ଓଡିଶା

odisha

କୋଟିପତି ରାୟଗଡା ଡିଏଫଓ ଚାକିରିରୁ ନିଲମ୍ବିତ

By ETV Bharat Odisha Team

Published : Sep 14, 2023, 8:07 AM IST

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାକିରିରୁ ନିଲମ୍ବିତ ହେଲେ ରାୟଗଡା ବନଖଣ୍ଡ ଅଧିକାରୀ । ଅଧିକ ପଢନ୍ତୁ

Rayagada DFO suspended from job
Rayagada DFO suspended from job

ରାୟଗଡା: ଡିଏଫଓଙ୍କୁ ମହଙ୍ଗା ପଡିଲା କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହେବା । ଗିରଫ ପରେ ଚାକିରିରୁ ନିଲମ୍ବିତ ହେଲେ ରାୟଗଡା ବନଖଣ୍ଡ ଅଧିକାରୀ ବିଜୟ କୁମାର ପରିଡ଼ା । ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏହି ନିଲମ୍ବନ ଆଦେଶ ଜାରି କରିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଗଷ୍ଟ 24 ତାରିଖରେ ଭିଜିଲାନ୍ସ ବିଭାଗ ଏକକାଳୀନ ଭାବେ 7ଟି ସ୍ଥାନରେ ଚଢାଉ କରିଥିଲା । ଏହାପରେ ଚଢାଉ ସ୍ଥାନରୁ କୋଟି କୋଟି ଟଙ୍କା ଜବତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-Vigilance Raid: ଭିଜିଲାନ୍ସ ଜାଲରେ ରାୟଗଡ଼ା ଡିଏଫଓ, ଏକକାଳୀନ 7ଟି ସ୍ଥାନରେ ରେଡ

ଆୟର 206 ଗୁଣା ଅଧିକ ସମ୍ପତ୍ତି ଠାବ ହୋଇଥିବା ବେଳେ ଏତେ ଟଙ୍କା କେଉଁ ଆଣିଲେ ବୋଲି ପ୍ରଶ୍ନ କରାଯିବାରୁ ସଠିକ୍ ହିସାବ ଦେଇ ନପାରି ଗିରଫ ହୋଇଥିଲେ ରାୟଗଡା ଡିଏଫଓ । ଏହାପରେ ତାଙ୍କୁ ଗିରଫ କରାଯାଇ ଭୁବନେଶ୍ଵର ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିଲା । ସରକାରୀ ନିୟମ ଅନୁସାରେ ଜେଲରେ 48 ଘଣ୍ଟାରୁ ଅଧିକ ସମୟ ଧରି ରହିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ । ତାଙ୍କର ନିଲମ୍ବନ ଆଦେଶ ନଉଠିବା ଯାଏଁ କୋରାପୁଟ ଆରସିସିଏଫଙ୍କ ବିନା ଅନୁମତିରେ ସେ ହେଡକ୍ବାର୍ଟର ଛାଡି ଯାଇପାରିବେ ନାହିଁ ବୋଲି ଚିଠିରେ ଉଲ୍ଲେଖ ରହିଛି । ଗତ ୨୪ ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡା, ଖୋର୍ଦ୍ଧା, କଟକ ଓ ଯାଜପୁରର ୭ଟି ସ୍ଥାନରେ ରେଡ କରିଥିଲା ଭିଜିଲାନ୍ସ।

ଏହା ମଧ୍ୟ ପଢନ୍ତୁ-କୋଟିପତି ରାୟଗଡା ଡିଏଫଓ, ଚଢାଉ ପରେ ଗିରଫ କଲା ଭିଜିଲାନ୍ସ

ଚଢାଉ ସମୟରେ ଡିଏଫଓଙ୍କ ରାୟଗଡା ବାସଭବନରୁ 1 ଲକ୍ଷ 24 ହଜାର 600 ଟଙ୍କା ସହ 650 ଗ୍ରାମ ସୁନା ଅଳଙ୍କାର, ଗୋଟିଏ ମାରୁତି କାର, 2ଟି ମୋଟରସାଇକେଲ ଜବତ ହୋଇଥିଲା । ଏହା ସାଙ୍ଗକୁ 17 ଲକ୍ଷ 87 ହଜାର ଟଙ୍କାର ଘରକରଣା ସାମଗ୍ରୀ ଜବତ କରିଥିଲା ଭିଜିଲାନ୍ସ ବିଭାଗ । ଭୁବନେଶ୍ବର, ପୁରୀ, କଟକ ଓ ଯାଜପୁରର ପ୍ରାଇମ୍ ଲୋକେସନରେ 17ଟି ପ୍ଲଟକୁ ଠାବ କରିଥିଲା ଭିଜିଲାନ୍ସ । ତିନୋଟି ବଡ ବଡ ଅଟାଳିକା ଠାବ ହୋଇଥିଲା । ଅଗଷ୍ଟ 24 ତାରିଖ ରାତିରେ ତାଙ୍କୁ ରାୟଗଡା ସ୍ଥିତ ସରକାରୀ ବାସଭବନରୁ ଭୁବନେଶ୍ଵର ନେଇ ସେଠାରେ ପଚରାଉଚରା କରିବା ପରେ 25 ତାରିଖରେ କୋର୍ଟ ଚାଲାଣ କରିଥିଲା ଭିଜିଲାନ୍ସ ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details