ଓଡିଶା

odisha

ମାଟ୍ରିମୋନିରୁ ବର ଖୋଜି ଫସିଲେ ଯୁବତୀ, ବିବାହର ପ୍ରତିଶୃତି ଦେଇ ଯୁବକ ଲୁଟିନେଲେ 64 ଲକ୍ଷ

By ETV Bharat Odisha Team

Published : Dec 1, 2023, 3:11 PM IST

ମାଟ୍ରିମୋନି ସାଇଟରୁ ପରିଚିତ ପରେ ଯୁବତୀଙ୍କୁ ଚୂନ ଲଗାଇଲେ ଯୁବକ । ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକିନେଲେ ଯୁବକ । ଅଧିକ ପଢନ୍ତୁ

matrimonyମାଟ୍ରିମୋନିରୁ ବର ଖୋଜି ଫସିଲେ ଯୁବତୀ, ବିବାହର ପ୍ରତିଶୃତି ଦେଇ ଯୁବକ ଲୁଟିନେଲେ 64 ଲକ୍ଷ
matrimonyମାଟ୍ରିମୋନିରୁ ବର ଖୋଜି ଫସିଲେ ଯୁବତୀ, ବିବାହର ପ୍ରତିଶୃତି ଦେଇ ଯୁବକ ଲୁଟିନେଲେ 64 ଲକ୍ଷ

ମାଟ୍ରିମୋନିରୁ ବର ଖୋଜି ଫସିଲେ ଯୁବତୀ, ବିବାହର ପ୍ରତିଶୃତି ଦେଇ ଯୁବକ ଲୁଟିନେଲେ 64 ଲକ୍ଷ

ସମ୍ବଲପୁର: ମାଟ୍ରିମୋନି ସାଇଟରୁ ମନ ପସନ୍ଦର ବର ଖୋଜୁଛନ୍ତି କି ? ତେବେ ହୋଇ ଯାଆନ୍ତୁ ସାବଧାନ । ବିଶ୍ବାସ ଜମାଇ ମିଠା ମିଠା କଥା କହି ଚୂନ ଲଗାଇ ପାରନ୍ତି ଆପଣ ପସନ୍ଦ କରୁଥିବା ଯୁବକ । ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ସମ୍ବଲପୁର ଜିଲ୍ଲାରୁ । ମାଟ୍ରିମୋନି ସାଇଟରୁ ପରିଚୟ । ଦେଖା ଚାହାଁ ପରେ ଫୋନରେ କଥା ବାର୍ତ୍ତା । ପଶ୍ଚିମବଙ୍ଗର ଯୁବତୀଙ୍କୁ ସମ୍ବଲପୁରର ଯୁବକ ମାଟ୍ରିମୋନିରେ ରିକ୍ୟୁଏଷ୍ଟ ପଠାଇ ବିବାହର ପ୍ରତିଶୃତି ଦେଇଥିଲେ । ଶେଷରେ ଯୁବତୀ ଜଣଙ୍କ ଠକାମିର ଶିକାର ହୋଇଛନ୍ତି । ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କ ଠାରୁ ଲକ୍ଷେ କି ଦୁଇ ଲକ୍ଷ ନୁହଁ ପ୍ରାୟ 64 ଲକ୍ଷ ଟଙ୍କା ଠକି ନେଲେ ଯୁବକ । ଟଙ୍କା ନେବା ପରେ ଧରା ଛୁଆଁ ନଦେବାରୁ ଏବେ ଯୁବକଙ୍କ ଘରେ ପହଞ୍ଚିଛନ୍ତି ଯୁବତୀ ଓ ତାଙ୍କ ମାଆ । ଯୁବତୀ ଜଣଙ୍କ ହେଉଛନ୍ତି ପଶ୍ଚିମବଙ୍ଗ ହୁଗଲି ଜିଲ୍ଲା ଦକ୍ଷିଣ ସୁଭାଷପଲ୍ଲୀର ସୋମା ଘୋଷ l ସେ ଜଣେ LIC ଏଜେଣ୍ଟ ଭାବେ କାର୍ଯ୍ୟରତ । ସମ୍ବଲପୁର ନୟାପଡାର ରାହୁଲ ନାମକ ଯୁବକ ତାଙ୍କୁ ବିବାହର ପ୍ରତିଶୃତି ଦେଇ ଲକ୍ଷାଧିକ ଟଙ୍କା ଠକି ନେଇଥିବା ସେ ଅଭିଯୋଗ ଆଣିଛନ୍ତି ।

