ଓଡିଶା

odisha

ସମ୍ବଲପୁରରେ କ୍ରାଇମବ୍ରାଞ୍ଚ, ତତ୍କାଳୀନ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ଅଭିଯୋଗର ଖୋଜୁଛି ଖିଅ

By

Published : Dec 17, 2022, 6:37 PM IST

ଆଜି କ୍ରାଇମବ୍ରାଞ୍ଚ DSP ଶିଶିର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ ପହଞ୍ଚିଛି ସମ୍ବଲପୁରରେ । 2012 ମସିହାରେ ସମ୍ବଲପୁରର ତତ୍କାଳୀନ ଜିଲ୍ଲାପାଳ ମୃଣାଳିନୀ ଦର୍ଶୱାଲ (Ex Collector Sambalpur Mrinalini Darswal) ଙ୍କୁ ହୋଇଥିବା ଦୁର୍ବ୍ୟବହାର, ଆକ୍ରମଣ ଓ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଭଙ୍ଗାରୁଜା ଘଟଣାରେ ବର୍ତ୍ତମାନ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ସମୟରେ ଜଜଙ୍କ ଚାମ୍ବର ଭଙ୍ଗାରୁଜା ଘଟଣାର କୌଣସି ଅଭିଯୁକ୍ତଙ୍କ ସମ୍ପୃକ୍ତି ଅଛି ନା ନାହିଁ ସେନେଇ ଏହି ଟିମ ତଦନ୍ତ କରୁଛି । ଅଧିକ ପଢନ୍ତୁ

ସମ୍ବଲପୁରରେ କ୍ରାଇମବ୍ରାଞ୍ଚ
ସମ୍ବଲପୁରରେ କ୍ରାଇମବ୍ରାଞ୍ଚ

ସମ୍ବଲପୁରରେ କ୍ରାଇମବ୍ରାଞ୍ଚ, ତତ୍କାଳୀନ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ଅଭିଯୋଗର ଖୋଜୁଛି ଖିଅ

ସମ୍ବଲପୁର: ସମ୍ବଲପୁରରେ କ୍ରାଇମବ୍ରାଞ୍ଚ । 10 ବର୍ଷ ତଳର ମାମଲାର ପୁଣି ଥରେ ଆରମ୍ଭ ହେଲା ତଦନ୍ତ । କ୍ରାଇମ ବ୍ରାଞ୍ଚ DSP ଶିଶିର କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ ପହଞ୍ଚି 2012 ମସିହାରେ ସମ୍ବଲପୁରର ତତ୍କାଳୀନ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର, ଆକ୍ରମଣ ଓ ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ରେ ଭଙ୍ଗାରୁଜା ମାମଲାର ତଦନ୍ତ ଆରମ୍ଭ କରିଛି।

ଆଜି କ୍ରାଇମବ୍ରାଞ୍ଚ DSP ଶିଶିର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ ପହଞ୍ଚିଛି ସମ୍ବଲପୁରରେ । 2012 ମସିହାରେ ସମ୍ବଲପୁରର ତତ୍କାଳୀନ ଜିଲ୍ଲାପାଳ ମୃଣାଳିନୀ ଦର୍ଶୱାଲ (Ex Collector Sambalpur Mrinalini Darswal) ଙ୍କୁ ହୋଇଥିବା ଦୁର୍ବ୍ୟବହାର, ଆକ୍ରମଣ ଓ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଭଙ୍ଗାରୁଜା ଘଟଣାରେ ବର୍ତ୍ତମାନ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ସମୟରେ ଜଜଙ୍କ ଚାମ୍ବର ଭଙ୍ଗାରୁଜା ଘଟଣାର କୌଣସି ଅଭିଯୁକ୍ତଙ୍କ ସମ୍ପୃକ୍ତି ଅଛି ନା ନାହିଁ ସେନେଇ ଏହି ଟିମ ତଦନ୍ତ କରୁଛି । ତଦନ୍ତରୁ ବର୍ତ୍ତମାନର ଘଟଣାର 2 ଜଣ ଅଭିଯୁକ୍ତଙ୍କ ପୂର୍ବ ଘଟଣା ରେ ସମ୍ପୃକ୍ତି ଥିବାର ସ୍ପଷ୍ଟ ହୋଇଥିବା କ୍ରାଇମବ୍ରାଞ୍ଚ DSP ସୂଚନା ଦେଇଛନ୍ତି । ଆଗକୁ ମଧ୍ୟ ଏହି ଘଟଣାର ତଦନ୍ତ ଜାରି ରହିବ ବୋଲି ସୂଚନା ଦିଆଯାଇଛି ।

ଏହାବି ପଢନ୍ତୁ- ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖଡଗେଙ୍କ ପ୍ରଶ୍ନ, କେବେ ଚାଇନା ପେ ଚର୍ଚ୍ଚା

ସୂଚନାଯୋଗ୍ୟ ଯେ 2012 ମସିହାରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଦସ୍ୟ ମାନେ ୱେସ୍କୋ ଅଫିସ କୁ ଘେରାଉ ପାଇଁ ଯାଉଥିବା ବେଳେ ସେଠାକୁ ସମ୍ବଲପୁରର ତତ୍କାଳୀନ ଜିଲ୍ଲାପାଳ ଆସି ସବରେଜିଷ୍ଟ୍ରାର ଅଫିସରେ ହୋଇଥିବା ଏକ ଘଟଣାକୁ ନେଇ ଜିଲ୍ଲା ଓକିଲ ସଂଘର ସଦସ୍ୟ ଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହା ପରେ ପରିସ୍ଥିତି ଏତେ ଉତ୍ତେଜନାମୂଳକ ହୋଇଥିଲା ଯେ ଜିଲ୍ଲା ଓକିଲ ସଂଘର କେତେକ ସଦସ୍ୟ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ରେ ଭଙ୍ଗାରୁଜା କରିଥିବାର ଅଭିଯୋଗ ହୋଇଥିଲା ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details