ଓଡିଶା

odisha

ରକ୍ତାକ୍ତ ଅବସ୍ଥାରେ ବୂଦାମୂଳରୁ ବିଦେଶୀ ଭକ୍ତ ଉଦ୍ଧାର

By

Published : Feb 10, 2021, 12:20 PM IST

ବେଳାଭୂମିରୁ ଜଣେ ବିଦେଶୀ ଇସ୍କନ ଭକ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି ପୁରୀ ବଳିଆ ପଣ୍ଡା ପୋଲିସ । ଅଧିକ ପଢନ୍ତୁ..

ରକ୍ତାକ୍ତ ଅବସ୍ଥାରେ ଇସ୍କନ ଭକ୍ତ ଉଦ୍ଧାର
ରକ୍ତାକ୍ତ ଅବସ୍ଥାରେ ଇସ୍କନ ଭକ୍ତ ଉଦ୍ଧାର

ପୁରୀ: ବେଳାଭୂମିରୁ ଜଣେ ବିଦେଶୀ ଇସ୍କନ ଭକ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି ପୁରୀ ବଳିଆ ପଣ୍ଡା ପୋଲିସ । ସେ ବେଳାଭୂମିରେ ଏକ କଣ୍ଟା ବୁଦା ରେ ବସି ତପସ୍ୟା କରୁଥିଲେ । ଏହାର ଖବର ପାଇ ଳିଆ ପଣ୍ଡା ଥାନା ପୋଲିସ ସେଠାରେ ପହଞ୍ଚି ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଛି। ଏହି ଇସ୍କନ ଭକ୍ତ ଜଣକ ରୁଷିଆର ମହାଆନନ୍ଦ ବୋଲି ଜଣା ପଡିଛି।

ମହାଆନନ୍ଦ ବଳିଆପଣ୍ଡା ଥାନା ଅନ୍ତର୍ଗତ ବେଳାଭୂମି ରେ ଥିବା ଏକ କଣ୍ଟା ବୁଦା ରେ ବସି କିଛି ଦିନ ହେବ ତପସ୍ୟା କରୁଥିଲେ। ତେବେ ତାଙ୍କ ଦେହରେ କଣ୍ଟା ଲାଗି ରକ୍ତ ବୋହିବାରୁ ଲୋକ ମାନେ ଏହା ଦେଖି ପୋଲିସକୁ ଖବର ଦେଇ ଥିଲେ। ପରେ ପୋଲିସ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଚିକିତ୍ସା ପରେ ତାଙ୍କୁ ତାଙ୍କର ଇସ୍କନ ଗୋଷ୍ଠୀଙ୍କୁ ହସ୍ତାନ୍ତର କରାଯାଇଛି ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details