ଓଡିଶା

odisha

କଡ଼ାକଡ଼ି ହେଲା ଟ୍ରାଫିକ ଚେକିଂ, ରାଉରକେଲାରେ ଛାତ୍ରଛାତ୍ରୀ ଗଣିଲେ ୩ ଲକ୍ଷ ୭୫ ହଜାର ତଣ୍ଡ

By

Published : Mar 28, 2023, 8:06 PM IST

ରାଉରକେଲାରେ ଆଜିଠାରୁ ଟ୍ରାଫିକ ଚେକିଂ କଡ଼ାକଡ଼ି ହୋଇଛି । ନାବାଳକ ଏବଂ ନାବାଳିକାମାନଙ୍କ ପାଇଁ ଆଜିଠାରୁ ଚେକିଂ କଡ଼ାକଡ଼ି ହୋଇଛି । ୧୮ ବର୍ଷରୁ କମ ବୟସର ସ୍କୁଲ ଛାତ୍ରଛାତ୍ରୀ ଗାଡି ଚଳାଇଲେ ଦେବେ ମୋଟା ଅଙ୍କର ଜରିମାନା । ଗାଡ଼ି ଜବତ ସହ ଅଭିଭାବକଙ୍କୁ ହୋଇପାରେ ଜେଲ ଦଣ୍ଡ । ଅଧିକ ପଢ଼ନ୍ତୁ

ରାଉରକେଲାରେ କଡ଼ାକଡ଼ି ହେଲା ଟ୍ରାଫିକ ଚେକିଂ
ରାଉରକେଲାରେ କଡ଼ାକଡ଼ି ହେଲା ଟ୍ରାଫିକ ଚେକିଂ

ରାଉରକେଲାରେ କଡ଼ାକଡ଼ି ହେଲା ଟ୍ରାଫିକ ଚେକିଂ

ରାଉରକେଲା: ୧୮ ବର୍ଷରୁ କମ ବୟସରେ ଗାଡ଼ି ଚଲାଉଥିଲେ ସାବଧାନ । କଡାକଡି ହେଉଛି ଯାଞ୍ଚ । ରାଜ୍ୟ ପରିବହନ ବିଭାଗର ନିର୍ଦ୍ଦେଶ କ୍ରମେ ଆଜିଠାରୁ ନାବାଳକ ଏବଂ ନାବାଳିକା ଗାଡି ଚାଳନା ଉପରେ ଲାଗିବ ରୋକ । ନାବାଳକ ବା ନାବାଳିକା ଗାଡି ଚଳାଉଥିବାର ଧରାହେଲେ ଗାଡ଼ି ଜବତ ହେବାସହ ଲାଗିବ ମୋଟା ଅଙ୍କର ଜରିମାନା । ସେଥିପାଇଁ ନାବାଳକଙ୍କୁ ଗାଡ଼ି ଦେଉଥିଲେ ସାବଧାନ । ଏନେଇ ଆଜିଠାରୁ ସାରା ରାଜ୍ୟରେ କଡ଼ାକଡ଼ି ହେଉଛି ଯାଞ୍ଚ । ସ୍କୁଲ ଛାତ୍ରଛାତ୍ରୀଙ୍କ ଉପରେ ରହିବ କଡ଼ା ନଜର ।

