ଓଡିଶା

odisha

ଅଧପନ୍ତରିଆ କାର୍ଯ୍ୟ କରି ଚାଲିଗଲେ ଠିକାଦାର, ଏବେ ପୋଖରୀ ପାଲଟିଛି କ୍ରିକେଟ ଗ୍ରାଉଣ୍ଡ

By

Published : May 11, 2023, 2:14 PM IST

ରାଉରକେଲା ସହରର ଲେବର ଟେର୍ଣ୍ଣାମେଂଟ ଅଞ୍ଚଳର ଶାନ୍ତି ନଗରରେ ଥବା ଏକ ପୋଖରୀ ସାଜିଛି ଖେଳପଡିଆ । ଅଧପନ୍ତରିଆ କାମ କରି ଠିକାଦାର ଚାଲିଯାଇଥିବା ବେଳେ ପ୍ରଶାସନର ନାହିଁ ନିଘା । ଅଧିକ ପଢନ୍ତୁ

corruption in pond renovation work
corruption in pond renovation work

corruption in pond renovation work

ଉରକେଲା: ପୋଖରୀରେ ମାଛ ଖେଳିବା ବଦଳରେ ଖେଳୁଛନ୍ତି ଛୋଟଛୁଆ । ପାଣି ଥିବା ପୋଖରୀର ଉନ୍ନତି ପରେ ଶୁଖିଲା ପଡିଛି ପୋଖରୀ । ୪୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଯୋଜନା ବର୍ତ୍ତମାନ ଦୁର୍ନୀତି ଘେରରେ । ଚିର ନିଦ୍ରାରେ ମହାନଗର ନିଗମ ପ୍ରଶାସନ । ରାଉରକେଲା ସହରର ଲେବର ଟେର୍ଣ୍ଣାମେଂଟ ଅଞ୍ଚଳର ଶାନ୍ତି ନଗରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ରାଉରକେଲା ମହାନଗର ନିଗମର ଅଜବ ଉନ୍ନତି ମୂଳକ କାର୍ଯ୍ୟ । ପାଣି ଥାଉ ଥାଉ ଉନ୍ନତି କରି କରିଦେଲେ ଶୁଖିଲା ଖେଳ ପଡ଼ିଆ। କାନ୍ଥ ଉଠିଛି ବାଉଣ୍ଡ୍ରି ପଡିଛି ହେଲେ ନାହିଁ ପାଣି, ବରଂ ଖେଳୁଛନ୍ତି ଛୋଟଛୁଆ । ଦିନ ଥିଲା ଏ ଖେଳ ପଡ଼ିଆଟି ପାଣିରେ ଭରପୁର ହୋଇଥିଲା । ଲୋକେ ଗୋଧୋଇବା ଠାରୁ ଆରମ୍ଭ କରି ମାଛଚାଷ କରୁଥିଲେ । ହେଲେ ଏବେ ଶାନ୍ତି ନଗର ପିଲାଙ୍କ ପାଇଁ ସାଜିଛି ଟୁର୍ଣ୍ଣାମେଣ୍ଟ ପଡିଆ । ପୋଖରୀ ଉନ୍ନତି କାମରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ସୂଚନାଯୋଗ୍ୟ ଯେ, 2021-22 ଆର୍ଥିକ ବର୍ଷରେ ୪୩ ଲକ୍ଷ ୮୩ ହଜାର ଟଙ୍କାରେ ଏହି ପୋଖରୀର ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ଟେଣ୍ଡର ହୋଇଥିଲା ଏବଂ କାର୍ଯ୍ୟ ମଧ୍ୟ ହୋଇଥିଲା । କିନ୍ତୁ କାର୍ଯ୍ୟ ଏଭଳି ହେଲା ଯେ ପୋଖରୀର ସମ୍ପୂର୍ଣ୍ଣ ପାଣି ଶୁଖିଗଲା ବର୍ତ୍ତମାନ ଏହି ଜଳ ରାଶିର ଭରା ପୋଖରୀ ଏକ ଖେଳ ପଡ଼ିଆରେ ପରିଣତ ହୋଇଗଲା । ଏହାକୁ ଦେଖିଲେ ରାଉରକେଲା ମହାନଗର ନିଗମର କିଭଳି ଉନ୍ନତିମୂଳକ କାର୍ଯ୍ୟ ହେଉଛି ତାହା ଅନୁମେୟ ।

ତେବେ ଶାନ୍ତି ନଗର ବାସିନ୍ଦା ଅଭିଯୋଗ କରିଛନ୍ତି, "ଏଠାରେ ପୋଖରୀରେ ଦିନେ ଜଳମୟ ରହୁଥିଲା । ହେଲେ ପୋଖରୀ ପାଇଁ ନୂଆ ପ୍ରକଳ୍ପ ଆସିଛି ଉନ୍ନତିମୂଳକ କାର୍ଯ୍ୟ କରାଯିବ ବୋଲି ଶାନ୍ତି ନଗର ବାସିନ୍ଦାକୁ କହିଥିଲେ ରାଉରକେଲା ମହାନଗର ନିଗମ ଅଧିକାରୀ । ତେବେ ପୋଖରୀର ଉନ୍ନତି ହେବ ଭାବି ସ୍ଥାନୀୟ ଲୋକେ ମଧ୍ୟ ରାଜି ହୋଇଥିଲେ । ପୋଖରୀକୁ ସଫା କରିବା ସହ ଖୋଳାଖୋଳି କରିଥିଲେ । ଏହାପରେ ଠିକାଦାର ଆସି ଏଠାରେ କାମ ଆରମ୍ଭ କରିଥିଲେ କାନ୍ଥ ମଧ୍ୟ ଉଠିଲା କିନ୍ତୁ ହଠାତ ଦିନେ କାମ ଶେଷ ହାଇଯାଇଥିବା କଥା କହି ପ୍ରକଳ୍ପକୁ ସମ୍ପୂର୍ଣ୍ଣ ନକରି ଏହାକୁ ଛାଡି ଚାଲିଗଲେ ।

୪୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପର ଉନ୍ନତି କିଭଳି ଦେଖାଯାଉଛି ତାହା ଏବେ ଲୋକଙ୍କ ସାମ୍ନାରେ । ଫଳରେ ଏହି ସ୍ଥାନକୁ ଖେଳପଡିଆ କରି ଦେଇଛନ୍ତି ପିଲାଏ । ଏନେଇ ବାରମ୍ବାର ରାଉରକେଲା ମହାନଗର ନିଗମ ଅଧିକାରୀଙ୍କୁ ଶାନ୍ତି ନଗର ବାସିନ୍ଦା ଆସି ଭେଟି ଏହି ପ୍ରକଳ୍ପ ନାମରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିଲେ ମଧ୍ୟ ଏହାର ଫଳ ଶୂନ। "ଏ ସମ୍ପର୍କରେ ଆମେ ବହୁବାର ରାଉରକେଲା ମହାନଗର ନିଗମ ଅଧିକାରୀଙ୍କୁ ଭେଟି ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସେ ପ୍ରତିକ୍ରିୟା ଦେଇନାହାନ୍ତି ।

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

...view details