ଓଡିଶା

odisha

ମହାପ୍ରଭୁଙ୍କ ଦର୍ଶନ ସହ ଜଗତଗୁରୁଙ୍କ ଆଶୀର୍ବାଦ ନେଲେ ମୋହନ ଭାଗବତ

By

Published : Aug 5, 2023, 11:12 PM IST

ଗତ 31 ଜୁଲାଇ ଠାରୁ ଓଡିଶା ଗସ୍ତରେ ଅଛନ୍ତି ସଂଘ ପ୍ରମୁଖ ମୋହନ ଭାଗବତ । ଆସନ୍ତାକାଲି ଓଡିଶା ଛାଡିବା ପୂର୍ବରୁ ଆଜି (ଶନିବାର) ସଂଧ୍ୟାରେ ପୁରୀ ଆସି ପ୍ରଥମେ ଗୋବର୍ଦ୍ଧନ ମଠ ଯାଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ସାକ୍ଷାତ କରିବା ସହ ମାର୍ଗଦର୍ଶନ ନେଇଥିଲେ । ଅଧିକ ପଢନ୍ତୁ

ମହାପ୍ରଭୁଙ୍କ ଦର୍ଶନ ସହ ଜଗତଗୁରୁଙ୍କ ଆଶିର୍ବାଦ ନେଲେ ସଂଘ ପ୍ରମୁଖ ମୋହନ ଭାଗବତ
ମହାପ୍ରଭୁଙ୍କ ଦର୍ଶନ ସହ ଜଗତଗୁରୁଙ୍କ ଆଶିର୍ବାଦ ନେଲେ ସଂଘ ପ୍ରମୁଖ ମୋହନ ଭାଗବତ

ମହାପ୍ରଭୁଙ୍କ ଦର୍ଶନ ସହ ଜଗତଗୁରୁଙ୍କ ଆଶିର୍ବାଦ ନେଲେ ସଂଘ ପ୍ରମୁଖ ମୋହନ ଭାଗବତ

ପୁରୀ: ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ ସହ ଦାରୁବ୍ରହ୍ମଙ୍କ ଆଶୀର୍ବାଦ ନେଲେ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘର ସରସଂଘ ଚାଳକ ମୋହନ ଭାଗବତ । ସାତ ଦିନିଆ ଓଡିଶା ଗସ୍ତରେ ଥିବା ସଂଘ ପ୍ରମୁଖ ଆଜି ଗସ୍ତର ଅନ୍ତିମ ଦିନରେ ପୁରୀ ଆସି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଆଶିଷ କାମନା କରିଛନ୍ତି । ଏହାସହ ଗୋବର୍ଦ୍ଧନ ମଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ସାକ୍ଷାତ କରିବା ସହ ମାର୍ଗଦର୍ଶନ ନେଇଛନ୍ତି ।

ଏହାବି ପଢନ୍ତୁ- ମହାପ୍ରଭୁଙ୍କୁ ଦର୍ଶନ କଲେ ମୋହନ ଭାଗବତ

ଗତ 31 ଜୁଲାଇ ଠାରୁ ଓଡିଶା ଗସ୍ତରେ ଅଛନ୍ତି ସଂଘ ପ୍ରମୁଖ ମୋହନ ଭାଗବତ । ଆସନ୍ତାକାଲି ଓଡିଶା ଛାଡିବା ପୂର୍ବରୁ ଆଜି (ଶନିବାର) ସଂଧ୍ୟାରେ ପୁରୀ ଆସି ପ୍ରଥମେ ଗୋବର୍ଦ୍ଧନ ମଠ ଯାଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ସାକ୍ଷାତ କରିବା ସହ ମାର୍ଗଦର୍ଶନ ନେଇଥିଲେ । ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ ସହ ଦାରୁବ୍ରହ୍ମଙ୍କ ଆଶୀର୍ବାଦ ନେଇଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ ।

ସଂଘ ପ୍ରମୁଖ ଦେଶର ସାମ୍ପ୍ରତିକ ପରିସ୍ଥିତି, ସନାତନ ଧର୍ମ ସଂସ୍କୃତି ସମ୍ପର୍କରେ ଜଗତଗୁରୁଙ୍କ ସହ ଆଲୋଚନା କରିବା ସହିତ ମାର୍ଗଦର୍ଶନ ନେଇଛନ୍ତି । ବିଶ୍ବର ସନାତନ ସଂସ୍କୃତିର ଅଧିକରୁ ଅଧିକ କିଭଳି ପ୍ରଚାର ପ୍ରସାର ହୋଇପାରିବ ସେନେଇ ଆଲୋଚନା କରିଥିଲେ। ଏନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଥିଲେ ବହୁ ପୁରାତନ କାଳରୁ ସନାତନ ଧର୍ମ ରହିଛି । ସାରା ବିଶ୍ବରେ ସନାତନ ଧର୍ମ ସିଦ୍ଧାନ୍ତକୁ ଲୋକେ ଅନୁସରଣ କଲେଣି। ସନାତନ ଧର୍ମକୁ ବିଶ୍ଵରେ ଅଧିକ ପ୍ରଚାର ପ୍ରସାର ପାଇଁ ସମସ୍ତେ ଆଗେଇ ଆସିବା ଉଚିତ।

ଏହି ଅବସରରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲାଯିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ନେଇଥିବା ନିଷ୍ପତ୍ତି ସମ୍ପର୍କରେ କୌଣସି ମତାମତ ଦେବାକୁ ଚାହିଁନାହାଁନ୍ତି ଜଗତଗୁରୁ । କ୍ଷୋଭର ସହ କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ରାଜ୍ୟ ସରକାର ସମସ୍ତେ ଶଙ୍କରାଚାର୍ଯ୍ୟଙ୍କ ଠାରୁ ଦୂରତା ରଖୁଛନ୍ତି। ଶ୍ରୀମନ୍ଦିରରେ କଣ ଚାଲିଛି ତାହା ମୁଁ ଜାଣିନାହିଁ । ଏଣୁ ଏହା ଉପରେ ମତାମତ ଦେବା ଉଚିତ ହେବ ନାହିଁ । ସେହିପରି ଶ୍ରୀମନ୍ଦିର ଚାରି ଦ୍ବାରରୁ 3 ଦ୍ବାର ବନ୍ଦ ସମ୍ପର୍କରେ କହିଛନ୍ତି ଶାସ୍ତ୍ରୀୟ ବର୍ଣ୍ଣନା ଅନୁଯାୟୀ ସମସ୍ତ ଦ୍ବାରର ସ୍ଵତନ୍ତ୍ରତା ରହିଛି। କିଏ କେଉଁ ଦ୍ବାରରେ ପ୍ରବେଶ ସହ କିଏ ପ୍ରବେଶ କରିବେ କିଏ କରିବେ ନାହିଁ ତାହା ମଧ୍ୟ ବିଦ୍ଧି ରହିଛି । କିନ୍ତୁ ବର୍ତ୍ତମାନ ଶାସ୍ତ୍ରର ବିଧିକୁ ଆଉ କେହି ଗୁରୁତ୍ଵ ଦେଉନାହାଁନ୍ତି । ଶାସନତନ୍ତ୍ର ଯାହା ଚାହୁଁଛି ତାହା ଚାଲିଛି ବୋଲି କହିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details