ଓଡିଶା

odisha

ଜଙ୍ଗଲ ଜମି ଆଇନର ତର୍ଜମା ନେଇ ଜିଲ୍ଲାପାଳଙ୍କ ବୈଠକ

By

Published : Sep 6, 2021, 6:08 PM IST

ଜଙ୍ଗଲ ଜମି ଆଇନର ତର୍ଜମା ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ

ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତା ପାଇଁ ବୈଷୟିକ ଜ୍ଞାନ ପ୍ରୟୋଗ କରି ଜଙ୍ଗଲରେ ବସବାସ କରୁଥିବା ଲୋକଙ୍କୁ ବଣ୍ଟନ ହେବ ଜମି ପଟ୍ଟା । ଅଧିକ ପଢନ୍ତୁ...

ରାୟଗଡା: ଜଙ୍ଗଲ ଆଇନକୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଛି ଏକ ସମୀକ୍ଷା ବୈଠକ । ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତା ପାଇଁ ବୈଷୟକ ଜ୍ଞାନ ପ୍ରୟୋଗ କରି ଜମି ପଟ୍ଟା ପ୍ରଦାନ କରିବା ନିମନ୍ତେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ଜିଲ୍ଲାରେ ବସବାସ କରୁଥିବା ଜନଜାତି ଓ ପାରମ୍ପରିକ ବନବାସୀଙ୍କ ଜୀବନ ଜୀବିକାରେ କିପରି ଉନ୍ନତି ହୋଇପାରିବ, ସେନେଇ ଆଲୋଚନା କରାଯାଇଛି ।

ଜଙ୍ଗଲ ଜମି ଆଇନର ତର୍ଜମା ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ

ପିଏ, ଆଇଟିଡିଏ (ITDA) ଟୁକୁ ବାରିକ କର୍ମଶାଳାର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଛନ୍ତି । ଜଙ୍ଗଲରେ ବସବାସ କରୁଥିବା ଜନଜାତି ଓ ପାରମ୍ପରିକ ବନବାସୀଙ୍କ ଜୀବନ ଜୀବିକାର ମାନ ବୃଦ୍ଧି କରିବା ପାଇଁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା ପାଇଁ ମତବ୍ୟକ୍ତ କରିଛନ୍ତି ।

ଜଙ୍ଗଲ ଜମି ଆଇନର ତର୍ଜମା ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ

ଏନେଇ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ଛଅ ଗୋଟି ବ୍ଲକ ମଧ୍ୟରେ ରାୟଗଡା, କୋଲନରା, ବିଷମକଟକ, ମୁନିଗୁଡା, ଚନ୍ଦ୍ରପୁର ଓ କଲ୍ୟାଣସିଂହପୁର ବ୍ଲକର ୪୪୦ଟି ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି । ଓଡିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଜାତି ବିକାଶ ବିଭାଗ ଓ ପ୍ରଦାନ ସ୍ବେଚ୍ଛାସେବୀ ସଂସ୍ଥାର ବୁଝାମଣା ଅନୁଯାୟୀ ଜଙ୍ଗଲ ଜମି ଅଧିକାର ଜନିତ ଦାବି ଗୁଡିକ ସମାଧାନ ଓ ଜୀବନଜୀବିକା ପ୍ରଦାନ ନିମନ୍ତେ ରାୟଗଡା ଜିଲ୍ଲା ପ୍ରଶାସନ ଓ ପ୍ରଦାନ ସଂସ୍ଥା କାର୍ଯ୍ୟକାରୀ କରିବେ ।

ଜଙ୍ଗଲ ଜମି ଆଇନର ତର୍ଜମା ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ

ସେପଟେ ଜିପିଏସ ମାଧ୍ୟମରେ ଜମିର ମାପଚୁପ କରାଯିବ । ବ୍ଲକ ସ୍ତରୀୟ ସମନ୍ବୟ କମିଟି ଗଠନ କରି ମାସକୁ ଥରେ ବୈଠକ କରି ସମୀକ୍ଷା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details