ଓଡିଶା

odisha

BJP Delegation: ସମ୍ବଲପୁରରେ ବିଜେପିର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ

By

Published : Dec 27, 2022, 9:19 PM IST

Updated : Dec 27, 2022, 9:56 PM IST

ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ପ୍ରସଙ୍ଗରେ ସମ୍ବଲପୁରରେ ନ୍ୟାୟିକ ଅଚଳାବସ୍ଥା ଜାରି ରହିଥିବା ବେଳେ ଆଜି ସମ୍ବଲପୁରରେ ପହଞ୍ଚିଥିଲା ବିଜେପିର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ । ଅଧିକ ପଢନ୍ତୁ

BJP Delegation
BJP Delegation

BJP Delegation: ସମ୍ବଲପୁରୀରେ ବିଜେପିର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ

ସମ୍ବଲପୁର: ସମ୍ବଲପୁର ଗସ୍ତରେ ବିଜେପିର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ । ଗତ ଡିସେମ୍ବର 12 ତାରିଖରେ ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆନ୍ଦୋଳନ ହେଉଥିବା ସମୟରେ ଆନ୍ଦୋଳନକାରୀ ଜଜଙ୍କ ଚେମ୍ବରରେ ପଶି ଭଙ୍ଗାରୁଜା ଘଟଣା । ଏହି ଘଟଣା ପରେ ଆନ୍ଦୋଳନ କରୁଥିବା ଓକିଲଙ୍କୁ ଗିରଫ କରିଥିଲା ପୋଲିସ । ଏହାପର ଠାରୁ ସମ୍ବଲପୁରରେ ନ୍ୟାୟିକ ଅଚଳାବସ୍ଥା ଜାରି ରହିଥିବା ବେଳେ ଆଜି ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସମ୍ବଲପୁର ଆସି ଏନେଇ ସମୀକ୍ଷା କରିବା ସହ ସ୍ଥିତି କିପରି ସ୍ଵାଭାବିକ ହେବ ସେ ନେଇ ଗିରଫ ହୋଇଥିବା ଓକିଲ, ଜିଲ୍ଲା ଜଜ, ବରିଷ୍ଠ ନାଗରିକ, ତଥା ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଙ୍କ ସହ ଆଲୋଚନା କରିଛି ।

ଏହାବି ପଢନ୍ତୁ- ସମ୍ବଲପୁରରେ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ସତ୍ୟାଗ୍ରହ

ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ପ୍ରସଙ୍ଗରେ ସମ୍ବଲପୁରରେ ନ୍ୟାୟିକ ଅଚଳାବସ୍ଥା ଜାରି ରହିଥିବା ବେଳେ ଆଜି ସମ୍ବଲପୁରରେ ପହଞ୍ଚିଥିଲା ବିଜେପିର ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ । ବରଗଡ଼ ସାଂସଦ ସୁରେଶ ପୂଜାରୀ ( MP Suresh Pujari ) ଙ୍କ ନେତୃରେ ଆସିଥିବା ଏହି ପ୍ରତିନିଧି ଦଳରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ଓ ପାଞ୍ଚ ଜଣ ବିଧାୟକ ରହିଥିଲେ । ଆଜି ଏହି ପ୍ରତିନିଧି ଦଳ ସମ୍ବଲପୁର ଆସି ପ୍ରଥମେ ମଣ୍ଡଳ କାରାଗାରକୁ ଯାଇ ଜେଲ ଭିତରେ ଥିବା ଓକିଲ ମାନଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ (BJP delegation meets arrested lawyers ) । ଏହାପରେ ଏହି ପ୍ରତିନିଧି ଦଳ ସର୍କିଟ ହାଉସ ଠାରେ ଜିଲ୍ଲାର ବୁଦ୍ଧିଜୀବୀ ମାନଙ୍କ ସହ ଆଲୋଚନା କରି ସମ୍ବଲପୁରରେ ଜାରି ରହିଥିବା ନ୍ୟାୟିକ ଅଚଳାବସ୍ଥା କିପରି ଭାବରେ ସ୍ୱାଭାବିକ ପରିସ୍ଥିତି କୁ ଫେରିବ, ସେନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

ଏହାବି ପଢନ୍ତୁ- ଚାଲିଛି ଋଷ-ୟୁକ୍ରେନ ଯୁଦ୍ଧ, ରହସ୍ୟଜନକ ଭାବେ ଆଖି ବୁଜୁଛନ୍ତି ଋଷର ଜଣକ ପରେ ଜଣେ ବ୍ୟବସାୟୀ-ରାଜନେତା

