ଓଡିଶା

odisha

IOCl ପାଇପ ଲାଇନରୁ ଚୋରି କଲେ 26 ଲକ୍ଷର ପେଟ୍ରୋଲ-ଡିଜେଲ, 7 ଅଭିଯୁକ୍ତ ଗିରଫ

By

Published : Feb 26, 2023, 10:26 PM IST

ସମ୍ବଲପୁର ଜିଲ୍ଲା ଜୁଜୁମୁରା ଥାନା ଅନ୍ତର୍ଗତ ହାତୀବାରି ଠାରେ IOCL ପାଇପ ଲାଇନରୁ ପେଟ୍ରୋଲ ଓ ଡିଜେଲ ଚୋରି ଅଭିଯୋଗ । ଏନେଇ ସମ୍ବଲପୁର ଜୁଜୁମୁରା ପୋଲିସ ଦ୍ୱାରା 7 ଗିରଫ । ଅଧିକ ପଢନ୍ତୁ

IOCl pipelines
IOCl pipelines

IOCl pipelines

ସମ୍ବଲପୁର:ସମ୍ବଲପୁର ଜଟଣୀ IOCL ପାଇପ ଲାଇନରୁ ପେଟ୍ରୋଲ ଓ ଡିଜେଲ ଚୋରି ଅଭିଯୋଗ । ଏନେଇ ସମ୍ବଲପୁର ଯୁଜୁମୁରା ପୋଲିସ ଦ୍ୱାରା 7 ଗିରଫ । ସମ୍ବଲପୁର ଜିଲ୍ଲା ଯୁଜୁମୁରା ଥାନା ଅନ୍ତର୍ଗତ ହାତୀବାରି ଠାରେ ଥିବା IOCL ର ପାଇପ ଲାଇନରେ ଗୋଟିଏ ହୋଲ କରି ପାଇପ ଜରିଆରେ 2 ଥର ପ୍ରାୟ 26ଲକ୍ଷ ଟଙ୍କା ର ପେଟ୍ରୋଲ ଓ ଡିଜେଲ 2ଟି ଟ୍ୟାଙ୍କରରେ ଚୋରି ହୋଇଛି । ଏନେଇ ଯୁଜୁମୁରା ପୋଲିସ ଅଭିଯୁ୍କ୍ତଙ୍କ ଠାରୁ 2 ଟି ଟ୍ୟାଙ୍କର, ଗୋଟିଏ ବ୍ୟବହୃତ କାର ଓ 12 ହଜାର ଲିଟର ପେଟ୍ରୋଲ ଓ 12 ହଜାର ଡିଜେଲ ଜବତ କରିଛି ।

ତେବେ ଗିରଫ ଅଭିଯୁକ୍ତ ମାନେ ହେଲେ ସମ୍ବଲପୁର ଧନୁପାଲିର ମହମ୍ମଦ ସୁଲତାନ, ସୁନାପାଲିର ଅବଦୁଲ ଅମିନ, ମୋତିଜୀରାର ସେକ ଆମଜାଦ, ଅଇଁଠାପାଳି ଫାଟକର କିଶୋର ସିଂ, ସମ୍ବଲପୁର ଶାନ୍ତି ନଗରର ଚନ୍ଦ୍ରଶେଖର ଚାନ୍ଦ, ବରଗଡ଼ ଜିଲ୍ଲା ଟାଉନ ଥାନା ଅଞ୍ଚଳର ସୁନୀଲ କୁମାର ପଣ୍ଡା, କଳାହାଣ୍ଡିର ଅଟଳ ବିହାରୀ ସାହୁ । ଏମାନଙ୍କ ମଧ୍ୟରୁ ଅଟଳ ବିହାରୀ ସାହୁ ଏହି ଚୋରି ପେଟ୍ରୋଲିୟମର ଗ୍ରାହକ ଅଟନ୍ତି । ହେଲେ ଏମାନେ ମୁଖ୍ୟ ଅଭିଯୁକ୍ତ ହୋଇ ନଥିବା ବେଳେ ମୁଖ୍ୟ ଅଭିଯୁକ୍ତ ରାଜ୍ୟ ବାହାର ଅଟନ୍ତି । ତେଣୁ ତାଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି ବୋଲି ସମ୍ବଲପୁର ଏସପି ବତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି l

