ଓଡିଶା

odisha

ପୂର୍ବ ଶତ୍ରୁତାରୁ ରାଗ ସୁଝାଇଲେ ଅଭିଯୁକ୍ତ, ହତ୍ୟା କରି ପୋତି ଦେଇଥିଲେ

By

Published : Jan 14, 2023, 11:52 AM IST

ପୂର୍ବ ଶତତୃତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ । ହତ୍ୟା କରି ପୋତି ଦେଇଥିଲେ ଦୁର୍ବୃତ୍ତ । ମାଟିତଳୁ ମୃତଦେହ ଉଦ୍ଧାର କରିଲା ପୋଲିସ । ମୃତ ଯୁବକ ହେଲେ ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡାପଦର ଗାଁର ବିଭିଷଣ ନୁଣ୍ଡ୍ରୃକା । ଅଧିକ ପଢନ୍ତୁ

ହତ୍ୟାକାଣ୍ଡ
ହତ୍ୟାକାଣ୍ଡ

bissam cuttack sdpo

ରାୟଗଡା: ପୂର୍ବ ଶତ୍ରୁତାରୁ ବୀଭତ୍ସ ହତ୍ୟା । ୮ ବର୍ଷ ପରେ ରାଗ ସୁଝାଇ ହତ୍ୟା କରିଲେ ଦୁର୍ବୃତ୍ତ । ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡାପଦର ଗାଁରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ଜାନୁଆରୀ ୧ ତାରିଖରେ ଉକ୍ତ ଗାଁର ବିଭିଷଣ ନୁଣ୍ଡ୍ରୃକା ନିଖୋଜ ହୋଇଯାଇଥିବା ବେଳେ ନଦୀପଠାରୁ ମୃତଦେହ ଉଦ୍ଧାର କରିଛି ଅମ୍ବାଦଳା ଥାନା ପୋଲିସଙ୍କ ସହ ବିଷମ କଟକ ଏସଡିପିଓ ।

ଖବରଅନୁସାରେ, ଗତ ଜାନୁଆରୀ ୧ତାରିଖରେ କୁମୁଡାପଦର ଗାଁ ଲୋକେ ମିଳିତ ଭାବେ ଗାଁ ନିକଟ ଏକ ଜଙ୍ଗଲରେ ବଣଭୋଜିର ଆୟୋଜନ କରିଥିଲେ । ଭୋଜି ପରେ ସନ୍ଧ୍ୟାରେ ସମସ୍ତେ ନିଜ ନିଜ ଘରକୁ ଫେରି ଯାଇଥିବା ବେଳେ ବିଭୀଷଣ ଆଉ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ସୁଦ୍ଧା ପତ୍ତା ପାଇନଥିଲେ । ତେବେ ଭୋଜିକୁ ଯାଇଥିବା ଲୋକେ କିଛି ମୁହଁ ଖୋଲିନଥିବା ବେଳେ ଗାଁ ଲୋକେ ମଧ୍ୟ ଖୋଜିବାରେ ସାହାଯ୍ୟ କରିନଥିଲେ । ଫଳରେ ପରିବାର ଲୋକଙ୍କ ସନ୍ଦେହ ବଢିଥିଲା । ଏନେଇ ଅମ୍ବାଦଳା ଥାନାରେ ଗତ 3 ତାରିଖ ଦିନ ପିରବାର ଲୋକେ ଏତଲା ଦେଇଥିଲେ । କୌଣସି ଏକ ସୂତ୍ରରୁ ପରିବାର ଲୋକେ ଖବର ପାଇ ପଡୋଶୀ ଲୋକଙ୍କ ସହାୟତାରେ ନଦୀ ବାଲିପଟାରେ ଖୋଜିବା ବେଳେ ଗୋଟିଏ ଜାଗାରୁ ଦୁର୍ଗନ୍ଧ ବାହାରୁ ଥିବା ଜଣାପଡିଥିଲା ।

ଏହା ମଧ୍ୟ ପଢନ୍ତୁ: ଭାରତ ଯୋଡ ଯାତ୍ରା ହେଲା ଶେଷ ଯାତ୍ରା ! ହୃଦଘାତରେ ଚାଲିଗଲେ ସାଂସଦ ସନ୍ତୋଖ

ଅମ୍ବାଦଳା ଥାନାରେ ଜଣାଇବା ପରେ ବିଷମ କଟକ ଏସଡିପିଓଙ୍କ ସମେତ ଅମ୍ବାଦଳା ପୋଲିସ, ସାଇଣ୍ଟିଫିକ ଟିମ, ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ବାଲିରେ ପୋତାଯାଇଥିବା ମୃତଦେହକୁ ଉଦ୍ଧାର କରି ପଞ୍ଚନାମା ପରେ ମୃତଦେହକୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ପଠାଯାଇଛି । ଅମ୍ବାଦୋଳା ପୋଲିସ ଏହି ହତ୍ୟା ଘଟଣାରେ ୫ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ପୋଲିସର ପ୍ରାଥମିକ ତଦନ୍ତରେ ବିଭୀଷଣ ସେହି ଗାଁର କିଛି ଯୁବକଙ୍କୁ 2014 ମସିହାରେ ମରଣାନ୍ତକ ଆକ୍ରମଣ କରିଥିଲା । ସେହି ମାମଲାରେ ସେ ଗିରଫ ହୋଇ ଦୁଇ ବର୍ଷ ସଜା କାଟିଥିଲା । ତେବେ ସେହି ସମୟରେ ଘଟଣା ଶାନ୍ତ ପଡିଥିଲେ ସୁଦ୍ଧା ଯୁବକମାନେ ରାଗ ରଖିଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୁଯୋଗ ଦେଖି ବିଭୀଷଣକୁ ହତ୍ୟା କରାଯାଇଥିବା ନେଇ କହିଛନ୍ତି ବିଷମ କଟକ ଏସଡିପିଓ ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details