ଓଡିଶା

odisha

ସ୍ବଳ୍ପ ବୃଷ୍ଟିପାତ ପାଇଁ ଆସନ୍ନ ମରୁଡିର ପ୍ରତିକାର ଦାବି

By

Published : Jul 27, 2020, 2:03 PM IST

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ହରିହର ଯୋର ମଧ୍ୟମ ଜଳସେଚନରୁ ଚାଷଜମିକୁ ପାଣି ଯୋଗାଇ ଦେବା ପାଇଁ ଦାବି ହେଉଛି। ଅନ୍ୟପଟେ ବର୍ଷାର ଅଭାବ ସେପଟେ ଜଳସେଚନ ପ୍ରକଳ୍ପର ଗେଟ ବନ୍ଦ କରି ଦିଆଯିବାରୁ ଚାଷୀମାନଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି। ଅଧିକ ଖବର ପଢନ୍ତୁ...

ସ୍ବଳ୍ପ ବୃଷ୍ଟିପାତ ପାଇଁ ଆସନ୍ନ ମରୁଡିର ପ୍ରତିକାର ଦାବି
ସ୍ବଳ୍ପ ବୃଷ୍ଟିପାତ ପାଇଁ ଆସନ୍ନ ମରୁଡିର ପ୍ରତିକାର ଦାବି

ସୁବର୍ଣ୍ଣପୁର: ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ହରିହର ଯୋର ମଧ୍ୟମ ଜଳସେଚନରୁ ଚାଷଜମିକୁ ପାଣି ଯୋଗାଇ ଦେବା ପାଇଁ ଦାବି ହେଉଛି। ଏଥର ଖରିଫ ଋତୁରେ ଅନିୟମିତତା ଓ ସ୍ବଳ୍ପ ବୃଷ୍ଟିପାତ ଏବେ ଚାଷୀ ମୁଣ୍ଡବ୍ୟଥାର କାରଣ ହୋଇଛି । ଆସନ୍ନ ମରୁଡ଼ିର ମୁକାବିଲା ପାଇଁ ଜଳସେଚନ ବ୍ୟବସ୍ଥାକୁ ଠିକ ଭାବେ କାର୍ଯ୍ୟକାରୀ କରିବା ପାଇଁ ଦାବି ହେଉଛି।

ସ୍ବଳ୍ପ ବୃଷ୍ଟିପାତ ପାଇଁ ଆସନ୍ନ ମରୁଡିର ପ୍ରତିକାର ଦାବି

ଖରିଫ ଋତୁରେ ପ୍ରାୟ ନଅ ହଜାର ଏକର ଚାଷଜମିକୁ ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପରୁ ଜଳସେଚିତ କରାଯାଇଥାଏ । ହେଲେ ମାତ୍ର ତିନିଦିନ କେନାଲ ପାଣି ଯୋଗାଇ ଦେଇଥିବାରୁ କେନାଲର ତଳିମୁଣ୍ଡକୁ ପାଣି ପହଞ୍ଚି ପାରିନାହିଁ । ଫଳରେ ତଳି ଅଞ୍ଚଳର ଚାଷ ଜମି ପାଣି ଅଭାବରୁ ଫାଟି ଆଁ କରିଛି।

ଅନ୍ୟପଟେ ବର୍ଷାର ଅଭାବ, ସେପଟେ ଜଳସେଚନ ପ୍ରକଳ୍ପର ଗେଟ ବନ୍ଦ କରି ଦିଆଯିବାରୁ ଚାଷୀମାନଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି। ଏ ପରିସ୍ଥିତିରେ ଚାଷୀ କିଭଳି ଚାଷ ଜମିକୁ ବଞ୍ଚାଇବ, ଏ ନେଇ ଚାଷୀଙ୍କ ଭିତରେ ଭାଳେଣି ପଡିଛି ।

ତେବେ ରାଜସ୍ବ ବିଭାଗ ଓ ଜଳସେଚନ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଳି ଅଞ୍ଚଳକୁ ଜଳସେଚନ କରିବାକୁ ଚାଷୀ ଦାବି କରିଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details