ଓଡିଶା

odisha

ବାଘପାଲି ଜଙ୍ଗଲରେ ବଢୁଛି ବନ୍ୟଜନ୍ତୁ ଶିକାର, ବାହାରେ ବୁଲୁଛନ୍ତି ବାଘ ଶିକାରୀ

By

Published : Oct 2, 2022, 12:49 PM IST

ବାଘପାଲି ଜଙ୍ଗଲରେ ବଢୁଛି ବନ୍ୟଜନ୍ତୁ ଶିକାର । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବେଶବିତ । ଅଧିକ ପଢ଼ନ୍ତୁ

ବାଘପାଲି ଜଙ୍ଗଲରେ ବଢୁଛି ବନ୍ୟଜନ୍ତୁ ଶିକାର
ବାଘପାଲି ଜଙ୍ଗଲରେ ବଢୁଛି ବନ୍ୟଜନ୍ତୁ ଶିକାର

ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଜିଲ୍ଲା ବାଘପାଲି ଜଙ୍ଗଲରେ ବଢୁଛି ବନ୍ୟଜନ୍ତୁ ଶିକାର । ବନବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏଠାରେ ବୃଦ୍ଧି ପାଉଛି ବନ୍ୟଜନ୍ତୁ ଶିକାର । ବାହାରେ ବୁଲୁଛନ୍ତି ବାଘ ଶିକାରୀ ଅଭିଯୁକ୍ତ । ନିକଟରେ ଏହି ଜଙ୍ଗଲରେ ବାଘ ଶିକାର ଘଟଣାରେ ବନବିଭାଗ ଛଅଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ । ହେଲେ ଏବେ ବି ବାକି ଅଭିଯୁକ୍ତ ଫେରାର୍ ଥିବା ବନବିଭାଗ କହୁଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଛି ବନବିଭାଗ ।

ବାଘପାଲି ଜଙ୍ଗଲରେ ବଢୁଛି ବନ୍ୟଜନ୍ତୁ ଶିକାର

ଗତ ମଙ୍ଗଳବାର ଦିନ ଏକ ୪ବର୍ଷିଆ ମାଇ କଲରାପତରିଆ ବାଘର ମୃତଦେହକୁ ବନବିଭାଗ ବାଘପାଲି ଜଙ୍ଗଲରୁ ଉଦ୍ଧାର କରିଥିଲେ। ବାଘଟିକୁ ପ୍ରାୟ ପାଞ୍ଚ ଦିନ ପୂର୍ବରୁ ଶିକାର କରାଯାଇଥିଲା । ତେବେ ବାଘର ମୃତଦେହ ବ୍ୟବଚ୍ଛେଦ ପରେ ବାଘର ପଞ୍ଝା, ବାଘର ନଖ ଓ ଦାନ୍ତ ନଥିବା ଜଣାପଡିଥିଲା । ଏହାପରେ ଆରମ୍ଭ ହୋଇଥିଲା ତଦନ୍ତ । ତଦନ୍ତ କରିବା ସମୟରେ ଛଅ ଜଣ ବନ୍ୟଜନ୍ତୁ ଶିକାରୀଙ୍କୁ କାବୁ କରିଥିଲା ବନବିଭାଗ । ପରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ତେବେ ଏବେ ବି ଅନେକ ଅଭିଯୁକ୍ତ ବାହାରେ ବୁଲୁଛନ୍ତି। ଅନ୍ୟପକ୍ଷରେ ବାରମ୍ବାର ବିଦ୍ୟୁତ ତାର ବ୍ୟବହାର କରି ବାରହା, ହରିଣ ଆଦି ଜନ୍ତୁ ଶିକାର ହେଉଥିବା ବେଳେ ବନ୍ୟଜନ୍ତୁଙ୍କ ସୁରକ୍ଷା କରିବାରେ ବନ ବିଭାଗ ଫେଲ୍ ମାରିଛି ।

ବାଘ ଶିକାର ଘଟଣା ପରେ ଜିଲ୍ଲାର ପରିବେଶବିତ, ପଶୁ ପ୍ରେମୀ ବନବିଭାଗକୁ ତୀବ୍ର ନିନ୍ଦା କରିବା ସହିତ ତୁରନ୍ତ ଏହି ଘଟଣାର ପୂର୍ଣ୍ଣଚ୍ଛେଦ ପକାଇ ପଶୁ ସୁରକ୍ଷା ଦିଗରେ ଧ୍ୟାନ ଦେବାକୁ ଦାବି କରିଛନ୍ତି । ବନ ବିଭାଗ କର୍ମଚାରୀଙ୍କ ଅବହେଳାରୁ ବାଘ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଫରେଷ୍ଟଗାର୍ଡଙ୍କ ଉପରେ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଛି ।

ଅନ୍ୟପକ୍ଷରେ ବାଘ ଶିକାର ଘଟଣାକୁ ନେଇ ଏବେ ଚାରିଆଡୁ ନିନ୍ଦା ପ୍ରକାଶ ପାଉଛି । କେଉଁଠି ଆସୁଛନ୍ତି ଏହି ଶିକାରୀ । କିଭଳି ଜଙ୍ଗଲ ଭିତରେ ପଶି ବନ୍ୟଜନ୍ତୁ ଶିକାର କରୁଛନ୍ତି । ସେଥିପ୍ରତି ବନବିଭାଗ ଆଦୌ ସତର୍କ ରହୁନାହାଁନ୍ତି କି ଦୃଷ୍ଟି ଦେଉ ନାହାନ୍ତି । ତେଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ଏହାସହ ବାକି ଫେରାର ଥିବା ଶିକାରୀ ଅଭିଯୁକ୍ତଙ୍କୁ କେବେ ଧରିବ ପୋଲିସ ତାକୁ ନେଇ ଏବେ ଅପେକ୍ଷା । ଏନେଇ ପରିବେଶବିତ ଯୁଗଳ କିଶୋର ମିଶ୍ର କହିଛନ୍ତି, ''ଯଦି ଏଭଳି ଲାଗି ରୁହେ ବାଘ ଶିକାର ତାହାଲେ ବାଘପାଲି ଜଙ୍ଗଲରୁ ଦିନେ ବାଘ ନିଶ୍ଚିହ୍ନ ହୋଇଯିବେ'' । କେବଳ ବାଘ ନୁହେଁ ଏଠାରେ ହରିଣ, ହାତୀ ମଧ୍ୟ ଶିକାର ହେଉଥିବା ନଜିର ରହିଛି । ଏସବୁ ବିଷୟରେ ବନବିଭାଗ ଅବଗତ ଥିଲେ ମଧ୍ୟ କୌଣସି ସତର୍କତା ଅବଲମ୍ବନ କରୁନି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details