ଓଡିଶା

odisha

ମାଡି ଆସୁଛି ଆଉ ଏକ ଲଘୁଚାପ, ରାୟଗଡାକୁ ୟେଲୋ ୱାର୍ଣ୍ଣିଂ ଜାରି

By

Published : Oct 20, 2020, 7:09 AM IST

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଲଘୁଚାପ ହେତୁ ବଂଶଧାରା ଅବବାହିକାରେ ବର୍ଷାର ପ୍ରକୋପ ଅଧିକା ରହିବା ନେଇ ଆଶଙ୍କା ଦେଖାଦେଇଛି । ଅଧିକ ପଢନ୍ତୁ...

ମାଡି ଆସୁଛି ଆଉ ଏକ ଲଘୁଚାପ, ରାୟଗଡାକୁ ୟେଲୋ ୱାର୍ଣ୍ଣିଂ ଜାରି
ମାଡି ଆସୁଛି ଆଉ ଏକ ଲଘୁଚାପ, ରାୟଗଡାକୁ ୟେଲୋ ୱାର୍ଣ୍ଣିଂ ଜାରି

ରାୟଗଡା: ମାଡି ଆସୁଛି ଆଉ ଏକ ଲଘୁଚାପ। ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଛି ଏହି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ରାୟଗଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ୧୯ ରୁ ୨୨ ତାରିଖ ପର୍ଯ୍ୟନ୍ତ ଏହା ଦକ୍ଷିଣ ଓ ପୂର୍ବ ଓଡ଼ିଶାରେ ପ୍ରଭାବ ବିସ୍ତାର କରିବାକୁ ଥିବାରୁ ରାୟଗଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏନେଇ ବ୍ଲକ ଓ ତହସିଲ ସ୍ତରରେ ସମସ୍ତ ଅଧିକାରୀ ସତର୍କ ରହିବା ପାଇଁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ନିର୍ଦ୍ଦେଶ ଦେଇଛନ୍ତି ।

ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଜିଲ୍ଲାପାଳଙ୍କ ସହ ଭିଡ଼ିଓ କନଫରେନସିଂ ଜରିଆରେ ବର୍ଷା ମୁକାବିଲା ନେଇ ଆଲୋଚନା କରିଛନ୍ତି। ବଂଶଧାରା ଅବବାହିକାରେ ବର୍ଷାର ପ୍ରକୋପ ଅଧିକା ରହିବା ନେଇ ଆଶଙ୍କା ଦେଖା ଦେଇଥିବାରୁ ୪୦ରୁ ଉର୍ଦ୍ଧ୍ବ ଗାଁ ପ୍ରଭାବିତ ହେବ। ଏହି ସବୁ ଗାଁ ଗୁଡ଼ିକ ଉପରେ ନଜର ରଖିବାକୁ ବିଡ଼ିଓ, ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details