ଓଡିଶା

odisha

ଅଜଣା ଗାଡି ଧକ୍କାରେ ରାୟଗଡାରେ ବାଲେଶ୍ବରଙ୍କ ମୃତ୍ୟୁ, ରାସ୍ତା ଅବରୋଧ କଲେ ଗାଁଲୋକେ

By

Published : Aug 14, 2023, 7:52 AM IST

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ ଅନ୍ତର୍ଗତ ବାରିଆ ଗୁଡା ଗାଁ ନିକଟରେ ଅଜଣା ଗାଡି ଧକ୍କାରେ ଯୁବକ ମୃତ । କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ରାସ୍ତା ଅବରୋଧ । ଅଧିକ ପଢନ୍ତୁ

road accident
road accident

road accident

ରାୟଗଡା:ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ ଅନ୍ତର୍ଗତ ବାରିଆ ଗୁଡା ଗାଁ ନିକଟରେ ଏହି ସଡକ ଦୁର୍ଘଟଣା । ମୃତକ ହେଲେ ହେଉଛନ୍ତି କାଶୀପୁର ବ୍ଲକ ତୁଜେର ଗ୍ରାମର ବାଲେଶ୍ବର ନାଏକ ବୟସ 31 ବର୍ଷ ବୋଲି ଜଣାପଡ଼ିଛି । ଅନ୍ୟପଟେ ଯୁବକଙ୍କ ମୃତ୍ୟୁ ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ଦୀର୍ଘ 8 ଘଣ୍ଟା ଧରି ରାସ୍ତା ଅବରୋଧ କରାଯାଇଛି ।

ସୂଚନା ମୁତାବକ, ମୃତ ବାଲେଶ୍ୱର ନାଏକ ନିଜ ବାଇକ ଯୋଗେ ଗତକାଲି (ରବିବାର) ସନ୍ଧ୍ୟା ସମୟରେ ଯାଉଥିବା ବେଳେ କୌଣସି ଏକେ ଅଜଣା ଗାଡ଼ି ସହିତ ଧକ୍କା ଦେଇଥିବାରୁ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ । ଦୁର୍ଘଟଣା ଘଟାଇଥିବା ଗାଡିର କୌଣସି ପତ୍ତା ମିଳି ନଥିବା ବେଳେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇବା ସହିତ ଘଟଣାର ତଦନ୍ତ ଚଳାଇଛି। ସେପଟେ ଏହି ଘଟଣାକୁ ନେଇ ସେହି ଅଞ୍ଚଳରେ କ୍ଷତିପୂରଣ ଦାବିରେ ସାମାନ୍ୟ ଉତ୍ତେଜନା ଦେଖାଯାଇଥିଲା । ବାଲେଶ୍ବର ଉତ୍କଳ ଆଲୁମିନା କାରଖାନାର ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରେ ଏକ ଠିକା କାମ ନେଇଥିଲେ । କାମ ସାରି ନିଜ ଗାଁ ତୁଜେରକୁ ଫେରୁଥିଲେ । ଅନୁମାନ କରାଯାଉଛି କି ଉତ୍କଳ ଆଲୁମିନା କାରଖାନାରକୁ ଆସୁଥିବା କୌଣସି ଗାଡ଼ି ପଛରୁ ଧକ୍କା ଦେବା ଫଳରେ ବାଲେଶ୍ଵର ନାୟକଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ- ଟ୍ରକରେ ପିଟି ହେଲା ବାଇକ, ଚାଲିଗଲା 3 ଜୀବନ

ପ୍ରକାଶ ଥାଉକି, ରାଇରଙ୍ଗପୁରରେ ଗତ ୬ ତାରିଖ ଶନିବାର ରାତିରେ ଚଳନ୍ତା ଟ୍ରକରେ ବାଇକ ପିଟି ହେବାରୁ 3 ଜଣଙ୍କର ମୃତ୍ୟୁ ହୋଇଥିଲା । ଦରି ଗ୍ରାମ ନିକଟସ୍ଥ ୪୯ନଂ ଜାତୀୟ ରାଜପଥରେ ମୃତ ତିନି ଯୁବକ ଏକ ବାଇକ ଯୋଗେ କେଉଁ ଆଡେ ଯାଉଥିଲେ । ଏହି ସମୟରେ ଦ୍ରୁତ ଗତିରେ ଯାଉଥିବା ବାଇକଟି ଏକ ଟ୍ରକ ସହ ପିଟି ହୋଇ ଯାଇଥିଲା । ଫଳରେ ୩ ଜଣ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଟ୍ରକ୍ ସେଠାରୁ ଫେରାର ହୋଇ ଯାଇଥିଲା । ମୃତ ତିନି ଜଣ ବାଇକ ଆରୋହୀ କାଠକରଞ୍ଜିଆ ଗ୍ରାମର ବୋଲି ଜଣାପଡ଼ିଛି । ଏନେଇ ଖବର ପାଇ କରଞ୍ଜିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଥିଲା । ଏଥି ସହିତ ଦୁର୍ଘଟଣାର ତଦନ୍ତ କରିଥିଲା ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details