେ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର

By

Published : Aug 6, 2019, 11:56 AM IST

ପୂର୍ବ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାନସଭା ନିର୍ବାଚନମଣ୍ଡଳୀର ଘଣ୍ଟେଶ୍ଵରରେ ଗୋଷ୍ଠୀ ସଂଘର୍ଷ । ଏଥିରେ ଗୋପୀନାଥପୁରର ପ୍ରଭାତ ସାହୁ ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାନସଭା ନିର୍ବାଚନମଣ୍ଡଳୀର ଘଣ୍ଟେଶ୍ଵରରେ ଗୋଷ୍ଠୀ ସଂଘର୍ଷ । ଏଥିରେ ଗୋପୀନାଥପୁରର ପ୍ରଭାତ ସାହୁ ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ସ୍ଥାନୀୟ ଲୋକମାନେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଭଦ୍ରକ

ସୂଚନାନୁସାରେ, ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ପ୍ରଭାତ ସାହୁଙ୍କୁ ଅନ୍ୟ ଏକ ଗୋଷ୍ଠୀର କିଛି ଯୁବକ ଘଣ୍ଟେଶ୍ବର ବସ୍‌ଷ୍ଟାଣ୍ଡ ନିକଟରେ ଆକ୍ରମଣ କରିଥିଲେ । ତେବେ ଡାକ୍ତରଖାନାରେ ଚିକିତ୍ସିତ ପ୍ରଭାତଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ 108 ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତରିତ କରାଯାଇଛି। ପୂର୍ବ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଏହିପରି ହିଂସାକାଣ୍ଡ ଘଟିଥିବା ସୂଚନା ମିଳିଛି । ସେପଟେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ସତ୍ୟତା ଜାଣିବାକୁ ତଦନ୍ତ ଜାରି ରଖିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ଗତକାଲି ବିଳମ୍ବିତ ରାତିରେ ଏକ ସଂଘବଦ୍ଧ ଆକ୍ରମଣ। ଜଣେ ଗୁରୁତର। କଟକ ସ୍ଥାନାନ୍ତରିତ। Body:ଗତକାଲି ବିଳମ୍ବିତ ରାତିରେ ଏକ ସଂଘବଦ୍ଧ ଆକ୍ରମଣ। ଜଣେ ଗୁରୁତର। କଟକ ସ୍ଥାନାନ୍ତରିତ। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଘଣ୍ଟେଶ୍ଵର ଠାରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ର ଜଣେ ଯୁବକ ଙ୍କୁ, ଅନ୍ୟ ଏକ ଗୋଷ୍ଠୀ ର କିଛି ଯୁବକ ସଂଘବଦ୍ଧ ଭାବେ ଘଣ୍ଟେଶ୍ଵର ବସ ଷ୍ଟାଣ୍ଡ ନିକଟରେ ଆକ୍ରମଣ କରିଥିଲେ। ଫଳରେ ଆକ୍ରମଣର ଶିକାର ହୋଇଥିବା ଗୋପୀନାଥ ପୁର ଗ୍ରାମର ପ୍ରଭାତ ସାହୁ ଗୁରୁତର ଭାବେ ଆହତ ହୋଇଥିଲେ। ପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିଥିଲେ। ସେଠାରେ ସେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ତୁରନ୍ତ 108 ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତରିତ କରାଯାଇଥିଲା। ପୂର୍ବ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଏହିପରି ହିଂସାକାଣ୍ଡ ଘଟିଥିବା ସୂଚନା ମିଳିଛି। ଏନେଇ ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଂଚି ଅଧିକ ଅନୁସନ୍ଧାନ ଜାରୀ ରଖିଛି।Conclusion:

ABOUT THE AUTHOR

...view details