ଓଡିଶା

odisha

ବଦଳିବ ପୁରୀ ବେଳାଭୂମିର ଚିତ୍ର, ନିର୍ମାଣ ହେବ ଫିସ୍ ଲ୍ୟାଣ୍ଡିଙ୍ଗ ସେଣ୍ଟର

By ETV Bharat Odisha Team

Published : Sep 15, 2023, 8:07 AM IST

ବଦଳିବାକୁ ଯାଉଛି ପୁରୀ ବେଳାଭୂମିର ଦୃଶ୍ୟ । ଲାଇଟ ହାଉସ୍ ନିକଟ ସାପକୋଠୀ ଠାରେ ନିର୍ମାଣ ହେବାକୁ ଯାଉଛି ଫିସ୍ ଲ୍ୟାଣ୍ଡିଙ୍ଗ ସେଣ୍ଟର ବା ମତ୍ସ୍ୟ ଅବତରଣ କେନ୍ଦ୍ର ।‌ ଆସନ୍ତା ଗଣେଶ ପୂଜା ଦିନ ଏହି ପ୍ରକଳ୍ପର ହେବ ଶୁଭାରମ୍ଭ । ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୮ ହଜାରରୁ ଊର୍ଦ୍ଧ୍ବ ମତ୍ସ୍ୟଜୀବୀ ପରିବାର ହେବେ ଉପକୃତ ।

ବଦଳିବ ପୁରୀ ବେଳାଭୂମିର ଚିତ୍ର, ନିର୍ମାଣ ହେବ ଫିସ୍ ଲ୍ୟାଣ୍ଡିଙ୍ଗ ସେଣ୍ଟର
ବଦଳିବ ପୁରୀ ବେଳାଭୂମିର ଚିତ୍ର, ନିର୍ମାଣ ହେବ ଫିସ୍ ଲ୍ୟାଣ୍ଡିଙ୍ଗ ସେଣ୍ଟର

ବଦଳିବ ପୁରୀ ବେଳାଭୂମିର ଚିତ୍ର, ନିର୍ମାଣ ହେବ ଫିସ୍ ଲ୍ୟାଣ୍ଡିଙ୍ଗ ସେଣ୍ଟର

ପୁରୀ:ଖୁବ ଶୀଘ୍ର ବଦଳିବାକୁ ଯାଉଛି ପୁରୀ ବେଳାଭୂମିର ଦୃଶ୍ୟ । ଲାଇଟ ହାଉସ୍ ନିକଟ ସାପକୋଠୀ ଠାରେ ନିର୍ମାଣ ହେବାକୁ ଯାଉଛି ଫିସ୍ ଲ୍ୟାଣ୍ଡିଙ୍ଗ ସେଣ୍ଟର ବା ମତ୍ସ୍ୟ ଅବତରଣ କେନ୍ଦ୍ର ।‌ ଆସନ୍ତା ଗଣେଶ ପୂଜା ଦିନ ଏହି ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ ହେବା ନେଇ ମତ୍ସ୍ୟଜୀବୀ ସଂଘକୁ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ । ତେବେ ଜିଲ୍ଲାପାଳଙ୍କଠାରୁ ଏହି ପ୍ରତିଶ୍ରୁତି ପାଇବା ପରେ ମତ୍ସ୍ୟଜୀବୀ ସଂଘ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକାକୁ ସୁରକ୍ଷିତ କରିବା ପାଇଁ ତଥା ଜୀବନ ଜୀବିକାରେ ଉନ୍ନତି ଆଣିବା ପାଇଁ ଏହି ମତ୍ସ୍ୟ ଅବତରଣ କେନ୍ଦ୍ରର‌ ପରିକଳ୍ପନା କରିଛନ୍ତି ରାଜ୍ୟ ସରକାର । ସାପକୋଠୀ ଠାରେ ଏହି ମତ୍ସ୍ୟ ଅବତରଣ କେନ୍ଦ୍ର ନିର୍ମାଣ ହେବାକୁ ଥିବାବେଳେ ଏଠାରେ ଡଙ୍ଗା, ଜାଲ ରଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ।

