ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସଦର ପୌର ପରିଷଦ ନିର୍ବାଚନ ପାଇଁ ଧିରେଧିରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି । ରାଜନୈତିକ ଦଳ ଗୁଡ଼ିକ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇନଥିବା ବେଳେ ନିର୍ବାଚନ ପରିଚାଳନା ପାଇଁ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ହୋଇଛି । ନିର୍ବାଚନ ଅଧିକାରୀ ତଥା ଉପ ଜିଲ୍ଲାପାଳ ନିହାର ରଞ୍ଜନ କଁଅରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଗତ ଦୁଇ ମାର୍ଚ୍ଚରୁ ନାମାଙ୍କନ ପତ୍ର ବିକ୍ରୟ ଆରମ୍ଭ ହୋଇଛି ।
ତେବେ 15ଟି ୱାର୍ଡ ପାଇଁ 21ଟି ବୁଥ କରିବା ପାଇଁ ନିଷ୍ପତ୍ତି ହୋଇଛି । ସହରରେ ଗୋଟିଏ ମଡେଲ ବୁଥ ଓ ଦୁଇଟି ପିଙ୍କ ବୁଥ ଯେଉଁଠି କେବଳ ମହିଳା କର୍ମଚାରୀ ମାନେ ଭୋଟ ଗ୍ରହଣ କାର୍ଯ୍ୟକୁ ପରିଚାଳନା କରିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ସେହିପରି ଭୋଟ ବାକ୍ସ ଗୁଡିକ ପୌର ପରିଷଦ କାର୍ଯ୍ୟାଳୟ ଭିତରେ ପୋଲିସର କଡ଼ା ସୁରକ୍ଷା ଭିତରେ ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।