ଓଡିଶା

odisha

ସଞ୍ଜୟଙ୍କ ବିସ୍ଫୋରକ ବୟାନ, କହିଲେ ଓଡିଶା ଏବଂ ରତ୍ନ ଭଣ୍ଡାରକୁ ଲୁଟିବାକୁ ଚାହୁଁଛନ୍ତି କିଛି ବିଦେଶୀ ଶକ୍ତି

By

Published : Nov 15, 2022, 3:49 PM IST

Updated : Nov 15, 2022, 5:11 PM IST

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ପୂର୍ବତନ ବିଜେଡି ବିଧାୟକ ସଞ୍ଜୟ ଦାସବର୍ମାଙ୍କ ଭାଷଣକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବିଦେଶୀ ଶକ୍ତି ଓଡ଼ିଶାକୁ ଲୁଟିବାକୁ ଚାହୁଁଥିବା କଥା କହିଛନ୍ତି ସଞ୍ଜୟ ଦାସ ବର୍ମା । ଅଧିକ ପଢ଼ନ୍ତୁ

ବ୍ରହ୍ମଗିରିରେ ବିଷ ଓଗାଳିଲେ ସଞ୍ଜୟ, କହିଲେ ଆମେ ସାଲିସ କରିବୁ ନାହିଁ
ବ୍ରହ୍ମଗିରିରେ ବିଷ ଓଗାଳିଲେ ସଞ୍ଜୟ, କହିଲେ ଆମେ ସାଲିସ କରିବୁ ନାହିଁ

ଭୁବନେଶ୍ବର: ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ପୂର୍ବତନ ବିଜେଡି ବିଧାୟକ ସଞ୍ଜୟ ଦାସବର୍ମାଙ୍କ ଭାଷଣକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସଦର ବ୍ଲକ 11 ନମ୍ବର ପଞ୍ଚାୟତ ପକ୍ଷରୁ ବିଶାଳ ଜନସମ୍ପର୍କ ପଦଯାତ୍ରା କରାଯାଇଥିଲା । ଏହି ଅବସରରେ କିଛି ବିଦେଶୀ ଶକ୍ତି ଓଡ଼ିଶାକୁ ଲୁଟିବାକୁ ଚାହୁଁଥିବା କଥା କହିଛନ୍ତି ସଞ୍ଜୟ ଦାସ ବର୍ମା । ଏଥିପାଇଁ ସେ ସତର୍କ ରହିବାକୁ କହିଛନ୍ତି ।

ସଞ୍ଜୟଙ୍କ ବଡ ବୟାନ, କହିଲେ ଓଡିଶା ଏବଂ ରତ୍ନ ଭଣ୍ଡାରକୁ ଲୁଟିବାକୁ ଚାହୁଁଛନ୍ତି କିଛି ବିଦେଶୀ ଶକ୍ତି

ସଂଜୟ ଦାସବର୍ମାଙ୍କ ବିସ୍ଫୋରକ ବୟାନ । ଜନସଂପର୍କ ପଦଯାତ୍ରାରେ ବିସ୍ଫୋରକ ବୟାନ ଦେଲେ ସଂଜୟ । କିଛି ବିଦେଶୀ ଶକ୍ତି ଓଡ଼ିଶାକୁ ଲୁଟିବାକୁ ଚାହୁଁଛନ୍ତି ବୋଲି କହିଲେ ସଂଜୟ । ପରେ ସଞ୍ଜୟ ଦାସବର୍ମାଙ୍କ ଭାଷଣକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ନବୀନ ଦାୟିତ୍ବ ନେବା ପରେ ମୁଁ ବିଧାୟକ ହେଲି, ମୋତେ ମନ୍ତ୍ରୀ, ମୁଖ୍ୟ ସଚେତକ କରାଗଲା କିନ୍ତୁ ହାରିବା ପରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ କଲେ, କିନ୍ତୁ ଆଜି ପରିସ୍ଥିତି ବଦଳି ଯାଇଛି, ସେଥିପାଇଁ ଆମକୁ ସତର୍କ ହେବାକୁ ପଡ଼ିବ ।

ଜନସମ୍ପର୍କ ପଦଯାତ୍ରା ପରେ ରାମଚନ୍ଦ୍ରପୁରର ମାଳସାହି ମେଳଣ ପଡିଆରେ ଅନୁଷ୍ଠିତ ବିଶାଳ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଜନତାଙ୍କୁ ସମ୍ବୋଧନ କରି ସଞ୍ଜୟ ଦାସବର୍ମା କହିଛନ୍ତି, "କିଛି ବିଦେଶୀ ଶକ୍ତି ଓଡିଶାକୁ ଲୁଟିବାକୁ ଚାହୁଁଛନ୍ତି । ଏହାର ଷଡ଼ଯନ୍ତ୍ର ଭୁବନେଶ୍ବରରୁ ଆରମ୍ଭ ହେଉଛି । କିଛି ଭାବୁଛନ୍ତି ଯାହା ନିଷ୍ପତ୍ତି ନେବେ ଆମେ ମାନିଯିବୁ । ଆମେ କିନ୍ତୁ ସାଲିସ କରିବୁ ନାହିଁ । ଏହି ଷଡଯନ୍ତ୍ର ପୁରୀରେ ମଧ୍ୟ ପହଞ୍ଚିଯିବ ।" ଏଭଳି ବୟାନ ପରେ ସଞ୍ଜୟ କାହାକୁ ତେରଚ୍ଛା ବାଣ ମାରିଛନ୍ତି ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି ।

