ଓଡିଶା

odisha

ନିୟମଗିରିରେ ରାସ୍ତାକାମ ଶୀଘ୍ର ସାରିବାକୁ ଜିଲ୍ଲାପାଳଙ୍କୁ ଗୁହାରି କଲେ ଡଙ୍ଗରିଆ, ରାସ୍ତା ନିର୍ମାଣକୁ ବିରୋଧ କରିଥିଲା ଲାଲବାହିନୀ

By

Published : Jul 15, 2023, 10:39 PM IST

ନକ୍ସଲଙ୍କ ଗଡ଼ରେ ଜନସାଧାରଣଙ୍କ ପ୍ରତିବାଦ । ଆଡାକାଣିଠାରୁ ଡାଙ୍ଗଝୋଡି ଗ୍ରାମ ପର୍ଯ୍ୟନ୍ତ ନିର୍ମାଣଧିନ ରାସ୍ତା କାମ ସାରିବାକୁ ଦାବି କରିଛନ୍ତି ନିୟମଗିରି ଆଦିବାସୀ । ଅଧିକ ପଢ଼ନ୍ତୁ

dangaria tribal people demands road
ଜିଲ୍ଲାପାଳନଙ୍କ ଫେରାଦ ହେଲେ ଡଙ୍ଗରିଆ

ଜିଲ୍ଲାପାଳନଙ୍କ ଫେରାଦ ହେଲେ ଡଙ୍ଗରିଆ

ରାୟଗଡ଼ା: ନକ୍ସଲଙ୍କ ଗଡ଼ରେ ପ୍ରତିବାଦ । ଯେଉଁଠି ମାଓବାଦୀମାନଙ୍କୁ ସମର୍ଥନ କରି ରାସ୍ତା କାମକୁ ବିରୋଧ କରୁଥିଲେ ନିୟମଗିରିର ଆଦିବାସୀ ଡଙ୍ଗରିଆ ସେଠି ଏବେ ଓଲଟା ଚିତ୍ର ଦେଖିବାକୁ ମିଳିଛି । ଆଡାକାଣିଠାରୁ ଡାଙ୍ଗଝୋଡି ଗ୍ରାମ ପର୍ଯ୍ୟନ୍ତ ନିର୍ମାଣଧିନ ରାସ୍ତା କାମ ସାରିବାକୁ ଦାବି କରିଛନ୍ତି ନିୟମଗିରି ଆଦିବାସୀ । ବିଷମକଟକ ବ୍ଲକ ଅନ୍ତର୍ଗତ କୁର୍ଲି ଗ୍ରାମ ପଞ୍ଚୟତର ଶତାଧିକ ଡଙ୍ଗରିଆ ନିୟମଗିରିରେ ରାସ୍ତା ନିର୍ମାଣ ପାଇଁ ଜିଲ୍ଲାପାଳନଙ୍କ ନିକଟରେ ଦାବି ଜଣାଇଛନ୍ତି ।

ସୂଚନା ଅନୁଯାୟୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଆଡାକାଣିଠାରୁ ଡାଙ୍ଗଝୋଡି ଗ୍ରାମ ପର୍ଯ୍ୟନ୍ତ 2 କିମି ରାସ୍ତା ନିମନ୍ତେ 5 କୋଟି 90 ଲକ୍ଷ ଟଙ୍କାର ଟେଣ୍ଡର 3 ବର୍ଷ ପୂର୍ବରୁ ହୋଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ସରିନପାରି ଅଧପନ୍ତରିଆ ହୋଇ ପଡିରହିଛି । ଫଳରେ ୮ ଖଣ୍ଡ ଗାଁର ଲୋକେ ସ୍ୱାସ୍ଥ୍ୟ, ଶିକ୍ଷା, ବଜାର ବାଟ ଭଳି ଅନେକ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ତେଣୁ ଏଥିପ୍ରତି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ଲୋକେ । ଏହି ପରିପ୍ରେକ୍ଷୀରେ କୁର୍ଲ୍ଲୀ ପଞ୍ଚାୟତର ଡାଙ୍ଗଝଡି, ଆରଚାକାମି,ପାତାଲାମ୍ବା, ବାର୍ମାସାଦି, ରଡାଙ୍ଗ, କୁଚିପଦର, ଆଡାକାଣି ଓ ରାଇଲିମା ଆଠ ଖଣ୍ଡ ଗାଁର ଶତାଧିକ ଆଦିମ ଜନଜାତି ଡଙ୍ଗରିଆ କନ୍ଧ ରାୟଗଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଅଧାରେ ରହିଥିବା କାମକୁ ତୁରନ୍ତ ସାରିବାକୁ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଲିଖିତ ଭାବେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କୁ ପ୍ରଦାନ କରି ଅନୁରୋଧ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:କଳାହାଣ୍ଡି ପରେ ବୌଦ୍ଧ, ବନ୍ଦ ପାଳନ ପାଇଁ ପୋଷ୍ଟର ମାରିଲା ଲାଲବାହିନୀ

