ଓଡିଶା

odisha

ମା’ ଦଶଭୂଜାଙ୍କ ଚାଲିଛି ମହାଷ୍ଟମୀ ପୂଜା, ବିଭିନ୍ନ ମଣ୍ଡପରେ ଲାଗୁଛି ଭକ୍ତଙ୍କ ଭିଡ

By ETV Bharat Odisha Team

Published : Oct 22, 2023, 10:23 PM IST

ଆଜି ପୀଠରେ ନବମୀ ପୂଜା ଅନୁଷ୍ଠିତ ହୋଇଛି । ଏହାସହ ମଣ୍ଡପରେ ମହାଷ୍ଟମୀ ପୂଜା କରାଯାଉଛି । ହୋମ ଯଜ୍ଞ, ଚଣ୍ଡୀପାଠରେ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

ଆଜି ପୀଠରେ ନବମୀ ପୂଜା ଅନୁଷ୍ଠିତ ହୋଇଛି
ଆଜି ପୀଠରେ ନବମୀ ପୂଜା ଅନୁଷ୍ଠିତ ହୋଇଛି

ଆଜି ପୀଠରେ ନବମୀ ପୂଜା ଅନୁଷ୍ଠିତ ହୋଇଛି

ସୁବର୍ଣ୍ଣପୁର: ତନ୍ତ୍ର ପୀଠ ସୋନପୁରର ଗଡଜାତ ସହରରେ ଆରମ୍ଭ ହୋଇଛି ଦେବୀ ମା’ ଦୁର୍ଗାଙ୍କ ଆରାଧନା । ଶାରଦୀୟ ଦୁର୍ଗାପୂଜା ପାଇଁ ଏହି ଐତିହାସିକ ସହର ଉତ୍ସବ ମୁଖର ହୋଇ ଉଠିଛି । ଆଶ୍ବୀନ ମହାଳୟା ତିଥିରେ ଅଧିବାସ ପର୍ବ ଆୟୋଜିତ ହୋଇଥିବା ବେଳେ ପଞ୍ଚ ଦିନାତ୍ମକ ସହରର ଥନାପତି ପଡାଠାରେ ନବରାତ୍ର ଦୁର୍ଗାପୂଜା ଚାଲିଥିବା ବେଳେ ବ୍ଳକ ଛକ,ଟିକିରିପଡା,ବଡବଜାର ଆଦିରେ ଆକର୍ଷଣୀୟ ପଞ୍ଚ ଦିନାତ୍ମକ ଦୁର୍ଗା ପୂଜା ଆରାଧନା ଚାଲିଛି । ଆଜି ପଞ୍ଚ ଦିନାତ୍ମକ ଦୁର୍ଗାପୂଜା ପାଇଁ ଆଶ୍ବୀନ ଶୁକ୍ଳ ଅଷ୍ଟମୀ ପୂଜା କରାଯାଉଛି । ଗତକାଲି ସପ୍ତମୀ ତିଥିରେ ପ୍ରାତଃରେ ଦେବୀଙ୍କ ଆବାହନ ସହ ସପ୍ତମୀ ପୂଜା ଓ ରାତ୍ରୀର ପ୍ରଥମ ପ୍ରହରରୁ ଅଷ୍ଟମୀ ତିଥିର ପୂଜା ଆରାଧନା କରାଯାଇଥିଲା । ଲଗ୍ନ ଅନୁଯାୟୀ ଭଉଣୀ ମାନେ ବିଭିନ୍ନ ପୂଜା ମଣ୍ଡପରେ ଭାଇମାନଙ୍କ ମଙ୍ଗଳ ମନାସୀ ଦେବୀ ମା’ ଦୁର୍ଗାଙ୍କ ପୂଜା ଆରାଧନା କରିବା ସହିତ ଦୂବ ବିଡା ଚଢାଇଥିଲେ ।

ସେହିପରି ଆଜି ପ୍ରାତଃରେ ବି ଭଉଣୀମାନେ ଦେବୀଙ୍କ ପାଖରେ ଦୁବ ବିଡା ଚଢାଇଥିଲେ। ପୂଜା ମଣ୍ଡପ ଗୁଡିକରେ ମହାସପ୍ତମୀ ତିଥିରୁ ଚଣ୍ଡୀ ପାଠ,ଚଣ୍ଡୀ ଯଜ୍ଞାଦି କାର୍ଯ୍ୟ ଚାଲିଛି । ଆସନ୍ତାକାଲି ମଣ୍ଡପ ଗୁଡିକରେ ଦଶହରା ପର୍ବ ପାଳନ କରାଯିବ। ଲଗ୍ନ ଅନୁଯାୟୀ ଦଶହରା ପରେ ଚଣ୍ଡୀ ଯଜ୍ଞର ପୂର୍ଣ୍ଣ ହୁତି ଓ ପରେ ଦେବୀ ମାଙ୍କ ମନ୍ତ୍ର ବିସର୍ଜନ ପର୍ବ ପାଳନ କରାଯିବ । ତେବେ ଆକର୍ଷଣୀୟ ତୋରଣ ,ଆଲୁଅ ସଜ୍ଜା ତଥା ଦେବୀ ମା’ଙ୍କ ମୃଣ୍ମୟୀ ପ୍ରତିମାଙ୍କ ଦର୍ଶନ ପାଇବା ସହିତ ଦେବୀ କୃପା ଲାଭ କରିବା ପାଇଁ ପୂଜା ମଣ୍ଡପ ଗୁଡିକରେ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ହେଉଛି । ପୂଜା କମିଟି ଗୁଡିକ ପକ୍ଷରୁ ବ୍ୟାପକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୂଜା କମିଟି ଗୁଡିକ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ..Durga Puja Special: ଚାନ୍ଦି ମେଢ ସହ ସୁନା ମୁକୁଟରେ ଝଲସୁଛନ୍ତି ହରପାର୍ବତି

ଦେବୀଙ୍କ ପୂଜାକୁ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ଗୁଡିକ ପକ୍ଷରୁ ସ୍ବେଚ୍ଛାସେବୀମାନଙ୍କୁ ବିଭାଗ ବଣ୍ଟନ, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ, ପୂଜା ଆରାଧନା ପାଇଁ ମଣ୍ଡପରେ ପ୍ରସ୍ତୁତି, ନୈବେଦ୍ୟ ତଥା ପ୍ରସାଦ ପ୍ରସ୍ତୁତି ଆଦି କାର୍ଯ୍ୟ ଆଗେଇ ଚାଲିଛି । ଏହା ସହିତ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ଓ ପୂଜାର ଆକର୍ଷଣ ବଢାଇବା ପାଇଁ ପୂଜା ମଣ୍ଡପ ନିକଟସ୍ଥ ଖୋଲା ଯାଗାରେ ମୀନା ବଜାର, ସାଂସ୍କୃତିକ ମଣ୍ଡପ, ରାବଣ ଦରବାର ଆଦିର ଆୟୋଜନ କରାଯାଉଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details