ସେ ଆହୁରି ମଧ୍ୟ କହିଛନ୍ତି, "ବିଦେଶୀ ଶକ୍ତି ଓଡ଼ିଶାର ଖଣି ଖାଦାନ ସହ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମଧ୍ୟ ଲୁଟ୍‌ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଆମକୁ ତାଙ୍କୁ ପ୍ରତିହତ କରିବାକୁ ହେବ । ସେମାନେ କରିଥିବା ଷଡ଼ଯନ୍ତ୍ରର ଉଚିତ ଜବାବ ଦେବାକୁ ହେବ । କିଛି ଭାବୁଛନ୍ତି ଆମେ ଯାହା ନିଷ୍ପତ୍ତି ନେବୁ ସମସ୍ତେ ମାନିନେବେ । ଷଡ଼ଯନ୍ତ୍ରକାରୀଙ୍କୁ କଡ଼ା ଜବାବ ମିଳିବ । ରାଜନୈତିକ ଲାଭ ପାଇଁ ଆମେ ବ୍ରହ୍ମଗିରି ମୁଣ୍ଡ ନୁଇଁବାକୁ ଦେବୁନାହିଁ ।"

ସଞ୍ଜୟଙ୍କ ଏହି ବୟାନରୁ କୋଉଠି ନା କୋଉଠି ପ୍ରଶ୍ନ ଉଠୁଛି, ସଞ୍ଜୟ କାହା ଆଡକୁ ଇସାରା କରିଛନ୍ତି ? କିଏ ସେ ଏହି ବିଦେଶୀ ଶକ୍ତି । ଓଡ଼ିଶାରୁ କଣ ଲୁଟିବାକୁ ଚାହୁଁଛନ୍ତି ? ଭୁବନେଶ୍ବରରେ କିଏ କରୁଛି ଯଡଯନ୍ତ୍ର ? କିଏ ସେ ନିଷ୍ପତି ନେଉଛି ? ସଞ୍ଜୟଙ୍କ ବୟାନ ପରେ ଏଭଳି ପ୍ରଶ୍ନ ଉଠିବାରେ ଲାଗିଛି ।

ମରିବୁ ପଛେ ସାଲିସ କରିବୁ ନାହିଁ । ପରିସ୍ଥିତି ବଦଳି ଯାଇଛି, ସତର୍କ ରହିବାକୁ ପଡିବ ବୋଲି କହିଛନ୍ତି ସଞ୍ଜୟ । କେଉଁ ପରିସ୍ଥିତି କଥା କହିବାକୁ ଚାହୁଁଛନ୍ତି ସଞ୍ଜୟ ? କାହିଁକି ସତର୍କ ରହିବାକୁ ପଡିବ ? ପ୍ରଶ୍ନ ହେଉଛି ଏହା ସଞ୍ଜୟଙ୍କ ପୁଞ୍ଜିଭୂତ ଅସନ୍ତୋଷ ନୁହେଁ ତ ? କାହିଁକି ସଞ୍ଜୟ ଅସନ୍ତୁଷ୍ଟ ?

ତିର୍ତ୍ତୋଲ ଏବଂ ବାଲେଶ୍ବର ଉପନିର୍ବାଚନ ଦାୟିତ୍ବରେ ଥିବା ସଞ୍ଜୟଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ବ ମଧ୍ୟ ଦିଆଯାଇଥିଲା । କିନ୍ତୁ 2019 ପରେ ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ବରୁ ହଟାଇ ଦିଆଯାଇଥିଲେ । ଧୀରେଧୀରେ ପାଓ୍ବାର କରିଡର ଓ ସଞ୍ଜୟଙ୍କ ମଧ୍ୟରେ ତାଳମେଳ ରହିଲା ନାହିଁ ବୋଲି ଚର୍ଚ୍ଚା ହେଉଛି ।

ପିପିଲି ଉପ ନିର୍ବାଚନ ଏବଂ ବ୍ରଜରାଜନଗର ଉପ ନିର୍ବାଚନରେ ତାଙ୍କୁ କୌଣସି ଦାୟିତ୍ବ ଦିଆଗଲା ନାହିଁ । ଏପରିକି 2024 ନିର୍ବାଚନ ପାଇଁ ଦଳ ଜିଲ୍ଲା ଦାୟିତ୍ବ ବଣ୍ଟନ କରିବା ସମୟରେ ମଧ୍ୟ ସଞ୍ଜୟଙ୍କୁ ଅଣଦେଖା କରାଯାଇଥିବା ଚର୍ଚ୍ଚା ହୁଏ । ବୋଧହୁଏ ଏହି ପୁଞ୍ଜିଭୂତ ଅସନ୍ତୋଷ ଆଜି ପ୍ରକାଶ କରିଛନ୍ତି ସଞ୍ଜୟ ।

ଇଟିଭି ଭାରତ, ପୁରୀ/ଭୁବନେଶ୍ୱର

Last Updated : Nov 15, 2022, 5:11 PM IST

ABOUT THE AUTHOR

...view details