ଓଡିଶା

odisha

ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ, ଯୋଗାଯୋଗ ବିଚ୍ଛିନ୍ନ

By

Published : Jul 27, 2019, 10:18 AM IST

ରାୟଗଡ଼ା ଜିଲ୍ଲାର କଲ୍ୟାଣ ନଦୀରେ ପ୍ରଥମ ବନ୍ୟା ପାଣି ଆସିଛି ଧୋଇଗଲା ଅସ୍ଥାୟୀ ପୋଲ । ଫଳରେ କଲ୍ୟାଣସିଂହପୁର ଠାରୁ 5ଟି ପଞ୍ଚାୟତର ଯୋଗଯୋଗ ବିଚ୍ଛିନ୍ନ ହୋଇପଡ଼ିଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ରାୟଗଡ଼ା


ରାୟଗଡ଼ା: ଭାସିଲା ଅସ୍ଥାୟୀ ପୋଲ । ବିଚ୍ଛିନ୍ନ ହେଲା 5ଟି ପଞ୍ଚାୟତ । ଆଜି ରାୟଗଡା ଜିଲ୍ଲାର କଲ୍ୟାଣୀ ନଦୀରେ ପ୍ରଥମ ବନ୍ୟା ପାଣି ଆସି ଧୋଇଗଲା ଅସ୍ଥାୟୀ ପୋଲ । ଫଳରେ ନଦୀ ଅନ୍ୟ ପଟେ ଥିବା ପାରସାଲି ଭଳି ଅନ୍ୟାନ୍ୟ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛନ୍ନ ହୋଇପଡ଼ିଛି ।

2017 ଜୁଲାଇ 17ରେ କଲ୍ୟାଣ ଓ ନାଗବଳୀ ନଦୀରେ ପ୍ରଳୟଙ୍କାରୀ ବନ୍ୟା ଦ୍ବାରା ସ୍ଥାୟୀ ପୋଲ ଭାସିଯାଇଥିଲା । ସେବେ ଠାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ହ୍ୟୁମ ପାଇପ ପକାଇ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା । ତେବେ ସେ ପୋଲଟି ଆଜି ଭାସିଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡ଼ା

ଫଳରେ ସ୍କୁଲ ଛାତ୍ରଛାତ୍ରୀ ଓ ଡଙ୍ଗରିଆ କନ୍ଧ ମହିଳା ବିଶେଷ ପ୍ରଭାବିତ ହୋଇଥିବାବେଳେ ସ୍ବାସ୍ଥ୍ୟ ସେବା ପାଇଁ ଅସୁବିଧା ଦେଖାଦେବ ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:
Anchor - ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ରେ ଗତ କାଲି ଠାରୁ ପ୍ରବଳ ବର୍ଷା ଫଳରେ କଲ୍ୟାଣୀ ଓ ନାଗାବଳୀ ନଇରେ ବନ୍ୟାପାଣି ଫୁଲିବାରେ ଲାଗିଛି, କଲ୍ୟାଣସିଂହପୁର ଠାରୁ ପାଞ୍ଚଟି ପଞ୍ଚାୟତ କୁ ସଂଯୋଗ କରୁଥିବା କଲ୍ୟାଣୀ ନାଇ ଉପରର ଅସ୍ଥାୟୀ ପୋଲ ଉପରେ ୫ ଫୁଟ ପାଣି ବହୁଛି ଏଣୁ ପୋଲଟି ପ୍ରାୟ ଧୋଇ ଯାଇଛି, ଏବେ ଲୋକଙ୍କ ଯାତାୟାତ ଠପ୍, ବିଦ୍ୟାଳୟକୁ ପିଲା ହେଇକି ସାମାନ୍ୟ ଆବଶ୍ୟକ ପଡିଲେ ବ୍ଲକ୍ ମହକୁମା କଲ୍ୟାଣସିଂହପୁର ଉପରେ ନିର୍ଭର କରିଥାନ୍ତି, ଲୋକେ ପୋହଁରି ପୋହଁରି ଯିବାକୁ କାଶୁଛି, ଗତ ଜୁଲାଇ ୧୭ ମସିହାରେ ଆସିଥିବା ପ୍ରୟଙ୍କାରି ବନ୍ୟାରେ ଏହାର ସ୍ଥାୟୀ ପୋଲ ଭାଙ୍ଗି ଯାଇଥିଲା ଏଣୁ ଲୋକେ ବିପଡା ପୂର୍ଣ୍ଣ ଯାତାୟାତ କରୁଥିଲେ ଏହାକୁ ଦୃଷ୍ଟି ରେ ରଖି ହୋମ ପାଇପ ସାହାଯ୍ୟରେ ଅସ୍ଥାୟୀ ପୋଲ ନିର୍ମାଣ ହେଇଥିଲା, ଏସଂପର୍କରେ ପ୍ରଶାସନିକ ପ୍ରତିକ୍ରିୟା ମିଳିପାରିନାହି।Body:AConclusion:B

ABOUT THE AUTHOR

...view details