ବ୍ରହ୍ମଗିରି:ବହୁଚର୍ଚ୍ଚିତ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲାଇଙ୍କ ମୃତ୍ୟୁକୁ ନେଇ ସରଗରମ ରାଜ୍ୟ ରାଜନୀତି । ସଞ୍ଜୟଙ୍କ ଇସ୍ତଫା ଦାବି ଓ ମୃତ ଚିତ୍ତଙ୍କୁ ନ୍ୟାୟ ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ଆଜି(ଶୁକ୍ରବାର) ବିକ୍ଷୋଭ ସମାବେଶ କରିଥିଲା ବିଜେପି । ତେବେ ବିଜେପିର ଏହି ବିକ୍ଷୋଭକୁ ବିରୋଧ କରିଛନ୍ତି ମୃତ ଚିତ୍ତଙ୍କ ପତ୍ନୀ ସୁଭଦ୍ରା ପଲାଇ ।
ଏହା ବି ପଢନ୍ତୁ: Chittaranjan Murder Case: ନ୍ୟାୟ ଦାବିରେ ବ୍ରହ୍ମଗିରି ବିଜେପିର ବିକ୍ଷୋଭ ସମାବେଶ
ସୁଭଦ୍ରା କହିଛନ୍ତି ଯେ ବିଜେପିର କୌଣସି ନେତା ଆମ ପରିବାରକୁ ଆଜି ପର୍ଯ୍ୟନ୍ତ ଭେଟି ନାହାଁନ୍ତି କିମ୍ବା ସମବେଦନା ମଧ୍ୟ ଜଣାଇନାହାନ୍ତି । ତେଣୁ ଦୟାକରି ବ୍ରହ୍ମଗିରି ବିଧାୟକ ଓ ବିଜେପି ଦଳ ଏହି ଘଟଣାରେ ରାଜନୀତି ନ କରନ୍ତୁ । ଆମର କ୍ରାଇମବ୍ରାଞ୍ଚ ଉପରେ ଯଥେଷ୍ଟ ଭରସା ରହିଛି ଓ କ୍ରାଇମବ୍ରାଞ୍ଚ ଆମ ପରିବାରକୁ ନ୍ୟାୟ ଦେବ ବୋଲି ସେ ଆଶା ରଖିଥିବା କହିଛନ୍ତି ।