ପରେ ଏହି ପ୍ରତିନିଧି ଦଳ ସମ୍ବଲପୁର ଜିଲ୍ଲା ଜଜଙ୍କୁ ଭେଟି ବର୍ତମାନର ସ୍ଥିତି ନେଇ ଆଲୋଚନା କରିଥିଲେ । ପରବର୍ତ୍ତୀ ସମୟରେ ଏହି ପ୍ରତିନିଧି ଦଳ ସମ୍ବଲପୁର ଜିଲ୍ଲା ଓକିଲ ସଙ୍ଘର ସଭାକକ୍ଷରେ ସଙ୍ଘର ପ୍ରମୁଖ ସଦସ୍ୟଙ୍କ ସହ ବର୍ତମାନ ପରିସ୍ଥିତିରେ ସମ୍ବଲପୁରରେ ଜାରି ରହିଥିବା ନ୍ୟାୟିକ ଅଚଳାବ୍ୟସ୍ଥା ନେଇ ଆଲୋଚନା କରିବା ସହ ଜେଲରେ ଥିବା ଓକିଲ ମାନେ ଯଥାଶୀଘ୍ର ଜେଲ ରୁ କିପରି ବାହାରି ପାରିବେ ସେନେଇ ଆଲୋଚନା କରିଥିଲେ । ପରବର୍ତ୍ତୀ ସମୟରେ ଏହି ପ୍ରତିନିଧି ଦଳ ଆରଡିସିଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ଉତ୍ତରାଞ୍ଚଳ ଆରଡିସି, ସମ୍ବଲପୁର ଜିଲ୍ଲାପାଳ, ଉତ୍ତରାଞ୍ଚଳ ଆଇଜି ଓ ସମ୍ବଲପୁର ଏସପିଙ୍କ ସହ ବର୍ତ୍ତମାନ ପରିପ୍ରେକ୍ଷୀରେ ସମ୍ବଲପୁରର ନ୍ୟାୟିକ ଅଚଲାବସ୍ଥା କିପରି ଦୂର ହୋଇପାରିବ ସେନେଇ ଆଲୋଚନା କରିଥିଲେ । ଏହାପରେ ପ୍ରତିନିଧି ଦଳ ସମ୍ବଲପୁରର ସର୍କିଟ ହାଉସ ଠାରେ ସାମ୍ବାଦିକମାନଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ।

ଏହି ଅବସରରେ ବରଗଡ ସାଂସଦ ସୁରେଶ ପୂଜାରୀ ଅଭିଯୋଗ କରିଥିଲେ, ‘‘ଜେଲରେ ଥିବା 10 ରୁ 12 ଜଣ ଓକିଲ ଙ୍କୁ ପୋଲିସ ଅକଥନୀୟ ନିର୍ଯାତନା ଦେଇଛି । ବିଜେପିର ଏହି ପ୍ରତିନିଧି ଦଳ ସମ୍ବଲପୁର ଆସିବା ପରେ ରାଜ୍ୟ ସରକାର ଙ୍କ ପକ୍ଷରୁ ମଧ୍ୟ ଏହି ସମସ୍ୟାର ସମାଧାନର ଚେଷ୍ଟା କରାଯିବ ବୋଲି ଆଶା କରାଯାଉଛି । ତେବେ ଯଦି ରାଜ୍ୟ ସରକାର ଏହି ପଦକ୍ଷେପ ନ ନେଉଛନ୍ତି ତାହେଲେ ଏହା ଗଣତନ୍ତ୍ର ପ୍ରତି ବିପଦ ବୋଲି ବରଗଡ଼ ସାଂସଦ କହିଛନ୍ତି । ଏଥିସହ ବ୍ୟାପକ ପୋଲିସ ସୁରକ୍ଷା ବ୍ୟବସ୍ଥା ସତ୍ୱେ ମଧ୍ୟ ଗତ 12 ତାରିଖରେ ଏହିଭଳି ଅଭାବନୀୟ ଘଟଣା କିପରି ଘଟିଲା ତାହା ତଦନ୍ତ ସାପେକ୍ଷ ବୋଲି କହିଛନ୍ତି ସୁରେଶ ।’’

ଏହାବି ପଢନ୍ତୁ- Ankita Bhandari Case: CBI ତଦନ୍ତ ଦାବିରେ ହରିଶ ରାୱତଙ୍କ ଧାରଣା

ଏହି ପ୍ରତିନିଧି ଦଳ ସୂଚନା ଦେଇଛି ଯେ ଆଗକୁ ଏହି ପ୍ରସଙ୍ଗକୁ ସଂସଦରେ ଉଠାଯିବା ସହ କେନ୍ଦ୍ର ଆଇନମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ । ଦରକାର ପଡିଲେ ଏହି ପ୍ରତିନିଧି ଦଳ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏବଂ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିବ ବୋଲି ସୂଚନା ଦେଇଛନ୍ତି ସୁରେଶ ।

ଇଟିଭି ଭାରତ, ସମ୍ବଲପୁର

Last Updated : Dec 27, 2022, 9:56 PM IST

ABOUT THE AUTHOR

...view details