ଓଡିଶା

odisha

ରଜରେ ଚାଲିଥିଲା ବେଆଇନ କୁକୁଡା ଲଢେଇ ସହ ଜୁଆ ଖେଳ, 52 ଗିରଫ

By

Published : Jun 17, 2023, 7:38 AM IST

ରଜ ମଉଜ ସମୟରେ ଚାଲିଥିଲା ବେଆଇନ କୁକୁଡ଼ା ଲଢେଇ ଏବଂ ଜୁଆ ଖେଳ । ଖବର ପାଇ ମାଡି ବସିଲା ପୋଲିସ । ଅଧିକ ପଢ଼ନ୍ତୁ

ରଜ ମଉଜ ସମୟରେ ଚାଲିଥିଲା ବେଆଇନ କୁକୁଡ଼ା ଲଢେଇ ଏବଂ ଜୁଆ ଖେଳ
ରଜ ମଉଜ ସମୟରେ ଚାଲିଥିଲା ବେଆଇନ କୁକୁଡ଼ା ଲଢେଇ ଏବଂ ଜୁଆ ଖେଳ

ରଜ ମଉଜ ସମୟରେ ଚାଲିଥିଲା ବେଆଇନ କୁକୁଡ଼ା ଲଢେଇ ଏବଂ ଜୁଆ ଖେଳ

ରାଉରକେଲା: ରଜରେ ଚାଲିଥିଲା ବେଆଇନ କୁକୁଡ଼ା ଲଢେଇ । ମାଡି ବସିଲା ପୋଲିସ । ରଜ ମଉଜରେ କୁକୁଡ଼ା ଲଢେଇ ମହଙ୍ଗା ପଡିଲା । ବେଆଇନ କୁକୁଡ଼ା ଲଢେ଼ଇ ଜୁଆ ଆଡ୍ଡା ସ୍ଥାନରେ ପୋଲିସର ଅତର୍କିତ ଚଢ଼ାଉ । ୫୨ ଜଣଙ୍କ ସହ ୩୩ ହଜାର ଟଙ୍କା, ୫୫ ବାଇକ ଓ ଗୋଟିଏ କାର ଜବତ । ରଜ ଉପଲକ୍ଷେ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଅଲଣ୍ଡା ପଞ୍ଚାୟତର ଡୁଡୁକାବାହାଲ ଗ୍ରାମର ଭୁତୁଲୁପଡା ଠାରେ ବେଆଇନ କୁକୁଡ଼ା ଖେଳ ସହ ଜୁଆ ଚାଲୁଥିଲା ।

ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା ରାଜଗାଙ୍ଗପୁର ପୋଲିସ । ଖବର ମିଳିବା ପରେ ରାଜଗାଙ୍ଗପୁର ଏସଡ଼ିପିଓ ଅଭିଷେକ ପାଣିଗ୍ରାହୀଙ୍କ ନେତୃତ୍ୱରେ ଥାନା ଆଇଆଇସି, ସବ ଇନ୍ସପେକ୍ଟର, ଏଏସଆଇମାନଙ୍କ ଏକ ଟିମ ଗଠନ କରାଯାଇଥିଲା । କୁକୁଡ଼ା ଲଢେଇ ଚାଲୁଥିବା ସ୍ଥାନରେ ଅତର୍କିତ ଚଢ଼ାଉ କରିଥିଲା ରାଜଗାଙ୍ଗପୁର ପୋଲିସ । ପୋଲିସ ଚଢ଼ାଉ ହୋଇଥିବା ଜାଣିପାରି ଲୋକେ ଛତ୍ରଭଙ୍ଗ ଦେଇଥିଲେ । ତେବେ ଘଟଣାସ୍ଥଳରୁ ୫୨ ଜଣଙ୍କୁ କାବୁ କରିବା ସହ ତାଙ୍କ ଠାରୁ ୩୩ ହଜାର ୫୧୦ ଟଙ୍କା ଜବତ କରିଛି । ଏହା ବ୍ୟତୀତ ୫୫ଟି ଦୁଇ ଚକିଆ ଗାଡି, ଗୋଟିଏ କାର, ମୋବାଇଲ ୪୮ ଏବଂ ୩ଟି ଲଢେଇ କୁକୁଡ଼ା ଜବତ କରିଥିବା ଏସଡ଼ିପିଓ ଅଭିଷେକ ପାଣିଗ୍ରାହୀ ସୂଚନା ପ୍ରଦାନ କରିଛନ୍ତି । ଲୋକମାନେ ରଜ ପର୍ବକୁ ଧୁମଧାମରେ ପାଳନ କରୁଥିବା ବେଳେ କିଛି ଅସାଧୁ ବ୍ୟକ୍ତିମାନେ ଏହି ପର୍ବର ଫାଇଦା ଉଠାଇ ଜୁଆ ଖେଳ ଖେଳୁଛନ୍ତି ।

ତେବେ ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେ ରଜ ପର୍ବ ବେଶ ଧୁମଧାମରେ ପାଳନ ହେଉଛି । ସାଂସ୍କୃତିକ ଐତିହ୍ୟ ପାଇଁ ପରିଚିତ ରାଉରକେଲାରେ ରଜ ଉତ୍ସବର ଆନନ୍ଦର ଲହରୀ ଖେଳି ଯାଇଛି । ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେରେ ସାଂସ୍କୃତିକ ପରିଷଦ ମହିଳା ସମିତି ପକ୍ଷରୁ ସୁନ୍ଦର ଭାବରେ ରଜ ପାଳନ କରାଯାଇଛି । ଗତକାଲି ରଜର ଶେଷ ଦିନ ଥିବା ବେଳେ ପିଠା, ମିଠା, ପାନ ଆଦି ସମସ୍ତ ପ୍ରକାର ବ୍ୟଞ୍ଜନକୁ ନେଇ ଧୁମଧାମରେ ପାଳନ କରାଯାଇଛି ରଜ ପର୍ବ । ଏହି ପର୍ବ ମାଟି ମା'ଙ୍କୁ ସମର୍ପିତ, ଯିଏକି ନିଜର ପ୍ରାଚୁର୍ଯ୍ୟ ଏବଂ ଉର୍ବରତା ପାଇଁ ପୂଜା ପାଆନ୍ତି । ତାଙ୍କରି ପାଇଁ ଏହି ତିନି ଦିନ ରଜ ପର୍ବ ପାଳନ କରାଯାଇଥାଏ । ରଙ୍ଗବେରଙ୍ଗର ସାଜସଜ୍ଜାରେ ସଜେଇ ହୋଇ ସୁସ୍ୱାଦୁ ପାରମ୍ପରିକ ଖାଦ୍ୟର ମହକରେ ଭରି ଯାଇଛି ସମ୍ପୂର୍ଣ୍ଣ ରାଉରକେଲା ସହର ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details