ଓଡିଶା

odisha

ଜିଲ୍ଲା ପ୍ରଶାସନ ପାଳିଲା ନୂଆଁଖାଇ ଜୁହାର

By

Published : Sep 2, 2022, 10:43 PM IST

ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ନୂଆଖାଇ ଜୁହାର ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ପରିଷଦ ଆନୂକୁଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସ୍ବଧା ଦେବ ସିଂ ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ଅଧିକ ପଢନ୍ତୁ

Rayagada  district collector swadha dev singh celebrate Nuakhai juhar
ରାୟଗଡା ଜିଲ୍ଲା ପ୍ରଶାସନ ପାଳିଲା ନୂଆଁଖାଇ ଜୁହାର

ରାୟଗଡା: ଓଡିଶାରେ ପାଳିତ ହେଉଥିବା ବିଭିନ୍ନ ପର୍ବ ପର୍ବାଣି ମଧ୍ୟରେ ନୂଆଁଖାଇ ପର୍ବ ହେଉଛି ସ୍ଵତନ୍ତ୍ର । ବିଶେଷ କରି ପଶ୍ଚିମ ଓଡିଶାରେ ଏହି ପର୍ବକୁ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରାଯାଇଥାଏ। ତେବେ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ନୂଆଖାଇ ଜୁହାର ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି l ଜିଲ୍ଲା ସଂସ୍କୃତି ପରିଷଦ ଆନୂକୁଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସ୍ବଧା ଦେବ ସିଂ ଯୋଗ ଦେଇ ଶୁଭାରମ୍ଭ କରିଥିଲେ ।

ରାୟଗଡା ଜିଲ୍ଲା ପ୍ରଶାସନ ପାଳିଲା ନୂଆଁଖାଇ ଜୁହାର

ତେବେ କୃଷିଭିତ୍ତିକ ପର୍ବ ନୂଆଁଖାଇ ଏକ ଭାଇଚାରାର ପର୍ବ । ଚାଷୀ ଭାଇମାନେ ନିଜ ଅମଳ ଫସଲକୁ ନବାନ୍ନ ଭାବେ ଇଷ୍ଠଦେବୀଙ୍କୁ ଅର୍ପଣ କରି ନୂଆ ଅନ୍ନପ୍ରସାଦ ଭକ୍ଷଣ କରୁଥିବା ବେଳେ ଏହା କେବଳ ପଶ୍ଚିମ ଓଡିଶାର ପର୍ବ ହୋଇ ରହି ନାହିଁ ଧିରେଧିରେ ଏହା ଦକ୍ଷିଣ ଓଡ଼ିଶାକୁ ମଧ୍ୟ ବ୍ୟାପିବାକୁ ଲାଗିଛି । ଛୋଟମାନେ ବଡମାନଙ୍କୁ ମୁଣ୍ଡିଆ ମାରି ସମ୍ମାନ ଜଣାଇ ନିଜ ସଂପର୍କ ଡୋରିକୁ ଆହୁରି ମଜବୁତ କରନ୍ତି । ବର୍ତ୍ତମାନ ସମଗ୍ର ରାଜ୍ୟରେ ଏହି କୃଷିଭିତିକ ନୂଆଁଖାଇ ପର୍ବକୁ ଗାଁ ପର୍ବ ଭାବେ ପାଳନ କରାଯାଉଛି ।

ଏଥିସହ ରାୟଗଡାରେ ବିଭିନ୍ନ ଅନୁଷ୍ଠାନଗୁଡିକ ପକ୍ଷରୁ ପାରମ୍ପରିକ ଲୋକନୃତ୍ୟ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସ୍ଥାନୀୟ ସ୍ୱରସାଗର ଓଡ଼ିଶୀ ନୃତ୍ୟ,ମା କାର୍ଲlଶୁଣୀ ଢେମସା ନୃତ୍ୟ ଢେମସା ଓ ସମ୍ବଲପୁରୀ ନୃତ୍ୟ,କାଶୀପୁର ଢେମସା ନୃତ୍ୟ ଦଳ, କଲ୍ୟାଣସିଂପୁର ଲୋକନୃତ୍ୟ ଦଳର କଳାକାରମାନେ ଚିତାକର୍ଷକ ଲୋକନୃତ୍ୟ ପରିବେଷଣ ଦର୍ଶକଙ୍କୁ ଆକର୍ଷିତ କରିଥିଲେ l

ସୂଚନା ଥାଉକି, ନୂଆଁଖାଇ ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ । ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ (ଗଣେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ । ଧାନ ଅମଳର ଖୁସିରେ ଚାଷୀମାନେ ଏହାକୁ ପାଳନ କରିଥାନ୍ତି । ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ । ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ । ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ । ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ନୂଆଖାଇ ପାଳନ ନିମନ୍ତେ ପୂର୍ବରୁ "ଲଗ୍ନ" ବା "ତିଥି" ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ ।


ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details