ଯୁବତୀଙ୍କ ଅଭିଯୋଗ ହେଲା, ରାହୁଲଙ୍କ ସହ ମାଟ୍ରିମୋନି ସାଇଡରୁ ପରିଚିତ ହୋଇଥିଲେ l ଉଭୟ ବିବାହ କରିବା ପାଇଁ ମନସ୍ଥ ମଧ୍ୟ କରିଥିଲେ l ଗୋଟିଏ ବର୍ଷ ପୂର୍ବେ ରାହୁଲଙ୍କ ଆର୍ଥିକ ଅସୁବିଧା ରହିଥିବା ସେ ଯୁବତୀଙ୍କୁ କହିଥିଲେ । ଏହାପରେ ଯୁବତୀଙ୍କ ଠାରୁ ଅନଲାଇନ ମୋଡ଼ରେ ପର୍ଯ୍ୟାୟ କ୍ରମରେ 64 ଲକ୍ଷ ଟଙ୍କା ନେଇଥିଲେ । କିନ୍ତୁ ପରେ ବିବାହ କରିନଥିଲେ କି ଟଙ୍କା ଫେରେଇ ନଥିଲେ l କେବଳ ଏତିକି ନୁହଁ ନିଜ ଫୋନ ବି ସୁଇଜ ଅଫ କରିଦେଇଥିଲେ ଯୁବକ । ଶେଷରେ ଯୁବତୀ ଜଣକ ଆଜି ସମ୍ବଲପୁର ପହଞ୍ଚି ଯୁବକଙ୍କ ଘରକୁ ଯାଇଥିଲେ । ସେଠାରେ ଯୁବକ ଓ ତାଙ୍କ ପରିବାର ବର୍ଗ ଯୁବତୀଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ଆଣିଛନ୍ତି ସେ । ଏନେଇ ଯୁବତୀ ଜଣକ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବିବାହର ପ୍ରଲୋଭନ ଦେଖାଇ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, DGPଙ୍କୁ ପୀଡିତାଙ୍କ ଗୁହାରି

ଯୁବତୀ ଜଣକ ଜଣେ LIC ଏଜେଣ୍ଟ ହୋଇଥିବା ବେଳେ ନିଜର ବ୍ୟାଙ୍କରେ ଜମା ଥିବା ସବୁ ଫିକ୍ସ ଡିପୋଜିଟ ରାଶି ଉଠାଇ ପର୍ଯ୍ୟାୟ କ୍ରମରେ 64ଲକ୍ଷ ଟଙ୍କା ଅନ ଲାଇନ ମୋଡ଼ରେ ଯୁବକଙ୍କୁ ଦେଇଥିଲେ । ମାଟ୍ରିମୋନି ସାଇଟରୁ ଚିହ୍ନା ହେବା ପରେ ଥରେ ମାତ୍ର ଯୁବକ ଜଣକ ନିଜ ପରିବାର ଲୋକଙ୍କ ସହ ଯୁବତୀଙ୍କ ଘରକୁ ଯାଇଥିଲେ l ଏହି ଘଟଣାରୁ ଯୁବତୀ ଜଣକ ଯୁବକଙ୍କୁ ବିଶ୍ୱାସ କରି ଶେଷରେ ଏମିତି ଧୋକା ଖାଇଥିବା ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ,ସମ୍ବଲପୁର

ABOUT THE AUTHOR

...view details