ଓଡିଶା

odisha

ସମ୍ବଲପୁରରେ ଆଦିବାସୀ ମେଳି, ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

By

Published : Aug 22, 2022, 10:44 PM IST

ଆଦିବାସୀଙ୍କ ମୌଳିକ ଅଧିକାର ପାଇଁ ସମ୍ବଲପୁରରେ ଗର୍ଜିଲେ ଆଦିବାସୀ। ଏନେଇ ଆଦିବାସୀ ମହାସଂଘର ନେତୃତ୍ୱରେ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆରଡିସିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି (Demand letter to RDC) । ଅଧିକ ପଢନ୍ତୁ

ସମ୍ବଲପୁରରେ ଆଦିବାସୀଙ୍କ ମେଳି, ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ସମ୍ବଲପୁରରେ ଆଦିବାସୀଙ୍କ ମେଳି, ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ସମ୍ବଲପୁର: ଆଦିବାସୀଙ୍କ ମୌଳିକ ଅଧିକାର ପାଇଁ ସମ୍ବଲପୁରରେ ଗର୍ଜିଲେ ଆଦିବାସୀ । ସୋମବାର ପଶ୍ଚିମ ଓଡିଶା ଆଦିବାସୀ ମହାସଂଘର ନେତୃତ୍ୱରେ 10ଟି ଜିଲ୍ଲାର ଆଦିବାସୀମାନେ ସମ୍ବଲପୁରରେ ବିଶାଳ ଶୋଭଯାତ୍ରା କରିବା ସହ ଉତ୍ତରାଞ୍ଚଳ ଆରଡିସିଙ୍କ ଜରିଆରେ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି (Demand letter to RDC) ।

ସମ୍ବଲପୁରରେ ଆଦିବାସୀଙ୍କ ମେଳି

ଆଦିବାସୀମାନଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ ନେଇ ପଶ୍ଚିମ ଓଡିଶାର 10ଟି ଜିଲ୍ଲାର ଆଦିବାସୀମାନେ ସୋମବାର ସମ୍ବଲପୁରରେ ଏକ ଶୋଭାଯାତ୍ରା କରିଥିଲେ । ସମ୍ବଲପୁର ସହର ଲକ୍ଷ୍ମୀ ଟକିଜ ଛକରୁ ଆଦିବାସୀମାନେ ପାରମ୍ପାରିକ ପୋଷକ ପରିଧାନ ସହ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଏକ ଶୋଭାଯାତ୍ରାରେ ବାହିରି ଆରଡିସି କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆରଡିସିଙ୍କ ଜରିଆରେ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କୁ 10 ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଆଦିବାସୀ ନେତା ପ୍ରସନ୍ନ କୁମାର ମାଝୀଙ୍କ କହିବା ଅନୁସାରେ, " 2006ର ରାଜ୍ୟ ସରକାରଙ୍କ ଜଙ୍ଗଲ ଜମି ଅଧିକାର ପୂରଣ ହୋଇନାହିଁ। ଏହା ସହ ଆଦିବାସୀଙ୍କୁ ଜମି ପଟ୍ଟା ପ୍ରଦାନ, ଗତ ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କ ପାଇଁ ଉଦ୍ଧିଶ୍ଟ ସଂରକ୍ଷଣ ଉଚ୍ଛେଦ ହୋଇଥିବା ବେଳେ ତାହାକୁ ପୁଣି ସଂରକ୍ଷଣ ବ୍ୟବସ୍ଥା କରିବା, ଯେକୌଣସି ପ୍ରକଳ୍ପରେ ଆଦିବାସୀ ବିସ୍ଥାପିତ ହେଉଥିଲେ ପ୍ରଥମେ ସେମାନଙ୍କ ପାଇଁ ସରକାରୀ ଯୋଜନାରେ ବାସଗୃହ ଯୋଗାଇଦେବା, ରାସନ ସାମଗ୍ରୀର ବ୍ୟବସ୍ଥା କରିବା ସହ ପରିବାର ଜଣଙ୍କୁ ସରକାରୀ ଚାକିରୀ ପ୍ରଦାନ କରାଯାଉ ।" ଦାବି ପୂରଣ ନହେଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ଆଦିବାସୀମାନେ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details