ଓଡିଶା

odisha

ନାହାଁନ୍ତି ପୌର କର୍ମଚାରୀ, ଦୁର୍ଗନ୍ଧରେ ଫାଟୁଛି ପରିବେଶ

By

Published : Mar 22, 2021, 2:10 PM IST

ପୋୖର ପରିଷଦରେ କର୍ମଚାରୀ ଅଭାବ । ଫଳରେ ସହରର ବିଭିନ୍ନ ସ୍ଥାନରେ ଗଦା ହୋଇଛି ଅଳିଆ ଆବର୍ଜନା । ବଢୁଛି ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ । ଅଧିକ ପଢନ୍ତୁ...

subarnapur municipality are not requiring municipal workers, city environment boosting in garbage
ନାହାଁନ୍ତି ପୌର କର୍ମଚାରୀ, ଦୁର୍ଗନ୍ଧରେ ଫାଟୁଛି ପରିବେଶ

ସୁବର୍ଣ୍ଣପୁର :ରାସ୍ତା ଉପରେ ପଡିଛି କୁଢ କୁଢ ଅଳିଆ । ନାଳ ନର୍ଦ୍ଦମା କଥା କହିଲେ ନ ସରେ । ଦୁର୍ଗନ୍ଧରେ ଫାଟି ପଡୁଛି ପୁରା ପରିବେଶ । ଠପ ହୋଇ ପଡିଛି ସୁବର୍ଣ୍ଣପୁର ସହରର ପରିମଳ ବ୍ୟବସ୍ଥା । ପୌର ପାଳିକାର କର୍ମଚାରୀ ଅଭାବରୁ ରାସ୍ତାରୁ ଉଠି ପାରୁନି ଅଳିଆ । ହାତ ଗଣତି କିଛି କର୍ମଚାରୀଙ୍କୁ ନେଇ ଚାଲିଛି ପୌର ପରିଷଦ । ସଫେଇ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଟେକନିକାଲ କର୍ମଚାରୀଙ୍କ ପଦ ଖାଲି ପଡିଛି । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି । ସୁବର୍ଣ୍ଣପରର ଶେଷ ରାଜା ସୁଧାଂଶୁ ଶେଖର ସିଂହଦେଓ ସହରର ସୌନ୍ଦର୍ଯ୍ୟ କରଣ ପାଇଁ ରାଜଉଆସ ଭିତରେ ପ୍ରତିଷ୍ଠା କରିଥିଲେ ପୋୖର କାର୍ଯ୍ୟାଳୟ।

ନାହାଁନ୍ତି ପୌର କର୍ମଚାରୀ, ଦୁର୍ଗନ୍ଧରେ ଫାଟୁଛି ପରିବେଶ

ପୌର କାର୍ଯ୍ୟାଳୟରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବାରୁ ସରକାରଙ୍କ ଯୋଜନା ବଟବଣା ହୋଇଛି । କର୍ମଚାରୀଙ୍କ ଅଭାବରୁ ସହରରେ ଉନ୍ନୟନ ମୂଳକ କାର୍ଯ୍ୟହୋଇପାରୁ ନାହିଁ । ପୌର ପାଳିକାରେ 100 ଜଣ ସଫେଇ କର୍ମଚାରୀଙ୍କ ସହିତ ପ୍ରଧାନ କିରାଣୀ ,ବରିଷ୍ଠ କିରାଣି ଓ ସ୍ଵଚ୍ଛତା ଇନ୍ସପେକ୍ଟରଙ୍କ ପଦଵୀ ପୂରଣର ଆବଶ୍ୟକତା ରହିଛି । ସେପଟେ,ସୀମିତ ସଂଖ୍ୟକ କର୍ମଚାରୀରେ ବି ପୌର କାର୍ଯ୍ୟ ସଠିକ ଭାବରେ ଚାଲିଥିବା କହିଛି ପ୍ରଶାସନ। ତେବେ ପୌର ପରିଷଦରେ ଖାଲି ପଡିଥିବା ପଦବୀ ପୂରଣ ସହ ପ୍ରଶାସନ ସ୍ବଚ୍ଛତା ଉପରେ ଧ୍ୟାନ ଦେଲେ ଆହୁରି ସୁନ୍ଦର ହୋଇପାରନ୍ତା ସୁବର୍ଣ୍ଣପୁର ସହର।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ABOUT THE AUTHOR

...view details