ଓଡିଶା

odisha

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ, ବିଜେପିର RDC ଅଫିସ ଘେରାଉ

By

Published : Jul 15, 2021, 9:10 PM IST

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ କରି ବିଜେପି ସମ୍ବଲପୁରରେ RDC ଅଫିସ ଘେରାଉ କରିଛି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ, ବିଜେପିର RDC ଅଫିସ ଘେରାଉ
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ, ବିଜେପିର RDC ଅଫିସ ଘେରାଉ

ସମ୍ବଲପୁର: ଜିଲ୍ଲାରେ ବିଜେପିର ଉତ୍ତରାଞ୍ଚଳ ରାଜସ୍ବ କାର୍ଯ୍ୟାଳୟ ଘେରାଉ କରିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଆଜି(ଗୁରୁବାର) ସମଗ୍ର ପଶ୍ଚିମ ଓଡିଶାର ବିଜେପି ନେତା ସମ୍ବଲପୁରରେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ, ବିଜେପିର RDC ଅଫିସ ଘେରାଉ

ଏହି ଆନ୍ଦୋଳନରେ ପଶ୍ଚିମ ଓଡିଶାର ପ୍ରମୁଖ ବିଜେପି ନେତା, ସାଂସଦ, ବିଧାୟକ, ଜିଲ୍ଲା ସଭାପତି ତଥା କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । ଜିଲ୍ଲା ବିଜେପି କାର୍ଯ୍ୟାଳୟରୁ ବିଜେପି ପକ୍ଷରୁ ସମ୍ବଲପୁର ଆରଡିସି ଅଫିସ ସମ୍ମୁଖ ପର୍ଯ୍ୟନ୍ତ ଏକ ରାଲି ହୋଇଥିଲା । ଏହା ପରେ ଆରଡିସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ପ୍ରମୁଖ ବିଜେପି ନେତା ଆବାସ ଯୋଜନାରେ ହୋଇଥିବା ଅନିୟମିତତାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ।

ଆଜିର ଏହି ଆନ୍ଦୋଳନରେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେଵ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ତଲସରା ବିଧାୟକ ଭବାନୀ ଭୋଇ, ବିରମିତ୍ରପୁର ବିଧାୟକ ଶଙ୍କର ଓରାମ, ଯୁବ ବିଜେପି ନେତା ଇରାଶିଷ ଆଚାର୍ଯ୍ୟ, କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାଏକ ତଥା ସମଗ୍ର ପଶ୍ଚିମ ଓଡିଶାର 9ଟି ଜିଲ୍ଲାର ନେତା ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ABOUT THE AUTHOR

...view details