ଓଡିଶା

odisha

ସୁନ୍ଦରଗଡ଼ରେ ସରଗି ଫୁଲ୍, ପ୍ରତିଭା ଦେଖାଉଛନ୍ତି ଛାତ୍ରଛାତ୍ରୀ

By ETV Bharat Odisha Team

Published : Dec 8, 2023, 2:57 PM IST

Sargiful Programme: ସୁନ୍ଦରଗଡ଼ରେ ଆରମ୍ଭ ହୋଇଯାଇଛି ତିନିଦିନିଆ ସରଗି ଫୁଲ୍ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

Etv Bharat
Etv Bharat

sargiful

ରାଉରକେଲା: ସୁନ୍ଦରଗଡ଼ ସଂସ୍କୃତି ଭବନରେ ଆରମ୍ଭ ହୋଇଯାଇଛି ଉତ୍ତର ଓଡ଼ିଶା ଜୋନସ୍ତରୀୟ ‘ସରଗି ଫୁଲ୍ ’ କାର୍ଯ୍ୟକ୍ରମ । ମୁଖ୍ୟ ଅତିଥି ଭାବେ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଯୋଗ ଦେଇ ଏହାର ଉଦଘାଟନ କରିଛନ୍ତି । ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ତଥା ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଗୁରୁବାର ଠାରୁ ଏହା ଆରମ୍ଭ ହୋଇଥିବା ବେଳେ ଶନିବାର ଏହାର ଉଦଯାପନ ହେବ ।

ସୁନ୍ଦରଗଡ଼ରେ ଆୟୋଜିତ ଏହି ତିନିଦିନିଆ ଜୋନସ୍ତରୀୟ କାର୍ଯ୍ୟକ୍ରମରେ ୧୫ଟି ଜିଲ୍ଲାର ୬୩୮ ଜଣ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି । ଜନଜାତି ସଂପ୍ରଦାୟ ରାଜ୍ୟର ଗର୍ବ । ଏହି ବର୍ଗର ଛାତ୍ରଛାତ୍ରୀଙ୍କ ଭିତରେ ଅନନ୍ୟ ପ୍ରତିଭା ରହିଛି । ସରଗି ଫୁଲ୍ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ବିଶେଷ ସୁଯୋଗ ଦିଆଯାଉଛି । ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ଦ୍ୱାରା ପିଲାମାନଙ୍କ ଭିତରେ ସୃଜନାତ୍ମକ ପ୍ରତିଭାର ବିକାଶ ସହ ପ୍ରତିଯୋଗିତାମୂଳକ ମନୋଭାବ ଏବଂ ଯୋଗାଯୋଗ ଦକ୍ଷତା, ନେତୃତ୍ୱ ବିକାଶ ହୋଇପାରିବ ବୋଲି କହିଛନ୍ତି ମନ୍ତ୍ରୀ ସାରଦା ନାୟକ ।

ଏହା ମଧ୍ୟ ପଢନ୍ତୁ-ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସରଗି ଫୁଲ, ଆକର୍ଷଣ ସାଜିଲା ମାନବବିହୀନ ମଡେଲ

ସୁନ୍ଦରଗଡ଼ ସଦର ବ୍ଲକ ଅନ୍ତର୍ଗତ ଭବାନିପୁର ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ରତିଯୋଗିତା କରାଯାଉଛି । ପିଲାମାନଙ୍କ ଭିତରେ ବକ୍ତୃତା, କୁଇଜ୍, ଏକକ ସଙ୍ଗୀତ ଓ ଚିତ୍ରାଙ୍କନ ଆଦି ପ୍ରତିଯୋଗିତା କରାଯାଉଛି । ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ । ଚଳିତବର୍ଷ ପ୍ରଥମ ଥର ପାଇଁ ଜୋନସ୍ତରୀୟ ସରଗି ଫୁଲ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରୁ ଉତ୍ତୀର୍ଣ୍ଣ ହୋଇ ଆସିଥିବା ଛାତ୍ରଛାତ୍ରୀମାନେ ଏଥିରେ ଭାଗ ନେଇଛନ୍ତି । ପରେ ସେମାନେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ନିଜର ପ୍ରତିଭା ଦେଖାଇବାର ସୁଯୋଗ ପାଇବେ ।

ସରଗି ଫୁଲ୍ ଭଳି ଆମ ଜନଜାତି ପିଲାଙ୍କର ସ୍ୱପ୍ନ, ପ୍ରତିଭା ଓ ଦକ୍ଷତାକୁ ଆକାଶ ଛୁଆଁ କରିବା ଲାଗି ସୁଯୋଗ ଦେବା ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିନୟ ଟପ୍ପୋ, ସୁନ୍ଦରଗଡ଼ର ବିଧାୟିକା କୁସୁମ ଟେଟେ, ତଲସରାର ବିଧାୟକ ଭବାନୀ ଶଙ୍କର ଭୋଇ, ରାଜଗାଙ୍ଗପୁରର ବିଧାୟକ ଡକ୍ଟର ସି ଏସ୍ ରାଜେନ୍ ଏକ୍କା, ସୁନ୍ଦରଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଭାଗ ନେଇ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ । ଏଥିରେ ସଫଳତା ହାସଲ କରିଥିବା ବିଭିନ୍ନ ବର୍ଗର ପ୍ରତିଯୋଗିତା ରହିଛି ।

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

...view details