ଓଡିଶା

odisha

ଦୁଇଟି ଗାଡିର ଗୋଟିଏ ନମ୍ବର ପ୍ଲେଟ: ଗାଡି ରାଉରକେଲାର, ଫାଇନ କଟିଛି ସମ୍ବଲପୁରରେ

By

Published : Jun 18, 2023, 9:06 PM IST

ଗାଡି ଗୋଟିଏ ଜାଗାରେ ଫାଇନ କଟିଛି ଆଉ ଗୋଟିଏ ଜାଗାରେ। ରାଉରକେଲା ଗାଡି ଫାଇନ କଟିଛି ସମ୍ବଲପୁରରେ । ଦୁଇଟି ଗାଡିର ସମାନ ନମ୍ବର ପ୍ଲେଟ ଫାଇନ କଥା ଶୁଣି ଆଶ୍ଚର୍ଯ୍ୟ ଗାଡି ମାଲିକ। ଅଧିକ ପଡ଼ନ୍ତୁ

ଗାଡି ଗୋଟିଏ ସ୍ଥାନରେ ଫାଇନ କଟିଛି ଆଉ ଗୋଟିଏ ସ୍ଥାନରୁ
ଗାଡି ଗୋଟିଏ ସ୍ଥାନରେ ଫାଇନ କଟିଛି ଆଉ ଗୋଟିଏ ସ୍ଥାନରୁ

ଗାଡି ଗୋଟିଏ ସ୍ଥାନରେ ଫାଇନ କଟିଛି ଆଉ ଗୋଟିଏ ସ୍ଥାନରୁ

ରାଉରକେଲା:ଷ୍ଟିଲ୍‌ ସିଟିରେ ଘଟିଛି ଏକ ଅଜବ ମାମଲା । ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ଦୁଇଟି ଗାଡିର ରହିଛି ସମାନ ନମ୍ବର ପ୍ଲେଟ୍‌ । ଘଟଣା ପରେ ପରିବହନ ବିଭାଗର କାର୍ଯ୍ୟ ଉପରେ ଉଠୁଛି ବିଭିନ୍ନ ପ୍ରଶ୍ନ । ଗାଡ଼ି ଗୋଟିଏ ସ୍ଥାନରେ, ଫାଇନ କଟିଛି ଆଉ ଗୋଟିଏ ସ୍ଥାନରୁ । ଗାଡିର ମାଲିକ ଫଇନ ମେସେଜ ଦେଖି ଆଚମ୍ବିତ ହୋଇଛନ୍ତି । ତେବେ ଯେଉଁ ଗାଡି ଅନ୍ୟ ଏକ ଜିଲ୍ଲାରେ ରହିଛି ସେହି ଗାଡି ନମ୍ବରରେ ଅନ୍ୟ ଜିଲ୍ଲାରେ କିଭଳି କଟୁଛି ଫାଇନ ଏନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ ରାଉରକେଲା RTOରେ ରେଜିଷ୍ଟ୍ରେସନ ହୋଇଥିବା ଏକ ଚାରି ଚକିଆ ଗାଡିର ନମ୍ବରରେ ଆସିଛି ଫାଇନର ମେସେଜ । ଗାଡିର ଅସଲି ମାଲିକ ହେଉଛନ୍ତି ରାଉରକେଲା ଟେନସା ଅଞ୍ଚଳର ନିବାସୀ ଗୋବିନ୍ଦ ଚନ୍ଦ୍ର ସିଂ । ତେବେ ଗାଡିଟି ରାଉରକେଲା RTOରେ ରେଜିଷ୍ଟ୍ରେସନ ହେବା ପରେ ବର୍ତ୍ତମାନ ସମୟରେ ଦୁଇ ତିନି ମାସ ଧରି ବାରିପଦାରେ ତାଙ୍କ ଗ୍ରାମରେ ରହିଛି । ଗାଡିଟି ବାରିପଦାରେ ଥିବା ସମୟରେ ସମ୍ବଲପୁର- ଝାରସୁଗୁଡା ରୋଡ଼ରେ ଗାଡିଟି ଓଭର ସ୍ପିଡିଂ କରିଥିବା ଅଭିଯୋଗରେ କଟାଯାଇଛି ଦୁଇ ହଜାର ଟଙ୍କାର ଫାଇନ । ଏବଂ ଆହୁରି ଆଶ୍ଚର୍ଯ୍ୟ କରିବା ଘଟଣା ହେଉଛି ଦୁଇଟି ଗାଡି ଗୋଟିଏ କମ୍ପାନୀର । ହେଲେ ଅସଲି ଗାଡିର ରଙ୍ଗ ଧଳା କିନ୍ତୁ ଯେଉଁ ଗାଡିର ଚାଲାଣ ଆସିଛି ସେଥିରେ ଗାଡିର ରଙ୍ଗ ବ୍ଲୁ' ରହିଛି । ଏହା କିପରି ସମ୍ଭବ ହେଲା ତାହାକୁ ନେଇ ଉଠିଛି ପ୍ରଶ୍ନ ।

ଗାଡି ମାଲିକଙ୍କ କହିବା ଅନୁଯାୟୀ, "ମୁଁ ସମ୍ବଲପୁର ଯାଇ ନାହିଁ । ମୋ ଗାଡି ଦୀର୍ଘ ସମୟ ଧରି ବାରିପଦାରେ ରହିଛି । ଏହାସହ ଫଇନ ପାଇଁ ଆସିଥିବା ଗାଡିର ରଙ୍ଗ ଏବଂ ତାଙ୍କ ଗାଡିର ରଙ୍ଗ ସମ୍ପୂର୍ଣ୍ଣ ଅଲଗା । ରାଉରକେଲାରେ ପଞ୍ଜିକୃତ ହୋଇଥିବା ଏବଂ ବାରିପଦାରେ ଥିବା ସେମାନଙ୍କ ଗାଡ଼ିଟି ନିୟମ ଉଲ୍ଲଂଘନ କରିବା ସମୟରେ ଉକ୍ତ ସ୍ଥାନରେ ନଥିଲା । ଦୁଇଟି ଗାଡିକୁ ସମାନ ନମ୍ବର ପ୍ଲେଟ ମିଳିଥିବା କାରଣରୁ ଏପରି ହୋଇଥାଏ ପାରେ । ତୁରନ୍ତ ଏହାକୁ ସମାଧାନ କରାଯାଉ । ତଦନ୍ତ କରାଯାଇ ପ୍ରକୃତ ଦୋଷୀଠାରୁ ଫାଇନ ଆଦାୟ କରାଯାଉ । ଏହାସହ ସମାନ ନମ୍ବର ପ୍ଲେଟ କେସକୁ ଗୁରୁତର ସହ ନେଇ ତଦନ୍ତ କରାଯାଉ । RTO କର୍ତ୍ତୃପକ୍ଷ ପ୍ରଶାସନ ତଦାରଖରେ ଅବହେଳା ଯୋଗୁଁ ଏହି ଘଟଣା ଘଟିଛି ।"

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details