ଓଡିଶା

odisha

ଚୋରଙ୍କ ଟାର୍ଗେଟରେ 5ଟି ସ୍କୁଲ୍: ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ସାମଗ୍ରୀ ସହ 4 ଲୁଟେରା ଗିରଫ

By

Published : Jul 23, 2023, 5:25 PM IST

ରାତି ଅଧିଆ ସ୍କୁଲ ଭିତରେ ପଶି କରୁଥିଲେ ଚୋରି । 5T ଅଧୀନରେ ସ୍କୁଲ ପାଇଁ ଆସୁଥିବା ଦାମି ସାମଗ୍ରୀକୁ ଟାର୍ଗେଟ କରି କରୁଥିଲେ ଚୋରି । ଚାରି ଜଣ ଚୋର ସହ ସାମଗ୍ରୀ କ୍ରେତାଙ୍କୁ ଗିରଫ କରିଛି ପୋଲିସ । ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସାମଗ୍ରୀ ଜବତ । ଅଧିକ ପଢ଼ନ୍ତୁ

ରାତି ଅଧିଆ ସ୍କୁଲ ଭିତରେ ପଶି କରୁଥିଲେ ଚୋରି
ରାତି ଅଧିଆ ସ୍କୁଲ ଭିତରେ ପଶି କରୁଥିଲେ ଚୋରି

ରାତି ଅଧିଆ ସ୍କୁଲ ଭିତରେ ପଶି କରୁଥିଲେ ଚୋରି

ରାଉରକେଲା: ଚୋରଙ୍କ ଚୋରି କରିବାର ନୂଆସ୍ଥାନ । ଏଥର ଘରୁ ବା ଦୋକାନ ବଜାରରୁ ଚୋରି କରିବା ବଦଳରେ ଚୋରଙ୍କ ଟାର୍ଗେଟରେ ସ୍କୁଲ । ସ୍କୁଲରୁ ପଶି ବିଭିନ୍ନ ସାମଗ୍ରୀ ନେଇ ଚମ୍ପଟ ମାରୁଛନ୍ତି ଚୋର । ବର୍ତ୍ତମାନ ଚୋରଙ୍କ ଟାର୍ଗେଟରେ 5T ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର । ପ୍ରାୟ ବର୍ଷକ ମଧ୍ୟରେ ସୁନ୍ଦରଗଡ଼ର ବିଭିନ୍ନ ଅଞ୍ଚଳର ସ୍କୁଲରେ ଚୋରି ହେଉଥିବା ଘଟଣା ସାମ୍ନାକୁ ଆସିଥିଲା । ତେବେ ଏହି ଚୋରି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ସୁନ୍ଦରଗଡ଼ ପୋଲିସ । ଚାରି ଜଣିଆ ଚୋର ଗ୍ୟାଙ୍ଗ ସହ ଜଣେ ଚୋରି ସାମଗ୍ରୀ କ୍ରେତା ଏବେ ପୋଲିସ କବଜାରେ ।

ସଦର ସୁନ୍ଦରଗଡ ଏସଡିପିଓ ହିମାଂଶୁ ବେହେରା କହିଛନ୍ତି, "ବିଭିନ୍ନ ସ୍କୁଲରେ ଚୋରି ହେଉଥିବା ଖବର ରେଜିଷ୍ଟର ହୋଇଥିଲା । ଯାହାକୁ ନେଇ ଏକ ଟିମ୍ ମଧ୍ୟ ଗଠନ କରାଯାଇଥିଲା । ବିଭିନ୍ନ 5ଟି ସ୍କୁଲ ଉପରେ ଏବଂ ଇଲେକ୍ଟ୍ରିକ ସମାଗ୍ରୀ ବିକ୍ରି ଦୋକାନ ଉପରେ ନଜର ରଖିବା ପରେ 4 ଜଣ ଲୁଟେରା ଗ୍ୟାଙ୍ଗ ସମ୍ପର୍କରେ ଜଣାପଡ଼ିଥିଲା । ଗିରଫ ପାଞ୍ଚ ଜଣ ହେଉଛନ୍ତି ସମ୍ବଲପୁର ମହୁଲପାଲି ଥାନା ଅଞ୍ଚଳର ପଦ୍ମନ୍ ପାତ୍ର, ବଡ ଗାଁ ଅଞ୍ଚଳର ସଞ୍ଜୟ କେଶରୀ, ମୁଣ୍ଡା ଗାଆଁର ଚିତ୍ରସେନ ମଗର, ସ୍ୱରୂପ କେଶରୀ, ସେହିଭଳି ଟିଭି କିଣିଥିବା କୁଜଙ୍ଗ ଅଞ୍ଚଳ ଦୁଷ୍ମନ୍ତ ସ୍ୱାଇଁଙ୍କୁ ପୋଲିସ ଗିରଫ କରିଛି । ସ୍କୁଲକୁ ରଙ୍ଗ କାମ କରିବାକୁ ଯାଇ ଚୋରି କରିବାର ପ୍ଲାନିଂ କରିଥିଲେ । ଅଭିଯୁକ୍ତ ଦୁଷ୍ମନ୍ତ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ଆଦିରେ ଚାଲିଥିବା ରଙ୍ଗ କାମ ପାଇଁ ଶ୍ରମିକ ଯୋଗାଇ ଆସୁଥ‌ିବା ବେଳେ ଅଭିଯୁକ୍ତ ଚିତ୍ରସେନ ପ୍ରଥମେ ରଙ୍ଗକାମ କରୁଥିଲେ । ଏହାର ସୁଯୋଗରେ ସେମାନେ ଚୋରି ପାଇଁ ପ୍ଲାନିଂ କରୁଥିଲେ । ଏହା ପରେ ରାତି ଅଧରେ ସ୍କୁଲରେ ପଶି ଚୋରି କରୁଥିଲେ ।"

ସେ ଆହୁରୀ ମଧ୍ୟ କହିଛନ୍ତି, ଚୋରଙ୍କ ନିକଟରୁ ୬୫ ଇଞ୍ଚର ୩ଟି ସ୍ମାର୍ଟ ଟିଭି, ୪ଟି ଇନଭର୍ଟର, ୧୬ଟି ଇନଭର୍ଟର ବ୍ୟାଟେରୀ, ୩ଟି ସିଲିଂ ଫ୍ୟାନ, ୭ଟି ଲେଖାଏଁ କାନ୍ଥ ପଙ୍ଖା ଇତ୍ୟାଦି ଚୋରି ସାମଗ୍ରୀ ଉଦ୍ଧାର କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ । ଯେଉଁ ସବୁ ଗାଡ଼ି ସାହାଯ୍ୟରେ ଚୋରି କରୁଥିଲେ ଯଥା ଗୋଟିଏ ଟାଟା ମ୍ୟାଜିକ, ବୋଲେରୋ ପିକଅପ୍ ଓ ଗୋଟିଏ ବାଇକ୍ ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details