ଓଡିଶା

odisha

ତାଳବଣିଆ ଇଣ୍ଡୋର ଷ୍ଟାଡିୟମରୁ ନକଲି ଯବାନ ଠାବ: ଚିହ୍ନିଲେ ସାମ୍ବାଦିକ, କାବୁ କଲା ପୋଲିସ

By

Published : Aug 15, 2023, 3:55 PM IST

Updated : Aug 15, 2023, 4:12 PM IST

କଡ଼ା ସୁରକ୍ଷା ସତ୍ତ୍ବେ ତାଳବଣିଆ ଇଣ୍ଡୋର ଷ୍ଟାଡିମୟରୁ ନକଲି ଯବାନ ଠାବ । କାବୁ କଲା ପୋଲିସ । ଅଧିକ ପଢନ୍ତୁ

Police detained fake Jawan at Talabania
Police detained fake Jawan at Talabania

ତାଳବଣିଆ ଇଣ୍ଡୋର ଷ୍ଟାଡିୟମରୁ ନକଲି ଯବାନ ଠାବ, କାବୁ କଲା ପୋଲିସ

ପୁରୀ: ଜିଲ୍ଲାର ତାଳବଣିଆ ଇଣ୍ଡୋର ଷ୍ଟାଡିୟମରେ ନକଲି ଯବାନ । ୭୭ ତମ ସ୍ଵାଧୀନତା ଦିବସ ଅବସରରେ ତାଳବଣିଆ ଇଣ୍ଡୋର ଷ୍ଟାଡିୟମକୁ ଜଣେ ବ୍ୟକ୍ତି ନକଲି ଆର୍ମି ପୋଷାକ ପିନ୍ଧି ଆସିଥିବା ବେଳେ ପୋଲିସ ଦ୍ବାରା ଅଟକ । ଜାତୀୟ ପତାକା ଉତ୍ତୋଳନ ପୂର୍ବରୁ ସମ୍ପୃକ୍ତ ନକଲି ଯବାନକୁ ସାମ୍ବାଦିକମାନେ ଚିହ୍ନଟ କରି ପୋଲିସର ଜିମା ଦେଇଥିଲେ । ଇଣ୍ଡୋର ଷ୍ଟାଡିୟମରେ କଡ଼ା ସୁରକ୍ଷା ସତ୍ତ୍ବେ ନକଲି ଯବାନ କିପରି ପ୍ରବେଶ କଲେ ତାକୁ ନେଇ ଉଠିଛି ପ୍ରଶ୍ନ ।

ଅଟକ ନକଲି ଯବାନ ଜଣକ ହେଉଛନ୍ତି ପୁରୀ କୁମ୍ଭାରପଡ଼ା ଅଞ୍ଚଳର ସୁନିଲ କୁମାର । ସମ୍ପୃକ୍ତ ଯୁବକକୁ ଚିହ୍ନଟ ପରେ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ଜଣାପଡିଛି। ତେବେ ଜାତୀୟ ପତାକା ଉତ୍ତୋଳନ ପୂର୍ବରୁ ସମ୍ପୃକ୍ତ ନକଲି ଯବାନକୁ ସାମ୍ବାଦିକମାନେ ଚିହ୍ନଟ କରି ପୋଲିସର ଜିମା ଦେଇଥିଲେ। ଗଣମାଧ୍ୟମ ପାଇଁ ଉଦ୍ଧିଷ୍ଟ ଟେଣ୍ଟରେ ଆର୍ମି ଅଧିକାରୀଙ୍କ ପୋଷାକ ପିନ୍ଧି ସମ୍ପୃକ୍ତ ନକଲି ଯବାନ ଜଣକ ବସିଥିଲା । କେବଳ ସେତିକି ନୁହେଁ ମୁହଁରେ କପଡ଼ା ବାନ୍ଧି ଏନସିସି ଅଧିକାରୀଙ୍କ ପାଖରେ ବସି ରହିଥିଲା ।

ଏହା ବି ପଢନ୍ତୁ- Independence Day: ପୁରୀରେ ସ୍ୱାଧୀନତା ଦିବସ ପାଳନ, ପତାକା ଉତ୍ତୋଳନ କଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ

ତେବେ ତାଳବଣିଆ ଇଣ୍ଡୋର ଷ୍ଟାଡିୟମ ପରେଡ ଗ୍ରାଉଣ୍ଡରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ଏହି ନକଲି ଯବାନ ଜଣକ ଗ୍ରାଉଣ୍ଡ ଭିତରକୁ କିଭଳି ପ୍ରବେଶ କଲେ ଏବଂ ଆର୍ମି ଅଧିକାରୀଙ୍କ ଡ୍ରେସ କିଭଳି ପରିଧାନ କଲେ ସେନେଇ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ସେପଟେ ପୁରୀ ଅତିରିକ୍ତ ଏସପି ସୁଶିଲ ମିଶ୍ର କହିଛନ୍ତି, "ଉକ୍ତ ଯୁବକକୁ ପୋଲିସ ଅଟକ ରଖିଛି । ପଚରାଉଚରା ପରେ ଜଣାପଡିବ ଉକ୍ତ ବ୍ୟକ୍ତି ଜଣଙ୍କ ନକଲି ଆର୍ମି ପୋଷାକ ପିନ୍ଧି କାହିଁକି ଆସିଥିଲେ ଓ ତାଙ୍କର ଉଦ୍ଦେଶ୍ୟ କଣ ଥିଲା ?"

ସୂଚନା ଥାଉ କି ପୁରୀ ତାଳବଣିଆ ସ୍ଥିତ ଇଣ୍ଡୋର ଷ୍ଟାଡିୟମ ପଡିଆରେ ୭୭ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ । ସ୍ବାଧୀନତା ଦିବସର ପରେଡ ଉତ୍ସବରେ ହୋମଗାର୍ଡ ବାହିନୀ ଓ ବିଭିନ୍ନ କଲେଜ ତଥା ସ୍କୁଲର ଏନସିସି ଛାତ୍ରଛାତ୍ରୀ, ସ୍କାଉଟ ଓ ଗାଇଡ଼‌ ସମେତ ୫୦ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରିଥିଲେ । ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ ପତାକା ଉତ୍ତୋଳନ ସମୟରେ ଉପସ୍ଥିତ ରହିଥିଲେ । ଇଣ୍ଡୋର ଷ୍ଟାଡିୟମଠାରେ ମନ୍ତ୍ରୀ ଓ ଜିଲ୍ଲାପାଳ ବୃକ୍ଷରୋପଣ କରିଥିଲେ ।

ଇଟିଭି ଭାରତ, ପୁରୀ

Last Updated : Aug 15, 2023, 4:12 PM IST

ABOUT THE AUTHOR

...view details