ବିଗତ ବର୍ଷ ମଧ୍ୟ ଏହି ଭଳି ଏକ ରାକେଟକୁ ସମ୍ବଲପୁର ପୋଲିସ ଏକ ଗ୍ୟାଙ୍ଗକୁ ଧରି ଜେଲ ପଠେଇ ଥିଲା । ଏହି ଗ୍ୟାଙ୍ଗର ମଧ୍ୟ ପୂର୍ବ ଗ୍ୟାଙ୍ଗ ସହ ଲିଙ୍କ ଥିବା ସମ୍ବଲପୁର ଏସପି ସୂଚନା ଦେଇଛନ୍ତି l ତେବେ ଏହି ଗ୍ୟାଙ୍ଗ ଧରା ପଡିବା ପୂର୍ବରୁ 2 ଥର ଏହିଭଳି ବଡ ଧରଣର ଚୋରି କରି ସାରିଥିବା ସୂଚନା ମିଳିଛି l ତେବେ କିଛି ଦିନ ତଳେ ଜାନୁଆରୀ 27 -28 ରାତିରେ ଓ ଫେବୃଆରୀ 9-10 ରାତିରେ ହାତିବାରୀ ଠାରୁ ଏହି ଗ୍ୟାଙ୍ଗ ଏହି ଚୋରି କରିଥିଲେ l ଏମାନଙ୍କ ଠାରୁ 8 ଟି ଦାମୀ ମୋବାଇଲ ମଧ୍ୟ ଜବତ କରିଛି ପୋଲିସ l ଏନେଇ ଗତ 10 ଫେବୃଆରୀ ସକାଳ 7ଟାରେ ଯୁଜୁମୁରା ଥାନାରେ IOCL ମ୍ୟାନେଜର ନରେନ୍ଦ୍ର ବେହେରା ଲିଖିତ ଅଭିଯୋଗ କରିଥିଲେ l ଏହି ସୂଚନା ମିଳିବା ପରେ ସମ୍ବଲପୁର ଏସପି ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲେ । ତେବେ ଏମାନଙ୍କୁ ଟେକ୍ନିକାଲ ପ୍ରମାଣ ସାହାଯ୍ୟରେ ଏହି ଗ୍ୟାଙ୍ଗକୁ ଧରାଯାଇଥିବା ସମ୍ବଲପୁର ଏସପି ସୂଚନା ଦେଇଛନ୍ତି l

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହିଭଳି ଚୋରି ପୂର୍ବ ରୁ ମଧ୍ୟ ହୋଇ ଆସିଥିବା ବେଳେ ସମ୍ବଲପୁରରେ ଏହା ଦ୍ଵିତୀୟ ଥର ପାଇଁ ହୋଇଛି l ସମ୍ବଲପୁର ଜିଲ୍ଲାର ପରିସୀମା ଭିତରେ IOCLର 100 କିମି ଦୀର୍ଘ ପାଇପ ଲାଇନ ଯାଇଥିବା ବେଳେ ଏହାକୁ ଟାର୍ଗେଟ କରାଯାଉଛି। ସେହିପରି ଅନ୍ୟପଟେ ଏହି ଅଭିଯୁକ୍ତଙ୍କ ଆକାଉଣ୍ଟ ମଧ୍ୟ ସିଜ କରାଯାଇଛି ବୋଲି ସମ୍ବଲପୁର ଏସ ପି ସୂଚନା ଦେଇଛନ୍ତି l ମୁଖ୍ୟ ଅଭିଯୁକ୍ତ ରାଜ୍ୟ ବାହାରର ହୋଇଥିବାରୁ ତାଙ୍କୁ ଧରିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଛି ଓ ଏହି ରାକେଟରେ ଆଉ କୌଣସି ଲିଙ୍କ ଅଛି ନା ନାହିଁ ସେନେଇ ତଦନ୍ତ ଜାରି ରହିଛି ବୋଲି ସମ୍ବଲପୁର ଏସ ପି କହିଛନ୍ତି l ମିଳିଥିବା ସୂଚନା ଅନୁସାରେ ଏହି ପାଇପରୁ ଚୋରି ନେଇ IOCL ପକ୍ଷରୁ ହଣ୍ଡପା, ଅନୁଗୋଳ, ରେଢ଼ାଖୋଲ ଓ ଯୁଜୁମୁରା ଥାନାରେ ଏତଲା ଦିଆଯାଇଥିଲା ହେଲେ ପୋଲିସ ଅପରାଧୀଙ୍କ ଟେର ପାଉନଥିଲା l


ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details