ଓଡିଶା

odisha

ରବି ଧାନ କିଣାକୁ ନେଇ ଜିଲ୍ଲା କଂଗ୍ରେସର ବିକ୍ଷୋଭ

By

Published : Jun 23, 2021, 7:29 AM IST

ରାୟଗଡ଼ାରେ ରବିଧାନ କିଣାକୁ ନେଇ ଜିଲ୍ଲା କଂଗ୍ରେସର ବିକ୍ଷୋଭ । ଟୋକନ୍ ଅବଧି ୧୨ଦିନରୁ ୩୦ ଦିନକୁ ବୃଦ୍ଧି କରି ଚାଷୀଙ୍କ ଧାନ କିଣାଯାଉ ବୋଲି ଦାବି କରି ଜିଲ୍ଲା କଂଗ୍ରେସ ଏକ ଦାବି ପତ୍ର ସହକାରୀ ଜିଲ୍ଲାପାଳ ନାରାୟଣ ମିଶ୍ରଙ୍କୁ ପ୍ରଦାନ କରିଛି । ଅଧିକ ପଢନ୍ତୁ...

ରବିଧାନ କିଣାକୁ ନେଇ ଜିଲ୍ଲା କଂଗ୍ରେସର ବିକ୍ଷୋଭ
ରବିଧାନ କିଣାକୁ ନେଇ ଜିଲ୍ଲା କଂଗ୍ରେସର ବିକ୍ଷୋଭ

ରାୟଗଡ଼ା:ରବି ଧାନ କିଣାକୁ ନେଇ ଜିଲ୍ଲା କଂଗ୍ରେସର ବିକ୍ଷୋଭ । ତେବେ ରାୟଗଡା ଜିଲ୍ଲାରେ ରବି ଧାନ ଅମଳ ହୋଇ ଲକ୍ଷ ଲକ୍ଷ ବସ୍ତା ଧାନ ରାସ୍ତାରେ ଓ ବିଲ ଗୁଡିକରେ ପଡି ରହିଛି । ଯୋଗାଣ ବିଭାଗର ମନମୁଖି କାର୍ଯ୍ୟ ପାଇଁ ଜିଲ୍ଲାର ଧାନ ଚାଷୀ ହନ୍ତସନ୍ତ ହେଉଥିବା ବେଳେ ସରକାର ନିଦା ବିଷ୍ଣୁ ସାଜିଛି।

ରବିଧାନ କିଣାକୁ ନେଇ ଜିଲ୍ଲା କଂଗ୍ରେସର ବିକ୍ଷୋଭ

ଏପଟେ ଚାଷୀ ଧାର କରଜ କରି ଧାନ ଅମଳ କରୁଛି । କିନ୍ତୁ ବର୍ତ୍ତମାନ ପରିସ୍ଥିତିକୁ ଦେଖି ଗୁଣପୁର ଅଞ୍ଚଳର ପଦ୍ମପୁର ବ୍ଲକ, ଗୁଡାରି ବ୍ଲକ, ଗୁଣପୁର ବ୍ଲକର ଲୋକେ ଆନ୍ଧ୍ରର ଧାନ ଦଲାଲଙ୍କୁ ବାଧ୍ୟ ହୋଇ ୮୫୦/-ଟଙ୍କାରେ ବିକି କ୍ଷତି ସହିଛନ୍ତି । ଯାହା ଫଳରେ ଜିଲ୍ଲାରେ ଚାଷି ଆତ୍ମହତ୍ୟା କରିବାକୁ ପଛାଉ ନାହାନ୍ତି । ତେଣୁ ଚାଷୀଙ୍କର ଜୀବନ ଓ ଆର୍ଥିକ ମେରୁଦଣ୍ଡ ରକ୍ଷା କରିବା ପାଇଁ ସରକାର ଶୀଘ୍ର ଲ୍ୟାମ୍ପସ୍ ଓ ମଣ୍ଡିକୁ ଆଦେଶ ଦେଇ ଧାନ କିଣା ପ୍ରକ୍ରିୟା ତୁରନ୍ତ ଆରମ୍ଭ କରନ୍ତୁ ।

ଟୋକନ୍ ଅବଧି ୧୨ଦିନରୁ ୩୦ ଦିନକୁ ବୃଦ୍ଧି କରି ଚାଷୀଙ୍କ ଧାନ କିଣାଯାଉ ବୋଲି ଦାବି କରି ଜିଲ୍ଲା କଂଗ୍ରେସ ଏକ ଦାବି ପତ୍ର ସହକାରୀ ଜିଲ୍ଲାପାଳ ନାରାୟଣ ମିଶ୍ରଙ୍କୁ ପ୍ରଦାନ କରିଛି । ଯଦି ଏହି ଦାବି ୧୫ ଦିନ ମଧ୍ୟରେ ପୂରଣ ନହୁଏ ତେବେ ଶହ ଶହ ବସ୍ତା ଧାନ ଜିଲ୍ଲାପାଳ ଅଫିସ ସମ୍ମୁଖରେ ରଖି, ଚାଷୀ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି କଂଗ୍ରେସ କହିଛି।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details