ମୋଟର ଆଇନ 19- A ଆଧାରରେ ନିୟମ ଉଲଙ୍ଘନକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ୧୮ ବର୍ଷରୁ କମ ବୟସର ପିଲାମାନେ ଗାଡ଼ି ଚଳାଉଥିବାର ଧରା ପଡ଼ିଲେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ପଡ଼ିବ ଫାଇନ । ଏହା ସହିତ ସମ୍ପୃକ୍ତ ନାବାଳକ ବା ନାବାଳିକାଙ୍କୁ ୨୫ ବର୍ଷ ପର୍ଯ୍ୟନ୍ତ ମିଳିବନି ଡ୍ରାଇଭିଂ ଲାଇସେନ୍ସ । ଏହାସହ ଆଇନକୁ ଅଧିକ ମାତ୍ରାରେ ଉଲଂଙ୍ଘନ କଲେ ଗାଡ଼ି ମାଲିକ କିମ୍ବା ଅଭିଭାବକଙ୍କୁ ଯିବାକୁ ପଡ଼ିପାରେ ଜେଲ୍‌ । ଏହା ସହିତ ଗାଡ଼ି ଚଳାଉଥିବା ସମୟରେ ନିଶା ସେବନ କରିବା, ବିନା ହେଲମେଟରେ ଗାଡ଼ି ଚଳାଇବା, ଦ୍ରୁତ ଗତିରେ ଚାଳନା କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ । ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା କମ କରିବା ପାଇଁ ଏଭଳି ପନ୍ଥା ଆପଣାଇଛି ପରିବହନ ବିଭାଗ । ଜିରୋ କାଜୁଆଲିଟି ଉପରେ ଫୋକସ ଦିଆଯାଇଛି ।

ତେବେ ଆଜି ରାଉରକେଲା ସହରର ମଧ୍ୟ ବିଭିନ୍ନ ସ୍ଥାନରେ ରାଉରକେଲା RTO ପକ୍ଷରୁ ଚେକିଂ କରାଯାଇଥିଲା । ଏଥିରେ ମୁଖ୍ୟତଃ ସ୍କୁଲ କଲେଜରେ ପାଠ ପଢ଼ୁଥିବା ବେପାରୁଆ ଚାଳକ ଯେଉଁମାନେ ନାବାଳକ ଏବଂ ନାବାଳିକା ଅଛନ୍ତି ଏବଂ ଯେଉଁମାନେ ବିନା ହେଲମେଟରେ ଗାଡି ଚଳାଉଛନ୍ତି, ଯାହାର ଲାଇସେନ୍ସ ନାହିଁ ସେମାନଙ୍କ ଉପରେ ଆଜି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପରିବହନ ବିଭାଗ । ରାଉରକେଲା ସହରର ବିଭିନ୍ନ ସ୍ଥାନରେ ବହୁ ସ୍କୁଲ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଆଜି ଚେକିଂରେ ଧରି ଗାଡି ଜବତ କରିବା ସହ ସେମାନଙ୍କଠାରୁ ୨୫ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି । ସିଧାସଳଖ ରାଉରକେଲା RTO ଅଫିସରେ ଯାଇ ଫାଇନ ରାଶିକୁ ପୈଠ କରି ଚାଲାଣ କ୍ଲିୟର କରିବାକୁ ସେମାନଙ୍କ ଅଭିଭାବକଙ୍କୁ ସୂଚନା ଦିଆଯାଇଛି । ସେହିଭଳି ୨୫ ବର୍ଷ ଯାଏଁ ସୋନଙ୍କ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରଦ୍ଦ ହେବ । ତେବେ ଆଜି ରାଉରକେଲା ସହରରେ ପ୍ରାୟ ୧୫ ଜଣ ଛାତ୍ରଛାତ୍ରୀ ବିନା ଲାଇସେନ୍ସରେ ଗାଡି ଚଲାଉଥିବା ବେଳେ ଧରା ପଡିଥିଲେ । ସେହିଭଳି ଆଜି ସ୍କୁଲ ଛାତ୍ରଛାତ୍ରୀ ବା ନାବାଳକ ନାବାଳିକାମାନଙ୍କଠାରୁ ୩ ଲକ୍ଷ ୭୫ ଟଙ୍କା ଜରିମାନା ଆଦାୟ କରାଯାଇଛି । ତେବେ ଆଜି ପ୍ରଥମ ଦିନ ଥିବାରୁ ଅଧିକାଂଶ ପିଲାଙ୍କୁ ବୁଝାସୁଝା କରି ଛାଡ଼ି ଦିଆଯାଇଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details