ETV Bharat / state

ବିବାହର ପ୍ରଲୋଭନ ଦେଖାଇ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, DGPଙ୍କୁ ପୀଡିତାଙ୍କ ଗୁହାରି

author img

By

Published : Jan 25, 2023, 11:01 AM IST

ଦିବ୍ୟାଙ୍ଗ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ । ଏନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ନ୍ୟାୟ ମାଗିଛନ୍ତି ପୀଡିତା । ଅଧିକ ପଢନ୍ତୁ

disability young woman rape
disability young woman rape

ଫୁଲବାଣୀ: ବିବାହର ପ୍ରଲୋଭନ ଦେଖାଇ ଦିବ୍ୟାଙ୍ଗ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ । ସମ୍ପୃକ୍ତ ଯୁବକକୁ ପୋଲିସ ଗିରଫ କରିନଥିବା ଯୋଗୁଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା । ଏତଲାର ଏକ ମାସ ବିତିଯିବା ସତ୍ତ୍ବେ ଅଭିଯୁକ୍ତ ଗିରଫ ହୋଇନଥିବା ଅଭିଯୋଗ କରିଛନ୍ତି ପୀଡିତା । ପୋଲିସ ଘଟଣା ଚପାଇଦେବାକୁ ଚକ୍ରାନ୍ତ କରୁଥିବା ବେଳେ ଅଭିଯୁକ୍ତ ଖୁଲମଖୁଲା ବୁଲୁଥିବା ଅଭିଯୋଗ ହୋଇଛି । ଏନେଇ ଫୁଲବାଣୀ ଟାଉନ ଥାନାରେ ଏତଲା ହେବାର ବହୁ ଦିନ ହୋଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ପୀଡିତା ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ନ୍ୟାୟ ମାଗିଛନ୍ତି ।

ସୂଚନା ଅନୁସାରେ, ଶଙ୍କରାଖୋଲ ଅଞ୍ଚଳର ଜଣେ ଯୁବକ ଫୁଲବାଣୀରେ ରହୁଥିବା ଖଜୁରୀପଡା ଥାନା ଅଞ୍ଚଳର ଜନୈକା ଭିନ୍ନକ୍ଷମ ଯୁବତୀଙ୍କ ସହ ଫୋନ ମାଧ୍ୟମରେ ସମ୍ପର୍କ ସ୍ଥାପନ କରିଥିଲେ । ଏହାପରେ ତାଙ୍କୁ ପ୍ରେମ ଜାଲରେ ଫସାଇ ଥିଲେ । ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ଫୁଲବାଣୀ ସହରରେ ବାରମ୍ବାର ଦୁଷ୍କର୍ମ କରିଥିବା ଫୁଲବାଣୀ ଟାଉନ ଥାନାରେ ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି ।

ତେବେ ଯୁବତୀ ଜଣକ ଏନେଇ ଟାଉନ ଥାନାରେ ଗତ ମାସ ୧୯ ତାରିଖରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ସେମାନଙ୍କ ଅଭିଯୋଗ ଗ୍ରହଣ କରି ନଥିଲା ବୋଲି ସେ କହିଛନ୍ତି । ପରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଟାଉନ ଥାନାରେ ଗତ ମାସ ୨୭ ତାରିଖରେ ୨୧୯/୨୨ରେ ମାମଲା ରୁଜ୍ଜୁ ହୋଇଥିଲା । ତେବେ ଏହି ମାମଲାରେ ପୋଲିସ କୌଣସି ତଦନ୍ତ କରୁନାହିଁ କିମ୍ବା ଅଭିଯୁକ୍ତକୁ ଗିରଫ କରୁନାହିଁ ବୋଲି ପୀଡ଼ିତା ଦିବ୍ୟାଙ୍ଗ ଯୁବତୀ ଏବଂ ତାଙ୍କ ଭାଇ ଅଭିଯୋଗ କରିଛନ୍ତି । ତେଣୁ ସେମାନେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି । ସେଠାରୁ ଆସି ଆଜି କନ୍ଧମାଳ ଏସ୍‌ପିଙ୍କୁ ସାକ୍ଷାତ କରିବା ପାଇଁ ଚାହିଁଥିଲେ ମଧ୍ୟ ଦେଖା ହୋଇ ପାରିନଥିଲେ । ମଙ୍ଗଳବାର ପୁଣି ଏସ୍‌ପିଙ୍କୁ ଭେଟି ଅଭିଯୁକ୍ତକୁ ଗିରଫ କରିବା ସହିତ ସେମାନଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିବେ ବୋଲି କହିଛନ୍ତି ପୀଡିତା ଓ ତାଙ୍କ ଭାଇ । ତେବେ ଏନେଇ ଟାଉନ ଥାନା ଅଧିକାରୀ ଅଶୋକ କୁମାର ଗିରିଙ୍କୁ ପଚାରିବାରୁ ସେ ଅଭିଯୁକ୍ତକୁ ଖୋଜା ଚାଲିଥିବା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଫୁଲବାଣୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.