ଏହି ଅଭିଯୋଗ ପାଇବା ପରେ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ କୁର୍ଲ୍ଲୀ ପଞ୍ଚାୟତର ସରପଞ୍ଚ କହିଛନ୍ତି, " ଆଡାକାଣିଠାରୁ ଡାଙ୍ଗଝୋଡି ଗ୍ରାମ ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିଛି । ଫଳରେ ଗ୍ରାମବାସୀଙ୍କ ଯାତାୟାତ ଠପ ହୋଇଛି । ଏହି ରାସ୍ତାଟି ମୁଖ୍ୟ ରାସ୍ତାକୁ ଯୋଡୁଥିବା ବେଳେ ଧୀର ଗତିରେ କାମ ଚାଲୁଥିବାରୁ ଲୋକେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।" ସୂଚନା ଯୋଗ୍ୟ, ଜୁନ ୩୦ ତାରିଖ ରାତି ମୁନିଗୁଡା ଥାନା ଅନ୍ତର୍ଗତ ନିୟମଗିରିର ପାଦଦେଶରେ ଥିବା ଦେଓକୁପୁଲି ଛକ ନିକଟରେ ଥିବା ଏକ ଠିକାଦାରଙ୍କ କ୍ୟାମ୍ପରେ ଲାଲ ତାଣ୍ଡବ ଲୀଳା ଘାଟାଇଥିଲେ । କ୍ୟାମ୍ପରେ ଥିବା ଦୁଇଟି ପ୍ରୋକ୍ଲିନ, 5ଟି ହାଇବା ଓ 2ଟି ଲୋଡର ସମେତ ମୋଟ ୯ଟି ମେସିନରେ ନିଆଁ ଲଗାଇ ପୋଡ଼ିଦେଇଥଲା ଲାଲବାହିନୀ । ଗୁଡିକୁ ନିଆଁ ଲଗାଇଦେବା ସହ ଯିବା ସମୟରେ ପୋଷ୍ଟରରେ ନିୟମଗିରିରେ ରାସ୍ତା କାମକୁ ତୀବ୍ର ବିରୋଧ କରାଯାଇଥିଲା । ଏହି ଅଞ୍ଚଳରେ ରାସ୍ତା ନିର୍ମାଣ ପାଇଁ ପ୍ରତିଷ୍ଠିତ କ୍ରସର ଦ୍ୱାରା ପରିବେଶ ପ୍ରଦୂଷଣ ସହ ଚାଷ କ୍ଷତି, ଭାରିଯାନ ଯାତାୟତ ଯୋଗୁଁ ରାସ୍ତା ନଷ୍ଟ, ପଥର ବ୍ଲଷ୍ଟିଂ ଯୋଗୁଁ ପିଲାଙ୍କ ଶ୍ରବଣ ଶକ୍ତି ନଷ୍ଟ ହେଉଥିବା ପୋଷ୍ଟରରେ ଲେଖାଯାଇଥିଲା ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details