ଓଡିଶା

odisha

ରାୟଗଡା ରେଳ ଷ୍ଟେସନ ଅନୁଧ୍ୟାନ କଲେ ଡିଆରଏମ ଅନୁପ ଶତପଥୀ

By

Published : Apr 2, 2023, 9:40 AM IST

ଡିଆରଏମ ଅନୁପ କୁମାର ଶତପଥି ରାୟଗଡା ରେଳ ଷ୍ଟେସନରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

DRM Anup Satpathy
DRM Anup Satpathy

DRM Anup Satpathy

ରାୟଗଡା:ୱାଲଟିୟର ଡିଭିଜନର ଡିଆରଏମ ଅନୁପ କୁମାର ଶତପଥି ରାୟଗଡା ରେଳ ଷ୍ଟେସନରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର କରିଛନ୍ତି ସମୀକ୍ଷା । ରାୟଗଡା ଷ୍ଟେସନରେ ରନିଂ ରୁମ୍ ଯାଞ୍ଚ କରିବା ସହ ସମ୍ପ୍ରସାରିତ ନୂତନ କୋଠାକୁ ଉଦଘାଟନ କରିଥିଲେ ଡିଆରଏମ । ସେ ରାୟଗଡା ନିକଟସ୍ଥ ଜିମିଡିପେଟାରେ ନୂତନ ନିର୍ମିତ ସବ୍-ସେକ୍ସିଂ ପୋଷ୍ଟର ଉଦଘାଟନ କରିଥିବା ବେଳେ ପରେ ରାୟଗଡା ଠାରେ ସେ ଷ୍ଟେସନ ପରିସରରେ ନୂତନ ନିର୍ମିତ ୫୦୦×୨ କେଭିଏ ସବଷ୍ଟେସନ୍, ଜେନେରେଟର ବ୍ୟାକଅପକୁ ଉଦଘାଟନ କରିଥିଲେ ।

ସେହିପରି ରାୟଗଡା ଷ୍ଟେସନର ଫୁଟ୍ ଓଭର ବ୍ରିଜ୍, ଲିଫ୍ଟ କାର୍ଯ୍ୟ, ନୂତନ ଭାବରେ ନିର୍ମିତ ଟ୍ରାକ୍ କାର୍ଯ୍ୟ ସହ ଅନ୍ୟାନ୍ୟ କାମର ଯାଞ୍ଚ କରିଛନ୍ତି । ଏହାପରେ ସେ ରାୟଗଡା ଷ୍ଟେସନର ରନିଂ ରୁମ୍ ଯାଞ୍ଚ କରି ଡାଇନିଂ ହଲ୍, ରୋଷେଇ ଘର ଯାଞ୍ଚ କରିବା ସହ ସେଠିକାର କିଛି କର୍ମଚାରୀଙ୍କ ସହ କଥାବାର୍ତ୍ତା କରିଥିଲେ । ସେମାନଙ୍କର ଅଭିଯୋଗ, ଆବଶ୍ୟକତା ଶୁଣିବା ପରେ ତୁରନ୍ତ ସେଥିପ୍ରତି ଦୃଷ୍ଟି ଦେବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ସେ ନୂତନ ଭାବରେ ନିର୍ମିତ ବାୟୋ ଗ୍ୟାସ୍ କାରଖାନାର ଉଦଘାଟନ ହୋଇଯାଇଛି ।

ଅନ୍ୟପଟେ ଏନେଇ ଡିଆରଏମ ଅନୁପ କୁମାର ଶତପଥି ସୂଚନା ଦେଇ କହିଛନ୍ତି ଯେ, ‘‘ରାୟଗଡା ରେଳ ଷ୍ଟେସକୁ ଆରଇଏମ ମନ୍ତ୍ରଣାଳୟ ପକ୍ଷରୁ ଅମୃତ ଭାରତ ଯୋଜନାରେ ସାମିଲ କରାଯାଇଛି । ଯାହା ଫଳରେ ଦକ୍ଷିଣ ଭାରତର ଏକ ଅଗ୍ରଣୀ ଷ୍ଟେସନ ଭାବେ ଆଗାମୀ ଦିନରେ ପରିଗଣିତ ହେବ । ତା ସହ ଏଠି ଯାତ୍ରିବାହୀ ଟ୍ରେନ ପାଇଁ ଅଧିକ 4ଟି ପ୍ଲାଟଫର୍ମ ନିର୍ମାଣ ଚାଲିଥିବା ବେଳେ ଆଉ ମାସେ ଦୁଇମାସ ମଧ୍ୟରେ ନିର୍ମାଣ କାମ ସରିବ । ଫଳରେ ଏଠି ସମୁଦାୟ 8ଟି ପ୍ଲାଟଫର୍ମ ଯାତ୍ରୀବାହୀ ଟ୍ରେନ ଚଳପ୍ରଚଳ ପାଇଁ ବ୍ୟବହାର ହୋଇପାରିବ । ତା ଛଡା ଭିନ୍ନକ୍ଷମଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଷ୍ଟେସନର ମର୍ଡନାଇଜେସନ ପାଇଁ ନୂତନ ଷ୍ଟେସନ ନିର୍ମାଣ ସରିଛି ବୋଲି କହିଛନ୍ତି ।

ତେବେ ଡିଆରଏମଙ୍କ ଏହି ପରିଦର୍ଶନ ସମୟରେ ତାଙ୍କ ସହ ଏଡିଆରଏମ୍ (ଅପରେସନ୍ସ) ମନୋଜ କୁମାର ସାହୁ, ସିନିୟର ଡିଭିଜନାଲ ଇଞ୍ଜିନିୟର (ସମନ୍ୱୟ) ପି.କେ ମହାରଣା, ବରିଷ୍ଠ ଡିଭିଜନାଲ ମେକାନିକାଲ ଇଞ୍ଜିନିୟର ଏସ.କେ ପାଟ୍ରା, ସିନିୟର ଡିଭିଜନାଲ ଇଲେକ୍ଟ୍ରିକାଲ ଇଞ୍ଜିନିୟର (ଜେନେରାଲ) କାମେଶ୍ୱରା ରାଓ, ଜିଏମ (ଆରଭିଏନ୍ଏଲ୍) ଏସଡି ଶର୍ମା ଯୋଗ ଦେଇଥିଲେ । ଏଜିଏମ୍ (ଆରଭିଏନ୍ଏଲ୍) ଶ୍ରୀଧର, ଏଜିଏମ୍ ସାଇରାଜ, ସହକାରୀ ବାଣିଜ୍ୟ ପରିଚାଳକ ଜିଡି ସାର୍କ ଏବଂ ରେଳ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details