ସୁନ୍ଦରଗଡ଼:ଜିଲ୍ଲାହେମଗିର ଥାନା କଳାମେଘ ଏନଟିପିସି ଥଇଥାନ ଓ ପୁନର୍ବାସ କଲୋନୀରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଝିଅର ଚରିତ୍ର ଉପରେ ସନ୍ଦେହ କରି ଜଣେ ମହିଳା କ୍ରୋଧରେ ନିଜ ନାବାଳିକା ଝିଅକୁ ହତ୍ୟା କରିଛନ୍ତି । ଗତ ଶୁକ୍ରବାର ଏହି ହତ୍ୟାକାଣ୍ଡ ହୋଇଥିଲା । ଝିଅକୁ ହତ୍ୟା କରିବା ପରେ ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
ପୋଲିସ ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ୍ରେ ଭର୍ତ୍ତି କରିଥିଲା । ଆଜି ସୁସ୍ଥ ହେବାରୁ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ମାଆଙ୍କ ବାରଣ ସତ୍ତ୍ବେ ବିଳମ୍ବିତ ରାତିରେ ଫୋନ୍ରେ କଥା ହେଉଥିଲେ ନାବାଳିକା । ଏହାକୁ ନେଇ ଅନେକ ସମୟରେ ଉଭୟଙ୍କ ମଧ୍ୟର ବଚସା ହୋଇ ଆସୁଥିଲା । ହେଲେ ଡିସେମ୍ବର ୧୭ ତାରିଖ ରାତିରେ ଏହା ଚରମ ସୀମାରେ ପହଞ୍ଚି ଯାଇଥିଲା । ଉତକ୍ଷିପ୍ତ ହୋଇ ନାବାଳିକାଙ୍କ ମାଆ ଝିଅର ମୁଣ୍ଡକୁ ଶିଳପୁଆରେ ପ୍ରହାର ଉପରେ ପ୍ରହାର କରିଥିଲେ ।