ସୁବର୍ଣ୍ଣପୁର: ପିଲାଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ। ଖାଲି ପଢାଇ ନଥିଲେ ପିଲାଙ୍କୁ ସାମାଜିକ ଓ ଇଂରାଜୀ ବିଷୟ ଉପରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାପାଳ ମନୀଷା ବାନାର୍ଜୀ ବିସିମୁଣ୍ଡା ଗାଁକୁ ଅଚାନକ ଗସ୍ତ କରି ପିଲାଙ୍କୁ ପାଠ ପଢାଇବା ସହ ବିଭିନ୍ନ ବିଷୟରେ ପଚାରିଥିଲେ।
ସେ ପ୍ରଥମେ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ପରେ କେନ୍ଦ୍ରର କର୍ମୀ ଓ ସହାୟିକା ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ପାଖରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଥିଲେ। ପିଲାଙ୍କୁ ସାମାଜିକ ଓ ଇଂରାଜୀ ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଜିଲ୍ଲାପାଳଙ୍କୁ ପାଖରେ ପାଇ ଛାତ୍ରଛାତ୍ରୀ ବେଶ ଖୁସି ହୋଇଥିଲେ।