ପୁରୀ:ରାଜ୍ୟରେ ଦ୍ରୁତ ଗତିରେ ପୁଣି ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏଥିଲାଗି ରାଜ୍ୟ ସରକାର କୋଭିଡ଼ ନିୟମକୁ ପୁଣି କଡ଼ାକଡ଼ି ଲାଗୁ କରିଛନ୍ତି । ଏହାରି ମଧ୍ୟରେ ପୁରୀ ଜିଲ୍ଲା ବ୍ୟତୀତ ବାହାର ଜିଲ୍ଲାରୁ ଆସୁଥିବା ମୃତଦେହର ଅନ୍ତିମ ସଂସ୍କାର ସ୍ବର୍ଗଦ୍ବାରରେ ହୋଇପାରିବ ନାହିଁ । ଏ ନେଇ ଉପଜିଲ୍ଲାପାଳ ଭବ ତାରଣ ସାହୁ ସୂଚନା ଦେଇଛନ୍ତି ।
ଭକ୍ତ ଓ ସେବାୟତଙ୍କ ସୁରକ୍ଷା ଦୃଷ୍ଟିରୁ 10 ତାରିଖରୁ 31 ତାରିଖ ଯାଏଁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ । ସେପଟେ ପୂର୍ଵ ବର୍ଷ ଭଳି ସ୍ଵର୍ଗଦ୍ବାରରେ ମଧ୍ୟ ଅନ୍ତିମ ସଂସ୍କାର ଉପରେ କଟକଣା ଜାରି କରାଯାଇଛି । ପୁରୀ ଜିଲ୍ଲା ବାହାରର ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ସ୍ବର୍ଗଦ୍ବାରରେ କରିବା ଉପରେ କଟକଣା ଲାଗୁ ହୋଇଛି । ସ୍ଵର୍ଗଦ୍ବାରରେ କେଵଳ ପୁରୀ ଜିଲ୍ଲାର ଲୋକମାନେ ନିଜ ମୃତ ପରିଜନଙ୍କ ଅନ୍ତିମ ସଂସ୍କାର କରିପାରିବେ ।