ତେବେ ମତ୍ସ୍ୟ ଅବତରଣ କେନ୍ଦ୍ର ଖୋଲାଯିବା ନେଇ ମତ୍ସ୍ୟଜୀବୀ ସଂଘ ପକ୍ଷରୁ ଦୀର୍ଘ ଦିନରୁ ଦାବି କରାଯାଉଥିବା ବେଳେ ଏହି ଦାବି ପୂରଣ ହେବାକୁ ଯାଉଥିବାରୁ ଏହାକୁ ସ୍ୱାଗତ କରିଛି ପୁରୀର ପାରମ୍ପରିକ ମତ୍ସ୍ୟଜୀବୀ ସଂଘ । ଅନ୍ୟପଟେ ଏହି ଫିସ୍ ଲ୍ୟାଣ୍ଡିଙ୍ଗ ସେଣ୍ଟର ବା ମତ୍ସ୍ୟ ଅବତରଣ କେନ୍ଦ୍ରରେ ମତ୍ସ୍ୟଜୀବୀଙ୍କ ସୁବିଧା ପାଇଁ ଶୌଚାଳୟ, ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା, ପାନୀୟ ଜଳ, ଏବଂ ସ୍ବାସ୍ଥ୍ୟ କେନ୍ଦ୍ର ମଧ୍ୟ ନିର୍ମାଣ ହେବ । ଏହାଦ୍ବାରା ବେଳାଭୂମିର ସୌନ୍ଦର୍ଯ୍ୟ ବଢ଼ିବା ସହ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ସୁବ୍ୟବସ୍ଥିତ ହୋଇପାରିବ ବୋଲି କହିଛି ସଂଘ ।

ଏହାମଧ୍ୟ ପଢନ୍ତୁ.. ଯାତ୍ରୀଙ୍କ ପାଇଁ ଖୁସି ଖବର: ପୁରୀ-ପାଟନା ଓ ଭୁବନେଶ୍ୱର-ଧନବାଦ ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ

ତେବେ କେବଳ ପୁରୀ ସାପକୋଠୀ ନୁହେଁ ଏଥିସହ ପୁରୀ ଜିଲ୍ଲାର ପେଣ୍ଠକଟା, ଚନ୍ଦ୍ରଭାଗା, ଅରଖକୁଦା ଠାରେ ମଧ୍ୟ ଏହି ଫିସ୍ ଲ୍ୟାଣ୍ଡିଙ୍ଗ ସେଣ୍ଟର ନିର୍ମାଣ କରାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୯୫.୦୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଗତ ୨୦୨୦ ମସିହାରେ ଏହି ଫିସ୍ ଲ୍ୟାଣ୍ଡିଙ୍ଗ ସେଣ୍ଟରର ପରିକଳ୍ପନା କରାଯାଇଥିଲା । କୋଭିଡ ମହାମାରୀ ଓ ବିଭିନ୍ନ ସମସ୍ୟା ଯୋଗୁ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ବାଧା ଉପୁଜିଥିଲା । ଏବେ ସମସ୍ତ ସମସ୍ୟାର ସମାଧାନ ହୋଇ ସାରିଥିବା ବେଳେ ଖୁବଶୀଘ୍ର ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ପୁରୀ ବେଳାଭୂମିରେ ଏହି ଫିସ୍ ଲ୍ୟାଣ୍ଡିଙ୍ଗ ସେଣ୍ଟର ବା ମତ୍ସ୍ୟ ଅବତରଣ କେନ୍ଦ୍ର ନିର୍ମାଣ ହେଲେ ପ୍ରାୟ ୮ ହଜାରରୁ ଊର୍ଦ୍ଧ୍ବ ମତ୍ସ୍ୟଜୀବୀ ପରିବାର ଉପକୃତ ହେବେ । ଏଥିସହ ପୁରୀ ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକ ମାନେ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ସହ ସେମାନଙ୍କ ଜୀବନଶୈଳୀ ବିଷୟରେ ମଧ୍ୟ ଅବଗତ ହୋଇପାରିବେ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details