ଓଡିଶା

odisha

ସମ୍ବଲପୁର ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ନୂତନ ବିଭାଗର ଶୁଭାରମ୍ଭ କଲେ ସ୍ବାସ୍ଥ୍ୟମନ୍ତ୍ରୀ

By

Published : Jul 7, 2019, 7:09 PM IST

ସମ୍ବଲପୁର ତପସ୍ବନୀ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର 75 ତମ ପ୍ରତିଷ୍ଠା ଦିବସ । ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର 75 ତମ ପ୍ରତିଷ୍ଠା ଦିବସ ବା ପ୍ଲାଟିନମ ଜୁବଲି ଉତ୍ସବ ସମ୍ବଲପୁର ତପସ୍ବନୀ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର


କାର୍ଯ୍ୟକ୍ରମରେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ, ସମ୍ବଲପୁର ବିଶ୍ବ ବିଦ୍ୟାଳୟର କୁଳପତି ଦୀପକ କୁମାର ବେହେରାଙ୍କ ସହ ଜିଏମୟୁର କୁଳପତି ଅତନୁ ପତି ପ୍ରମୁଖ ଉପସ୍ଥିତି ଥିଲେ । ଏହି ଅବସରରେ ପ୍ଲାଟିନମ ଜୁବଲିର ଏକ ପୋଷ୍ଟର ରିଲିଜ କରାଯିବା ସହ ଜିଏମୟୁରେ ଭୀମ ବୋଇ ରିସର୍ଚ୍ଚ ଚେୟାର ଶୁଭାରମ୍ଭ କରଯାଇଛି ।

ଏହାସହ ନୂତନ ଭାବେ ଲାଇବ୍ରେରୀ ଆଣ୍ଡ ଇମ୍ଫର୍ମେସନ ସାଇନ୍ସ ବିଭାଗ, ବାୟୋ ଟେକ୍ନୋଲୋଜି, ସୋସିଓଲୋଜି ଓ ଆନ୍ଥରୋପୋଲୋଜି ବିଭାଗ ଶୁଭାରମ୍ଭ କରାଯାଇଛି । ଏହି ଅନୁଷ୍ଠାନର ପୁରାତନ ଛାତ୍ର ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗ ନେଇ ବହୁ ଗୁରୁତ୍ବପୂର୍ଣ୍ଣ କଥା କହିଥିଲେ । ଆଗାମୀ ଦିନରେ ରାଜ୍ୟର ପୁରୀ, ତାଳଚେର ଓ ସୁନ୍ଦରଗଡ଼ରେ ନୂଆ ମେଡିକାଲ କଲେଜ ସ୍ଥାପନ ହେବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

ଆଗାମୀ 2 ବର୍ଷ ମଧ୍ୟରେ ରାଜ୍ୟରେ ଡାକ୍ତର ଅଭାବର ସମସ୍ୟା ଦୂର ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହା ସହ ବୁର୍ଲା ମେଡ଼ିକାଲର ସମସ୍ତ ସମସ୍ୟା ଧୀରେ ଧୀରେ ଦୂର କରାଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଏମ ବିଶ୍ବ ବିଦ୍ୟାଳୟର ପୂରାତନ ଛାତ୍ରଛାତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିବା ବେଳେ କେତେକ ପୁରାତନ ଛାତ୍ରଙ୍କୁ ସମ୍ମାନିତ କରାଯାଇଥିଲା ।


ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ର 75 ତମ ପ୍ରତିଷ୍ଠା ଦିବସ ବା ପ୍ଲାଟିନମ ଯୁବଲି ଉତ୍ସଵ ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।


Body:ସମ୍ବଲପୁର ର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ର ପ୍ଲାଟିନମ ଯୁବଲି ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ,ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ , ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ, ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ର କୁଳପତି ଦୀପକ କୁମାର ବେହେରା ଙ୍କ ସହ ଜି ଏମ ୟୁ ର କୁଳପତି ଅତନୁ ପତି ପ୍ରମୁଖ ଉପସ୍ଥିତି ଥିଲେ।ଏହି ଅବସରରେ ରେ ପ୍ଲାଟିନମ ଯୁବଲି ର ଏକ ପୋଷ୍ଟର ରିଲିଜ କରାଯିବା ସହ ଜି ଏମ ୟୁ ରେ ଭୀମ ବୋଇ ରିସର୍ଚ୍ଚ ଚେୟାର ର ଶୁଭାରମ୍ଭ କରଯାଇଛି।ଏହା ସହ ନୂତନ ଭାବେ ଲାଇବ୍ରେରୀ ଆଣ୍ଡ ଇଂଫରମେସନ ସାଇନ୍ସ ବିଭାଗ, ବୟୋ ଟେକ୍ନୋଲୋଜି, ସୋସିଓଲୋଜି ଓ ଅନ୍ତଃରୋପଲୋଜି ବିଭାଗ ର ଏହି ଅବସରରେ ଶୁଭାରମ୍ଭ କରାଯାଇଛି। ଏହି ଅନୁଷ୍ଠାନ ର ପୁରାତନ ଛାତ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହି ଅବସର ରେ ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ ନେଇ ବହୁ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ। ଆଗାମୀ ଦିନରେ ରାଜ୍ୟର ପୁରୀ,ତାଳଚେର ଓ ସୁନ୍ଦରଗଡ଼ ରେ ନୂଆ ମେଡିକାଲ କଲେଜ କଲେଜ ସ୍ଥାପନ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।ଏହାସହ ଆଗାମୀ 2 ବର୍ଷ ମଧ୍ୟରେ ରାଜ୍ୟରେ ଡାକ୍ତର ଅଭାବ ର ସମସ୍ୟା ଦୂର ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।ଏହା ସହ ବୁର୍ଲା ମେଡ଼ିକାଲ ର ସମସ୍ତ ସମସ୍ୟା ଧୀରେ ଧୀରେ ଦୂର କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।


Conclusion:ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁର ଜି ଏମ ବିଶ୍ୱ ବିଦ୍ୟାଳୟ ର ପୂରାତନ ଛାତ୍ରଛାତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିବା ବେଳେ କେତେକ ପୁରାତନ ଛାତ୍ରଙ୍କୁ ସମ୍ମାନିତ କରାଯାଇଥିଲା।

ବାଇଟ-1-ନବ କିଶୋର ଦାସ,ସ୍ୱାସ୍ଥ୍ୟମନ୍ତ୍ରୀ,
ବାଇଟ-2-ରୋହିତ ପୂଜାରୀ,ରେଢ଼ାଖୋଲ ବିଧାୟକ,

ABOUT THE AUTHOR

...view details